ତଅପୋଇ
ଶ୍ରୀମତୀ କଲ୍ୟାଣୀ ନନ୍ଦ
ସଂସାର ସାଗରେ ଭାସୁଥାଏ ଜୀବନ ତରୀ,
ସୁଖ, ଦୁଃଖ ଆହୁଲା ଦୁଇ ନେଉଥାଏ ବାହି,
ତନୟାବନ୍ତ ସାଧବ,ଶକୁନ୍ତଳା ତା ସାଧବାଣୀ,
ସପତ ପୁତ୍ରେ କନ୍ୟା ଏକ ତାର, ତଅପୋଇ ।୧।
ସାଧବ ତନୟାବନ୍ତ, ଅଚଳାଚଳ ଯେ ସମ୍ପତ୍ତି,
ସାତ ଭାଇ,ଭାଉଜଙ୍କ ଗେହ୍ଲା ଥିଲା ତଅପୋଇ,
ଏକ ଦିନେ ତଅପୋଇ ସୁନାଚାନ୍ଦ ପାଇଁ କଲା ଅଳି,
ସାଧବ ପିତା ସୁନାଚାନ୍ଦ ଗଢାଇଲେ କନ୍ୟା ପାଇଁ।
ହେଲେ ଦଇବ ହେଲା ଭଗାରୀ,ତଅପୋଇ ପାଇଁ,
ଚାନ୍ଦଗଢା ପୁରା ନ ହେଉଣୁ,ନିରୀମାଖି ତଅପୋଇ,
ପିତା,ମାତା ହରାଇ ଛେଉଣ୍ଡ ହୋଇଗଲା ତଅପୋଇ,
ସାତଭାଇ ଗଲେ ଦରିଆ ପାରି ବଣିଜ, ବେପାର କରି।
ଅଲିଅଳି ତଅପୋଇ ଛଅ ଭାଉଜଙ୍କ ହେଲା ଭଗାରୀ,
ଛେଳି ଚରାଇ ବନସ୍ତେ ଦୁଃଖରେ ଦିନ ଯାଉଥାଏ ବିତି,
ସାନ ଭାଉଜ ତା ଦୁଃଖ ବୁଝି ରଖିଥାଏ ତାକୁ ଆଶ୍ବାସୀ,
ତଅପୋଇ ର ଦିନ ବିତୁ ଥାଏ ପିତା,ମାତା, ଭାଇଙ୍କୁ ସୁମରି ।
ଦିନକର କଥା ବନସ୍ତେ ହଜିଲା,ବଡ଼ ଭାଉଜର ଘରମଣି,
ଗେହ୍ଲେଇ ତଅପୋଇ ରାତ୍ରି ଅନ୍ଧକାରେ ଗଲା ଛେଳି ଖୋଜି,
ନ ପାଇ ଛେଳି, ଖୁଦୁରୁକୁଣୀ ଓଷା ବ୍ରତ କଲା ମନଦେଇ,
ମାଁ ମଙ୍ଗଳାଙ୍କ ଆଶିଷ ଝରିଲା ତଅପୋଇର ଦୁଃଖ ଦେଖି ।
ଫେରିଲେ ସାତଭାଇ ବିଦେଶରୁ ବଣିଜ,ବେପାର ସାରି,
ବନସ୍ତେ ଦେଖିଲେ ଭଉଣୀ ତଅପୋଇ କାନ୍ଦେ ଲୁହ ଝରାଇ,
ଦଣ୍ଡିଲେ ଛଅ ଭାଉଜଙ୍କୁ, ଶୁଣି ଭଉଣୀର ଦୁଃଖ କାହାଣୀ,
ତଅପୋଇ ଜୀବନେ ସୁଖର ସୂରୁଜ ସତେ କି ଆସିଲା ଉଇଁ ।
ବିରଞ୍ଚି ସାଧବ ପୁଅ ରତ୍ନାକର ସାଥେ ବିବାହ କରାଇ,
ବିଦାୟ କଲେ ତଅପୋଇକୁ ଦୁଃଖ ମନେ ସାତ ଭାଇ,
ତଅପୋଇ ଥିଲା ଗନ୍ଧର୍ବ ଚିତ୍ରସେନ ପତ୍ନୀ ମର୍ତ୍ତ୍ୟରେ ଜନମି,
ମାନବ ଲୀଳା ସାରି ଫେରିଗଲା ସ୍ବର୍ଗପୁରୀ ଶାପମୁକ୍ତ ହୋଇ।
ତଅପୋଇ କାହାଣୀ କହେ ଉତ୍କଳ ସଂସ୍କୃତି ର କାହାଣୀ,
ବାଲିଯାତ୍ରା କହେ ଓଡ଼ିଆ ଜାତିର ସୁଖ, ସମୃଦ୍ଧି,କାହାଣୀ,
ଅଲିଅଳି ତଅପୋଇର କଥା ନୁହେଁ ଯେ ବୁଢୀମାଆ କାହାଣୀ,
ଉତ୍କଳ ଜନନୀ ଗର୍ବିତ ତା ସନ୍ତାନ ର ଗୈ|ରବ ଗାଥା ପାଇଁ।
ସମ୍ବଲପୁର