ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶ୍ରୁତି ଥାପାଙ୍କୁ ଶୁଭେଚ୍ଛା

ରାଉରକେଲା/ ଚଳିତ ମାସ ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲା ଇସ୍‌ଲାମପୁରଠାରେ ହେବାକୁ ଯାଉଛି ୨୪ତମ ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତା। ଭାରତୀୟ ଭଲିବଲ ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଦେଶର ବିଭିନ୍ନ ରାଜ୍ୟର ଖେଳାଳୀମାନଙ୍କ ମଧ୍ୟରେ ଓଡ଼ିଶା ଦଳ ସାମିଲ ହୋଇଛି। ଓଡ଼ିଶା ଦଳରେ ରାଉରକେଲାର ଶ୍ରୁତି ଥାପା ସାମିଲ ହୋଇଛନ୍ତି। ଚନ୍ଦ୍ରଶେଖର କ୍ରୀଡ଼ା ସଙ୍ଗଠନର ସଦସ୍ୟା ଥିବା ଶ୍ରୁତିଙ୍କୁ ଏହି ଅବସରରେ ସଙ୍ଗଠନର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ଓ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଓଡ଼ିଶା ଦଳର ଖେଳାଳୀମାନେ ଭଲ ପ୍ରଦର୍ଶନ କରି ରାଜ୍ୟର ନାମକୁ ଉଜ୍ଜ୍ୱଳ କରିବେ ବୋଲି ଆଶାବ୍ୟକ୍ତ କରାଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ନୂଆ ମୁଣ୍ଡା ଗାଁରେ ସ୍ଵଛତା ପଖୁୱାର୍ଡ ଅନୁଷ୍ଠିତ

Sunil Chandra Nayak

କନିଅର ଫଳ ଖାଇ ବୃଦ୍ଧା ଗୁରୁତର

Sunil Chandra Nayak

ବାଲେଶ୍ବର – ପଞ୍ଚଲିଙ୍ଗେଶ୍ୱର ଯାତ୍ରୀ ସୁରକ୍ଷା କମିଟି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!