ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷି ବିଭାଗର ଛାନଭିନ୍ , ଲଗାତାର ଚଢ଼ାଉ ଜାରୀ 

ରାଇଘର (ମ ନି ସ )୧୭:୦୭:୨୨- ନବରଙ୍ଗପୁର ଜିଲ୍ଲା   ରାଇଘର ବ୍ଲକରେ ଚଢ଼ା ଦରରେ ସାର ବିହନ ବିକ୍ରୀ କରୁଥିବା ବ୍ୟବସାୟୀଙ୍କୁ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ଉ ପରେ ବର୍ତମାନ ଚାଷୀଙ୍କୁ ସାର ମିଳୁଥିବା ଜଣା ପଡିଛି l ଛତିଶଗଡ ସୀମାନ୍ତ ଅଞ୍ଚଳରେ କ୍ରମାଗତ ଚଢ଼ଉ ପରେ ଆଜି ଉମରକୋଟ ଜିଲ୍ଲା କୃଷି ଅଧିକାରୀ ବିଜୟ ପଟ୍ଟନାୟକ,ବ୍ଲକ୍ କୃଷି ଅଧିକାରୀ ମୋନଜ କୁମାର ଦେ,ଆସିଷ୍ଟାଣ୍ଟ କୃଷି ଅଧିକାରୀ ସନ୍ତୋଷ ନାୟକ ସହ ଏକ ଟିମ୍ ଶୁକ୍ରବାର ଦିନ ପାରୁଆ ପଞ୍ଚାୟତ ଗସ୍ତ କରି ଛତାବେଡା ସଂଜିତ ସରକାର,ସଂଜୟ ଏଣ୍ଟରପ୍ରାଇଜେସ ଠାରେ ଚଢ଼ଉ କରି ବିଭିନ୍ନ ଗୋଦାମ ଷ୍ଟକ୍ ଚେକ୍ କରିଥିଲେ l ସେହି ଭଳି ଗାନ୍ଧୀନଗର ଉପେନ୍ଦ୍ର ନାୟକଙ୍କ ଦୋକାନ ରେ ମଧ୍ୟ କାଗଜ ପତ୍ର ଯାଞ୍ଚ କରିଥିଲେ l ରାଇଘର ସଦର ମହକୁମା ସ୍ଥିତ ଟୁଲୁ ପାଣିଗ୍ରାହୀଙ୍କ ଦୋକାନରେ ସାର ଟ୍ରକ ଯୋଗେ ଆସିବା ସମୟରେ କୃଷି ବିଭାଗ ପକ୍ଷରୁ ଦୁଇ ଜଣ ଅଧିକାରୀ ଘଟଣା ସ୍ଥଳରେ ରହି ସରକାରୀ ଦରରେ ବିକ୍ରୀ କରିଥିଲେ l ସାର ବୃଦ୍ଧି ଚଢ଼ା ଦରରେ ବିକ୍ରୀ ନେଇ ଲଗାତାର  ଚଢ଼ଉ ହେଉଥିବା ଜଣାପଡିଛି l  ଯେଉଁ ସ୍ଥାନରେ ମଧ୍ୟ ସାର ଅଧିକ ଦରରେ ବିକ୍ରୀ ହୁଏ ତେବେ କୃଷି ବିଭାଗ କାର୍ଯ୍ୟାଳୟ ଠାରେ ଆସି ଅଭିଯୋଗ କରିବାକୁ ଚାଷୀଙ୍କୁ ଅବଗତ କରିଛନ୍ତି l ଯେଉଁ ବ୍ୟବସାୟୀ ଅଧିକ ଦରରେ ବିକ୍ରୀ କଲେ ଲାଇସେନ୍ସ ବାତିଲ କରାଯାଇ ବ୍ୟବସାୟୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ସୂଚନା ଦେଇଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ସହିଦ୍ ଶ୍ରାଦ୍ଧୋତ୍ସବ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

Sunil Chandra Nayak

Leave a Comment

error: Content is protected !!