ରାଉରକେଲା/ ବ୍ୟୟବହୁଳ ବିଦ୍ୟୁତ ଶକ୍ତି ବ୍ୟବହାରକୁ ନିୟନ୍ତ୍ରଣ କରି ପରିବେଶ ସୁରକ୍ଷା ପାଇଁ ବିକଳ୍ପ ଋପେ ସୌରଶକ୍ତି ପ୍ରକୃତିର ଆଶୀର୍ବାଦ ବୋଲି ଅବହିତ କରାଯାଇଛି । ସୂର୍ଯ୍ୟାଲୋକକୁ ବିଭିନ୍ନ ଉପାୟରେ ସୌରଶକ୍ତି ସଂଗ୍ରହ କରି ଦୈନନ୍ଦିନ ବ୍ୟବହାର ପାଇଁ ସ୍ବଳ୍ପ ଖର୍ଚ୍ଚ ରେ ଏହା ଉପଲବ୍ଧ ହୋଇଥାଏ । ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରି ସ୍ପଷ୍ଟ ଧାରଣା ଦେବାକୁ ପ୍ଲାନେଟ୍ ଆର୍ଥ ସୌର ପ୍ରକଳ୍ପ ଓ କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ ସବୁଜ ସୂର୍ଯ୍ୟ ‘ଶୀର୍ଷକ ଆଲୋଚନାରେ ଅଂଶ ଗ୍ରହଣ କରି ପ୍ରକଳ୍ପ ମୁଖ୍ୟ ଜ୍ଞାନଜିତ୍ ଦାସ ସୌରଶକ୍ତି ସଂରକ୍ଷଣ, ଏହାର ବ୍ୟବହାର ଓ ପରିବେଶ ସନ୍ତୁଳନ ଇତ୍ୟାଦି ସଂପର୍କରେ ଭିଡିଓ ମାଧ୍ୟମରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ପ୍ରାରମ୍ଭରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଅଭୟ କୁମାର ଦାସ ଓ ସଂଘର ବରିଷ୍ଠ କର୍ମକର୍ତ୍ତା ଚିତ୍ତରଞ୍ଜନ ଦାସ ସୌରଶକ୍ତି କିପରି ପ୍ରକୃତି କୁ ସୁରକ୍ଷା ଦେବ ସେ ସଂପର୍କରେ ବିଶଦ ଭାବେ ଆଲୋଚନା କରିବା ସହ ସମସ୍ତେ ସୌରଶକ୍ତି ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ଅମୂଲ୍ୟ ଚରଣ ବରାଳ ସୌରଶକ୍ତି ର ଉପାଦେୟତା ଉପରେ ଆଲୋଚନା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଜନସାଧାରଣ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମାଧ୍ୟମରେ ସୌରଶକ୍ତି ବିନିଯୋଗ ଓ ଏହାର ଉପକାରିତା ସଂପର୍କରେ ଅବଗତ ହୋଇଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ