ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ଆଇନ ପରାମର୍ଶ ଦାତାଙ୍କ ଯୋଗଦାନ

ଜୁନାଗଡ଼, ୫//୭ ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଆଇନ୍ ସହାୟତା କେନ୍ଦ୍ର ରେ ଦୁଇ ବରିଷ୍ଟ ଆଇନଜୀବୀ ଆଇନ ପରାମର୍ଶ ଦାତା ଭାବେ ଯୋଗଦାନ କରିଛନ୍ତି।ଜୁନାଗଡ଼ ବାର ରୁ ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ବରାଡ ଓ ରମେଶ ଚନ୍ଦ୍ର ନାଏକ ମୋନାନୀତ ହୋଇ ଏହି ପଦବୀରେ ଯୋଗଦାନ କରିଛନ୍ତି l ରାଜ୍ୟ ସରକାର ଙ୍କ ମଙ୍ଗଳ ବିଭାଗ ଓ ଓଡିଶା ଆଇନ୍ ସେବା ପ୍ରାଧିକରଣ କେନ୍ଦ୍ର କଟକ ତରଫରୁ ମନୋନୀତ ହୋଇ ଏହି ପଦବୀରେ ନିଯୁକ୍ତି ହୋଇଛନ୍ତି। ପଞ୍ଚାୟତ ଅଞ୍ଚଳ ର ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ଆର୍ଥିକ ଅନ ଗ୍ରସର ଲୋକଙ୍କ ପାଇଁ ନିଶୁଳ୍କ ଆଇନ୍ ସମ୍ଵନ୍ଧରେ ପରାମର୍ଶ ଦେବା ପାଇଁ ଏହି ନିଯୁକ୍ତି ହୋଇଥାଏ l ଓଡିଶା ର ପ୍ରତିଟି ବ୍ଲକ୍ ରେ ଏହି ବ୍ୟବସ୍ଥା ରାଜ୍ୟ ସରକାର ୨୦୧୨ ରୁ ଲାଗୁ କରିଛନ୍ତି l ଏ ସମ୍ବନ୍ଧରେ ଦୁଇ ଆଇନଜିବି ବ୍ଲକ୍ କାର୍ଯ୍ୟାଳୟ ରେ ବି ଡି ଓ ଦୁଲାରାମ ମାରାଣ୍ଡି ଙ୍କୁ ନିଯୁକ୍ତି ପତ୍ର ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି l ଏହି ଆଇନ୍ ସହାୟତା କେନ୍ଦ୍ର କୁ ଦରକାର ସମୟରେ ଆସି ଆଇନ୍ ସହାୟତା ନେବା ପାଇଁ ବି ଡି ଓ ବ୍ଲକ ଅଧକ୍ଷ୍ୟା ସବିତା ମେହେର ଓ ବ୍ଲକ୍ ଉପାଧ୍ୟକ୍ଷ ପ୍ରମୋଦ ବେହେରାଙ୍କୁ ଅନୁରୋଧ କରିଛନ୍ତି l ଦୁଇ ଆଇନ୍ ଯିବୀ ଲୋକଙ୍କ ଆଇନ ସେବା ପାଇଁ ତାଙ୍କୁ ନିଯୁକ୍ତି କରାଯାଇଥିବାରୁ ଜୁନାଗଡ଼ ଓକିଲ ସଂଘ କୁ ଧନ୍ୟବାଦ ଜଣାଇଛନ୍ତି।ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ପ୍ରତିକୂଳ

Sunil Chandra Nayak

ମା କନକ ଦୁର୍ଗା ଙ୍କ ପୀଠରେ ଆଜି ନବରାତ୍ରୀ ର ଚତୁର୍ଥ ଦିବସ ପାଳିତ 

Sunil Chandra Nayak

ବିହାରୀ ଦଲାଲ ଙ୍କ କବଜ୍ଜାରେ ତିନି ଓଡ଼ିଆ ଝିଅ କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ଲକ୍ ଅଧ୍ୟକ୍ଷା ଙ୍କ ଦୃଢ଼ ପଦକ୍ଷେପ 

Leave a Comment

error: Content is protected !!