ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଲେରୋ ବାଇକ ମୁହାଁ ମୁହିଁ ଧକ୍କା ବାଇକ ଆରୋହୀ ଗୁରୁତର

ଚନ୍ଦାହାଣ୍ଡି 23/8(ମ ନି ସ)– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା ବକରାମୁଣ୍ଡି ଘାଟି ବୁଲାଣିଆ ରାସ୍ତା ରେ ବାଇକ ବୋଲେରୋ ମୁହାଁ ମୁହିଁ ଧକା ହେବା ଫଳରେ , ଝରିଗାଁ ଥାନା ଅଧୀନ ହାତୀବାଡି ଗ୍ରାମର ରତ୍ନାକର ଖରସେଲ (42) ନାମକ ବାଇକ ଆରୋହୀ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି l ଖବର ପାଇ ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ, ଚନ୍ଦାହାଣ୍ଡି ଥାନା ଏ ଏସ ଆଇ ହୃଷିକେଶ ପଟେଲ , ଅଗ୍ନିଶମ ବାହିନୀ ସହ ଘଟଣା ସ୍ଥଳ କୁ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡି ଏବଂ ଗୁରୁତର ବାଇକ ଆରୋହୀ ଙ୍କୁ ଚିକିତ୍ସା ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ l ଦୁର୍ଘଟଣା ଘଟାଇ ଥିବା ବୋଲେରୋ ଗାଡି ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ନୂଆପଡା ଗ୍ରାମର ବଳରାମ ପାଣ୍ଡେ ଙ୍କ ବୋଲି ଜଣାଯାଇଛି l ଚନ୍ଦାହାଣ୍ଡି ଥାନା ଅଧିକାରୀ ସରକାରୀ କାମରେ ନବରଙ୍ଗପୁର ଯାଇଥିବା ରୁ କେସ ପଞ୍ଜିକୃତ ହୋଇ ପାରି ନ ଥିବା ଥାନା ସୂତ୍ର ରୁ ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ଝରିଗାଁ ଥାନା ଅଧୀନ ହାତିବାଡି ଗ୍ରାମର ରତ୍ନାକର ଗୌଡ଼ କୌଣସି କାମରେ ଚନ୍ଦାହାଣ୍ଡି ବ୍ଲକ ଦଳବେଡା ଗ୍ରାମ କୁ ଆସି ଏକ ହିରୋ ଦିଲକ୍ସ ବାଇକ ଯୋଗେ ନିଜ ଗାଁ ହାତୀବାଡି କୁ ଫେରୁଥିଲେ l ବିପରୀତ ଦିଗ ଉମରକୋଟ ପଟୁ ଓ ଡି 24 -ଏ 5307 ନମ୍ବର ଯୁକ୍ତ ବୋଲେରୋ ଗାଡି ରେ ଅନକାବେଡା ପଂଚାୟତ ନୂଆପଡା ଗ୍ରାମର ବଳରାମ ପାଣ୍ଡେ, ମାଧୁରୀ ପାଣ୍ଡେ ନାମ୍ନୀ ଜଣେ ଗର୍ଭବତୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରୁ ଥିବା ସମୟ ରେ ବକରା ମୁଣ୍ଡି ଘାଟି ବୁଲାଣି ଠାରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ବୋଲେରୋ ଗାଡ଼ି ଟି ବାଇକ ଆରୋହୀ ଅଣ୍ଟା ଉପରକୁ ଚଢି ଜାଇ ରାସ୍ତା ର ପାର୍ଶ ରେ ଥିବା ଏକ ଗଛ କୁ ଲାଗି ଅଟକି ଯାଇଥିଲା l ବୋଲେରୋ ଗାଡିରେ ଥିବା ଗର୍ଭବତୀ ଙ୍କ ସମେତ ସମସ୍ତେ ସୁରକ୍ଷିତ ଥିବା ବେଳେ , ଏଥିରେ ଲିପ୍ଟ ରେ ଆଶୁଥିବା ଭତାଝର ଗ୍ରାମର ସୁକାଳ ବାଇ ମାଝି (55) ନାମ୍ନୀ ମହିଳା ଙ୍କ ଗୋଡ଼ ଭାଙ୍ଗି ଯାଇଥିଲା l ରାସ୍ତା ଦେଇ ଯାଉଥିବା ଲୋକେ ଚନ୍ଦାହାଣ୍ଡି 108 କୁ ଖବର ଦେବା ସହ ପୋଲିସ କୁ ଜଣାଇବା ରୁ ଚନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ଏ ଏସ ଆଇ ହୃଷିକେଶ ପଟେଲ ଏବଂ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳ କୁ ପହଁଚି ଦୁର୍ଘଟଣା ଗ୍ରସ୍ଥ ଙ୍କୁ ଉଧାର କରିବା ସହ ଗୁରୁତର ରତ୍ନାକର ଗୌଡ଼ ଏବଂ ସୁକାଲି ବାଇ ମାଝି ଙ୍କୁ ଚିକିତ୍ସା ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ ଥିଲେ l ସେଠାରେ ଡାକ୍ତର ପ୍ରକାଶ ନାୟକ ଙ୍କ ଚିକିତ୍ସା ପରେ ଗୁରୁତର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ନ ଆସିବାରୁ ଅଧିକା ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ହସ୍ପିଟାଲ କୁ ରେଫର କରାଯାଇଥିବା ଜଣା ଯାଇଛି l ଦୁର୍ଘଟଣା ରେ ବାଇକ ଆରୋହୀ ରତ୍ନାକର ଗୌଡ଼ ଙ୍କ ଅଣ୍ଟା ରେ ଗଭୀର ଆଘାତ ଲାଗିବା ସହ ତାଙ୍କ ଯୌନାଙ୍ଗ କଟି ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି l ସୁକାଲି ବାଇ ର ବାମଗୋଡ଼ ଭାଙ୍ଗି ଯାଇ ଥିବା ଡାକ୍ତର ଖାନା ସୂତ୍ର ରୁ ଜଣାପଡିଛି l ଖବର ଲେଖା ହେବା ସୁଧା ଚନ୍ଦାହାଣ୍ଡି ଥାନା ରେ କୌଣସି ଲିଖିତ ଅଭିଯୋଗ କରା ଯାଇ ନ ଥିଲା କିମ୍ବା କେସ ପଞ୍ଜିକୃତ ହୋଇ ନ ଥିଲା l ଗାଡି ଚାଳକ ଫେରାର ଥିବା ଜଣାଯାଇଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ନାୟିକା ର ନାଁ ବର୍ଷା

ଗୋବିନ୍ଦପୁର ସାପ୍ତାହିକ ହାଟ ଠାରେ ଜଳଛତ୍ର ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!