।। ପ୍ରହସନ ।।
କୈଳାସ ଚ଼ନ୍ଦ୍ର ପାଢ଼ୀ
କେତେଦିନ ଚାଲିବ ଏ ପ୍ରହସନ
ଭୋଜବାଜି ଖେଳ,
ଧ୍ବଂସର-ତାଣ୍ଡବଲୀଳା ଦେଖଦେଖ
ସରିଆସେ ବେଳ।
ଆମେ କାଳେ ଅମୃତ-ସନ୍ତାନ
ନିଜ ଜୂଈ ସଜାଉଛୁଁ ନିଜ ଶବ
କରିବୁ ଦହନ
ଦେଖୁନାହଁ ଦିଶିଯାଏ କେମିତିକା
ଅଶୁଭ-ଶକୁନ ।।
କାଉଙ୍କର ମେଳା ଏଠି କୋଇଲୀର
ସୋର୍ ଶବ୍ଦ ନାହିଁ
କୁମ୍ଭାଟୁଆ ଗୀତଗାଏ ବଜ୍ରଘୋଷେ-
କଣ୍ଠ ତା ଫଟାଇ
ପ୍ରହେଳିକା ଖାଲି ଧପ୍ପାବାଜି
ଜଳନାହିଁ ମିଛଟାରେ ମେଘଟା ଯା
ମରୁଛି ଗରଜି
ସବୁ ଏଠି ମିଛ-ମାୟା ପ୍ରହସନ
ଖାଲି ଧପ୍ପାବାଜି ।।
ଯୁଆଡେ଼ ଅନାଇଦେଲେ ଇନ୍ଦ୍ରଜାଲ
ଖାଲି ଇନ୍ଦ୍ରଜାଲ
ମୁକ୍ତିନାହିଁ ମୁକ୍ତିନାହିଁ ଡାକଛାଡ଼େ
ବୁଭୁକ୍ଷୁ-କଙ୍କାଳ
ଲଙ୍କା ପୁରେ ହରିଶବ୍ଦ ପରି
ସ୍ବାଧୀନ ଭାରତ ବୋଲି କେତେଜଣ
ଛାଡ଼ୁଛନ୍ତି ହୁରି
ସତରେ କି ଏଇମାନେ ଛଦ୍ମବେଶୀ
ଜାଗ୍ରତ ପ୍ରହରୀ ।।
ସ୍ବପ୍ନଏବେଭାଙ୍ଗୁଛି ଅଳସ ବୁଭୁକ୍ଷୁର
ଆର୍ତ୍ତ ଚ଼ିତ୍କାରରେ
ସତ୍ୟଏବେଫୁଟାଉଛି ସ୍ବର ପତିତର
ଅନୁଚ୍ଚ-କଣ୍ଠରେ
ଧର୍ମ ଏବେ ଅଜ୍ଞାତ ବାସରେ
ସର୍ତ୍ତ ତାର ପୁରି ନାହିଁ ଆସିବାକୁ
ସୁବର୍ଣ୍ଣ-ରଥରେ
ଆସିବ ଆସିବ ସିଏ ଆବାହନୀ
ଗାଅ ଆଜି ତାରେ।।
କୁମାର ପୁର। ଅନନ୍ତପୁର।
ବାସୁଦେବପୁର।ଭଦ୍ରକ।