ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

କୋକସରା,୩୦/୧୦-  (ମ ନି ସ)  ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଶନିବାର କୋକସରା ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସାଂସଦ ଙ୍କୁ କୋକସରା ଠାରେ ବିଜେଡି ଦଳୀୟ କାର୍ଯ୍ୟାଳୟ ଠାରେ ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ତ୍ରିନାଥ ବାଗ ଓ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ନାରିନେତ୍ରୀ ଅଶୋକା ନାଏକ ବ୍ଲକ ର ୨୨ ପଞ୍ଚାୟତରୁ ଆସିଥିବା ବିଜେଡିର କର୍ମକର୍ତ୍ତା ମାନେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ। କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସାଂସଦଙ୍କୁ କୋକସରା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଓ ବ୍ଲକ କର୍ମକର୍ତ୍ତା ସ୍ୱାଗତ କରିଥିଲେ। ପରେ କୋକସରା ବ୍ଲକର ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା ପରିଦର୍ଶନ କରିଛନ୍ତି। ରାଜ୍ୟସଭା ସାଂସଦଙ୍କୁ ଡୋକାରିଚଞ୍ଚରା ଉନ୍ନୟନ କମିଟି ପକ୍ଷରୁ ରାଜ୍ୟସଭା ସାଂସଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର ,ଘନଶ୍ୟାମ ନାଏକ, ଅଇରୀ ନାସନ ଚିନ୍ଦା, ମଧୁବନ ପାତ୍ର, ଅଜିତ କୁମାର ପଟ୍ଟନାୟକ, ଚକାଡୋଳା ପାତ୍ର, ଲୋକସଭା ସାଂସଦ କୋକସରା ପ୍ରତିନିଧି ସୁଧୀର କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆତ୍ମା ଅଧ୍ୟକ୍ଷ ୠତୁରାଜ ମାଝୀ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ଖୁଣ୍ଟିଆ ସରପଞ୍ଚ ମାଧବୀ ଧରୁଆ, ଟେମରା ସରପଞ୍ଚ କ୍ଷିତିରାମ ପାତ୍ର ଉପସ୍ଥିତ ରହି ସାଂସଦଙ୍କୁ ଆଗାମୀ ଦିନରେ ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ଦୃଷ୍ଟି ଦେବାକୁ ଧର୍ମଗଡ ବିଧାୟକ ଓ ଉପସ୍ଥିତ ଅତିଥି ମାନେ ସାଂସଦଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟସଭା ସାଂସଦ ମଧ୍ୟ ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ସାଧନ ପାଇଁ ୧୦ ଲକ୍ଷ ଅନୁଦାନ ନିଜ ପାଣ୍ଠିରୁ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ସୁଜିତ କୁମାର ଲଡୁଗାଁ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଲଡୁଗାଁ ସରପଞ୍ଚ ନକୁଳ ନାଏକ ସମେତ କୋକସରା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ସାଂସଦ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଲଡୁଗାଁ ମାରବାଡି ଯୁବାମଞ୍ଚ ପକ୍ଷରୁ ମଧ୍ୟ ସାଂସଦ ଙ୍କୁ ସମ୍ବର୍ଦ୍ଧନା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଛି।

Related posts

ଉତ୍କଳ ନବଜୀବନ ମଣ୍ଡଳ ତରଫରୁ ମାଳତୀ ଚୌଧୁରୀଙ୍କ ୧୧୯ତମ ଜୟନ୍ତୀ ପାଳନ

Sunil Chandra Nayak

ବିଧବା ଭତ୍ତାରୁ ବଞ୍ଚିତ

Sunil Chandra Nayak

ବଜ୍ରଘାତରେ ଢ଼ଙ୍କଶର ଚାଷୀ ଖୁସିରାମ ଗହୀରଙ୍କ ବଳଦ ମୃତ୍ୟ

Sunil Chandra Nayak

Leave a Comment

error: Content is protected !!