ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦା ବ୍ଳକର ପାଶନାରେ ବିଜେଡିର ଜନ ସଂପର୍କ ପଦଯାତ୍ରା

 ମୟୂରଭଞ୍ଜ -୩୦/୧୦/୨୨(ମସିହା) ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନ ସଂପର୍କ ଆରମ୍ଭ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଜାମଦା ବ୍ଳକର ପାଶନା ପଞ୍ଚାୟତର ପାଶନା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନ ସଂପର୍କ ପଦଯାତ୍ରା ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜାମଦା ବ୍ଳକ ବିଜେଡି ସଭାପତି ସିଦ୍ଧିଲାଲ ହେମ୍ବ୍ରମ ଙ୍କ ନେତୃତ୍ବରେ ଏକ ବିଶାଳ ପଦଯାତ୍ରା ଆରମ୍ଭ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଜାମଦା ବ୍ଳକ ବିଜେଡି ପ୍ରଭାରୀ ସ୍ବରୂପ ବେହେରା, ପଶ୍ଚିମ ମୟୂରଭଞ୍ଜ ବିଜେଡି ସାଧାରଣ ସଂପାଦକ ସୁବାଷ ମଣ୍ଡଳ,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ୧୭ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡୀ,୧୬ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟ ବାବୁଲା ଟୁଡୁ,ଦୁର୍ଗା ଚରଣ ହେମ୍ବ୍ରମ,ମଟକା ବିରୁଆ, ବ୍ଳକ ବିଜେଡି ମହିଳା ସଭାନେତ୍ରୀ ସତ୍ୟବତୀ ମହାକୁଡ଼,କାର୍ଯ୍ୟକାରୀ ସଭାନେତ୍ରୀ ସାବିତ୍ରୀ ହେମ୍ବ୍ରମ, ପାର୍ବତୀ ବିରୁଆ ,ଵହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ, ବିଶ୍ବନାଥ ବେଶ୍ରା,ଘାସୀନାଥ, ଅବସରପ୍ରାପ୍ତ ଶିକ୍ଷକ ସେକ୍ ମୁସ୍ତାଫା,ଚନ୍ଦ୍ର ମୋହନ ସୋରେନ,ହରିଶ ଚନ୍ଦ୍ର ମାରାଣ୍ଡୀ,ଡମାନ ମାରାଣ୍ଡି,ସମେତ ବହୁ ସଂଖ୍ୟାରେ ଯୁବ ଛାତ୍ର, ମହିଳା, ଶ୍ରମିକ,ଦଳୀୟ କର୍ମକର୍ତ୍ତାବୃନ୍ଦ, ଖଟିଖିଆ ପ୍ରମୁଖ ଶତାଧିକ ସମର୍ଥକ ଯୋଗ ଦେଇ ଏଥିରେ ସକ୍ରିୟ ସହଯୋଗ କରିବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ପାଶନା ଗ୍ରାମ ଛକରୁ ପଦଯାତ୍ରାଟି ବାହାରି ସମଗ୍ର ପାଶନା ଗ୍ରାମ ସହ ଘରକୁ ଘର ବୁଲି ହାଟ ପଡ଼ିଆରେ ପହଞ୍ଚିଥିଲା। ଦଳୀୟ କର୍ମୀବୃନ୍ଦ ଘରକୁ ଘର ନବୀନ ସରକାରଙ୍କ ଯୋଜନାର ସଫଳତାର ବାର୍ତ୍ତା ପହଞ୍ଚାଇଥିଲେ । ନବୀନ ସରକାରଙ୍କ ଯୋଜନାର ସୂଚନାପତ୍ର ବଣ୍ଟନ କରିଥିଲେ । ନବୀନ ସରକାରଙ୍କ ମମତା ଯୋଜନା, ମିଶନ ଶକ୍ତି,କାଳିଆ ଯୋଜନା, ଖାଦ୍ୟ ସୁରକ୍ଷା,ବିଜୁ କୃଷକ ଯୋଜନା,ବିଜୁ ସ୍ବାସ୍ଥ୍ୟ ଯୋଜନା, ଦିବ୍ଯାଙ୍ଗ ଯୋଜନା,କୋଭିଡିର ସଫଳ ମୁକାବିଲା,ମହାବାତ୍ୟା ମୁକାବିଲା, ହରିଶ୍ଚନ୍ଦ୍ର ଯୋଜନା,୫ଟି ,ସ୍କିଲଡ୍ ଇନ୍ ଓଡ଼ିଶା,ଜାଗା ମିଶନ,ବିଶ୍ଵ ସ୍ତରୀୟ କ୍ରୀଡା ଯୋଜନା, ସାମାଜିକ ସୁରକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା,କ୍ରୀଡାର ବିକାଶ,ବିଶ୍ବ କପ୍ ହକି ଖେଳ ଆୟୋଜନ,ଯୁବ ମହିଳା ବିଶ୍ଵ କପ୍ ଫୁଟବଲ୍ ଆୟୋଜନ ପ୍ରମୁଖ ବହୁ ଜନ କଲ୍ୟାଣ ଯୋଜନା ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ସରକାରଙ୍କ ଯୋଜନାରେ କିଭଳି ସାମିଲ ହୋଇ ଉପକୃତ ହେବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଥିଲା । ଜନ ସଂପର୍କ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତ ନେତୃବୃନ୍ଦ, ଗ୍ରାମବାସୀ , ଛାତ୍ର, ମହିଳା ପ୍ରମୁଖ ସାମିଲ ହୋଇ ସଫଳ କରାଇଥିବାରୁ ସମସ୍ତଙ୍କୁ ବରିଷ୍ଠ ବିଜେଡି ନେତା ସିଦ୍ଧିଲାଭ ହେମ୍ବ୍ରମ କୃତଜ୍ଞତା ଜଣାଇଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କୁମ୍ଭାର ସମାଜକୁ ପୁନଃ ଅନୁସୂଚିତ ଜାତି ମାନ୍ୟତା ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବିପତ୍ର 

Sunil Chandra Nayak

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Leave a Comment

error: Content is protected !!