ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପୋଷାକ ଶୃଙ୍ଖଳା

ଭବାନୀପାଟଣା ତା ୫.୧୨.୨୦୨୨ ଆଜି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପି ଜି ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ୟୁନିଫର୍ମ ପ୍ରଚଳନ କରିଛନ୍ତି।ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଆଜି ନିଜ ହାତରେ ନୂଆ ୟୁନିଫର୍ମ ଛାତ୍ର ଛାତ୍ରୀ ଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ହାବସପୁରୀ ପୋଷାକ ପିନ୍ଧିବେ। କୁଳପତି ଅଭିଭାଷଣରେ କହିଲେ ଯେ ହାବସ୍ପୁରୀ ହସ୍ତ ତନ୍ତ କଳାହାଣ୍ଡିର ପରିଚୟ। କିନ୍ତୁ ଏହା ବର୍ତ୍ତମାନ ପୃଷ୍ଠ ପୋଷକତାର ଅଭାବ ହେତୁ ଦୁର୍ଦ୍ଦିନରେ ଗତି କରୁଛି। ଏହାର ପୁନରୁଦ୍ଧାର ପାଇଁ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଅଣ୍ଟା ଭିଢ଼ିଛି । ଏହାଦ୍ବାରା କାରିଗର ମାନେ ବହୁଳ ଭାବରେ ଉପକୃତ ହେବେ l ଏହି ଉପଲକ୍ଷେ ଶହ ଶହ ଛାତ୍ର ଛାତ୍ରୀ ଉପସ୍ଥିତ ରହି ଏଭଳି ପଦକ୍ଷେପ କୁ ସ୍ବାଗତ କରିଥିଲେ। ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଶ୍ରୀ ପିତାମ୍ବର ଭୋଇ, ବିତ୍ତ ଅଧିକାରୀ ଶ୍ରୀ ସୁରେଶ ପିଡିଶିକା, ହାବସ୍ ପୁରୀ ଫେଶନ ଡିଜାଇନର ଶ୍ରୀ ସୁଜିତ ମେହେର, ପିଜି କାଉନସିଲ ମେଜର ଡକ୍ଟର ଜୟଦେବ ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ପଲ୍ଲୀଶ୍ରୀ ପଟ୍ଟନାୟକ, କେସିଙ୍ଗା ମହାବିଦ୍ୟାଳୟ ଅଧ୍ୟକ୍ଷ, ସମ୍ବାଦଜିଲ୍ଲା ପ୍ରତିନିଧି ଶ୍ରୀ ଦେବେନ୍ଦ୍ର ବିଶି, ସକାଳ ଜିଲ୍ଲା ପ୍ରତିନିଧି ଶ୍ରୀ ସ୍ଵାଧୀନ ପାତ୍ର, ଦୂରଦର୍ଶନ ଡାଇରେକ୍ଟର ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସଙ୍କଟରେ ପହରିଆ ସମ୍ପ୍ରଦାୟର ଲୋକେ, ନିଜ କୌଳିକ ବୃତ୍ତି ହରାଇବାକୁ ବସିଛନ୍ତି !

Sunil Chandra Nayak

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶ୍ରାବଣ ସଞ୍ଜ

Sunil Chandra Nayak

Leave a Comment

error: Content is protected !!