ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୌତମ କଚିମ ଙ୍କ କବିତା ବିଜୁଳି ବତି କୁ ସଞ୍ଚୟ କର

ବିଜୁଳି ବତି କୁ ସଞ୍ଚୟ କର

ଗୌତମ କଚିମ

ଶିକ୍ଷାର ଆଲୋକେ ପୁରା ଆଲୋକିତ,
ଓଡ଼ିଶା ରାଇଜ ଆମ 
ହେଲେ କି କରିବ ଜନ ସାଧାରଣ,
ନୁହଁନ୍ତି ଯେ ସଚେତନ।।
ବିଜୁଳି ଆଲୋକ କ୍ଷଣେ ନ ପାଇଲେ,
ହୁଅନ୍ତି ଯେ ହାହାକାର,
ବିଜୁଳି ପାଇଲେ ଭଲ ମନ୍ଦ ଭୁଲି,
କରନ୍ତି ତା ବ୍ଯବହାର।।
ଘରେ ତ ଜାଳନ୍ତି ବିଦ୍ୟୁତ ବଲବ,
ସଦା ସେ ଆଲୋକ ଦିଏ,
ତା ସହିତେ ପୁଣି ବାହାରେ ବଲବ,
ଦିନ ରାତି ଜଳୁ ଥାଏ।।
ବିଜୁଳି ର ଏମିତିକା ବ୍ଯବହାର,
କରିବା ଉଚିତ ନୁହେଁ,
ନିଜର ବିଦ୍ୟୁତ ବିଲ୍ ବଢ଼େ ପୁଣି,
ମେସିନ ରୁ ବେଶି ଖର୍ଚ୍ଚ ହୁଏ।।
ପ୍ରତିଦିନ ହେଲେ ଅପବ୍ୟବହାର,
ମେସିନ୍ କୁ ଚାପ ପଡ଼ିବ 
ତା କ୍ଷମତା ଠାରୁ ଅଧିକ ବିଜୁଳି,
ଜାଳିଲେ ସେ ଜଳିଯିବ।।
ମେସିନ୍ ଜଳି ଗଲେ ଅନିର୍ଦ୍ଧିଷ୍ଟ କାଳ,
ଅନ୍ଧ କାରେ ଗାଁ ଥିବ,
ନୂତନ ମେସିନ ଆଣିବା ପାଇଁ କା,
ଟଙ୍କା ଦରକାର ହେବ।।
ତେଣୁ ସଚେତନ ହୁଅ ସର୍ବ ଜନ,
ବିଜୁଳି କୁ ସଠିକ ରେ,
ବ୍ୟବ ହାର କରି ବଞ୍ଚାଅ ବିଜୁଳି,
ସଦା ଥିବ ସୁବିଧାରେ।।
ବଡ଼ ମୁଣ୍ଡା, ଚନ୍ଦା ହାଣ୍ଡି, ଜିଲ୍ଲା:ନବରଙ୍ଗପୁର

Related posts

ତାଏକ୍ୱାଣ୍ଡୋ କଲର୍ ବେଲ୍ଟ ଗ୍ରେଡ଼ିଂ ଟେଷ୍ଟିଂ ସଂପନ୍ନ

Sunil Chandra Nayak

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ସହାୟତା

ଛାତିଏ ପାଣି ନାଳ ପାର ହୋଇ ମସାଣୀ କୁ ଗଲା ଶବ 

Sunil Chandra Nayak

Leave a Comment

error: Content is protected !!