ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଫାର୍ମାସିଷ୍ଟ ସ୍ଵର୍ଯ୍ୟ ନାରାୟଣ ପଣ୍ଡା ନିଜ ଚାକିରୀ ଜୀବନରୁ ଅବସର ନେଇଛନ୍ତି ।ଦୀର୍ଘ ୩୭ ବର୍ଷ କାଲ ନିଜ ଚାକିରୀ ଜୀବନ ସୁଚାରୁ ରୂପରେ ସମ୍ପାଦନା କରି ଅନେକ ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି ।ସେ ଜଣେ ସରଳ ଓ ମେଳାପୀ ବ୍ୟକ୍ତି ଥିଲେ ।ପ୍ରଥମେ ନିଜ ଚାକିରୀ ଜୀବନ ଚାରବାହାଲ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ହାବସପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅବସର ଗ୍ରହଣ କରିଛନ୍ତି ।ଏହି ଅବସରରେ ହାବସପୁର ମଣ୍ଡି ପ୍ରାଙ୍ଗଣରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇ ଶ୍ରୀ ପଣ୍ଡାଙ୍କ ଅବସର ଜୀବନ ସୁଖମୟ ଓ ଶାନ୍ତି ମୟ ଜୀବନ ଯାପନ କରିବା ପାଇଁ ଭଗବାନଙ୍କ ନିକଟରେ ଗୁହାରି କରିଥିଲେ ।ଏଥିରେ ବରିଷ୍ଠ ସମାଜସେବୀ ଶେଷ ଦେବ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୀମାଞ୍ଚଳ ନାଗ ଯୋଗ ଦେଇଥିଲେ ।                 ସମ୍ମାନିତ ଅତିଥିଭାବେ ଜିଲାପରିଷଦ ସଭ୍ୟ। ଶାମୁକା ରାଣୀ କୁମାର ,ସମାଜସେବୀ ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରି ଶ୍ରୀ ପଣ୍ଡାଙ୍କ ଚାକିରୀ ଜୀବନ ର କିଛି କଥା କହିଥିଲେ ।ଏଥିରେ ଶ୍ରୀ ପଣ୍ଡା ମଧ୍ୟ ନିଜ ମନ କଥା ବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ହାବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା ଅଧକ୍ଷତା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପଣ୍ଡାଙ୍କୁ ମାନ ପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।ଦିନେଶ ଲହଜଳ ମଞ୍ଚ ପରିଚାଳନା କରିଥିବାବେଳେ ଅର୍ଜୁନ ଶଗଡ଼ିଆ ଧନ୍ୟବାଦ ଅର୍ପଣ କରିଥିଲେ ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଟ୍ରାକ୍ଟର ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପରେ ପଡ଼ିଯିବାରୁ ମହିଳା ଶ୍ରମିକଙ୍କ ମୃତ୍ୟୁ

Sunil Chandra Nayak

ଡୁଇଟ୍ ଡେଭିଡ ଫିଲିପ ଙ୍କ କବିତା ଦ୍ଵିତୀୟ ଦେଖା ଏକ ଗୁପ୍ତ କବିତା

Sunil Chandra Nayak

ଅବହେଳିତ ଲମତାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ:ନା ସାମିଲ ହୋଇଥିଲା ରଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ରେ ନା ଏବେ ବହୁ ଚର୍ଚ୍ଚିତ 5ଟି ରେ

Sunil Chandra Nayak

Leave a Comment

error: Content is protected !!