ଜୁନାଗଡ଼, ୫//୭ ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଆଇନ୍ ସହାୟତା କେନ୍ଦ୍ର ରେ ଦୁଇ ବରିଷ୍ଟ ଆଇନଜୀବୀ ଆଇନ ପରାମର୍ଶ ଦାତା ଭାବେ ଯୋଗଦାନ କରିଛନ୍ତି।ଜୁନାଗଡ଼ ବାର ରୁ ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ବରାଡ ଓ ରମେଶ ଚନ୍ଦ୍ର ନାଏକ ମୋନାନୀତ ହୋଇ ଏହି ପଦବୀରେ ଯୋଗଦାନ କରିଛନ୍ତି l ରାଜ୍ୟ ସରକାର ଙ୍କ ମଙ୍ଗଳ ବିଭାଗ ଓ ଓଡିଶା ଆଇନ୍ ସେବା ପ୍ରାଧିକରଣ କେନ୍ଦ୍ର କଟକ ତରଫରୁ ମନୋନୀତ ହୋଇ ଏହି ପଦବୀରେ ନିଯୁକ୍ତି ହୋଇଛନ୍ତି। ପଞ୍ଚାୟତ ଅଞ୍ଚଳ ର ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ଆର୍ଥିକ ଅନ ଗ୍ରସର ଲୋକଙ୍କ ପାଇଁ ନିଶୁଳ୍କ ଆଇନ୍ ସମ୍ଵନ୍ଧରେ ପରାମର୍ଶ ଦେବା ପାଇଁ ଏହି ନିଯୁକ୍ତି ହୋଇଥାଏ l ଓଡିଶା ର ପ୍ରତିଟି ବ୍ଲକ୍ ରେ ଏହି ବ୍ୟବସ୍ଥା ରାଜ୍ୟ ସରକାର ୨୦୧୨ ରୁ ଲାଗୁ କରିଛନ୍ତି l ଏ ସମ୍ବନ୍ଧରେ ଦୁଇ ଆଇନଜିବି ବ୍ଲକ୍ କାର୍ଯ୍ୟାଳୟ ରେ ବି ଡି ଓ ଦୁଲାରାମ ମାରାଣ୍ଡି ଙ୍କୁ ନିଯୁକ୍ତି ପତ୍ର ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି l ଏହି ଆଇନ୍ ସହାୟତା କେନ୍ଦ୍ର କୁ ଦରକାର ସମୟରେ ଆସି ଆଇନ୍ ସହାୟତା ନେବା ପାଇଁ ବି ଡି ଓ ବ୍ଲକ ଅଧକ୍ଷ୍ୟା ସବିତା ମେହେର ଓ ବ୍ଲକ୍ ଉପାଧ୍ୟକ୍ଷ ପ୍ରମୋଦ ବେହେରାଙ୍କୁ ଅନୁରୋଧ କରିଛନ୍ତି l ଦୁଇ ଆଇନ୍ ଯିବୀ ଲୋକଙ୍କ ଆଇନ ସେବା ପାଇଁ ତାଙ୍କୁ ନିଯୁକ୍ତି କରାଯାଇଥିବାରୁ ଜୁନାଗଡ଼ ଓକିଲ ସଂଘ କୁ ଧନ୍ୟବାଦ ଜଣାଇଛନ୍ତି।ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ
previous post
next post