ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫା ଫାଉଣ୍ଡେସନର ଉଦଘାଟନ ଓ ସେବା ପାଇଁ ମାରୁତି ଭ୍ୟାନ ଲୋକାର୍ପିତ

ରାଉରକେଲା/ ଫା ଫାଉଣ୍ଡେସନ ନାମକ ଏକ ସ୍ବେଛାସେବୀ ସଂଗଠନ ର ଶୁଭ ଉଦଘାଟନ ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଫା ଫାଉଣ୍ଡେସନ ତରଫରୁ ଏକ ନୂତନ ମାରୁତି ଭ୍ୟାନ କୁ ଲୋକାର୍ପିତ କରା ଯାଇଅଛି। ଅନୁଷ୍ଠାନ ର ଅଧ୍ୟକ୍ଷା ସୁଶ୍ରୀ ହସିନା ବେଗମ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ ର ବିଧାୟକ ସୁବ୍ରତ ତରାଇ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ । ବିଶେଷ ଭାବେ ଶିଶୁ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ଯେଉଁ ଜନମଙ୍ଗଳ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରିବା ପାଇଁ ଫା ଫାଉଣ୍ଡେସନ ତରଫରୁ ନିଜସ୍ୱ ଉଦ୍ୟମରେ ଯେଉଁ ପ୍ରୟାସ କରାଯାଇଅଛି ତାହା ସରକାର ଓ ଜନତା ଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିପାରିବ ଏବଂ ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ତରାଇ ନିଜର ବ୍ୟକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଫା ଫାଉଣ୍ଡେସନ ର ଉପାଧ୍ୟକ୍ଷ ସୁଲତାନ ଖାନ ଓ ଇରଫାନ ଖାନ, ସମ୍ପାଦିକା ସାଇନା ବେଗମ, ବିଜେଡି ୟୁନିଟ ସଭାପତି ଟିଂକୁ ଖାନ, ଯୁବ ଡାକ୍ତର ନୁର ଅହମ୍ମଦ, ସଲମାନ ଅରିଫ, ଯୁନୁଷ ଖାନ ପ୍ରମୁଖ ଯୋଗ ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ପାଣି ପଞ୍ଚାୟତ କମିଟି ଗଠନ

Sunil Chandra Nayak

ଅବାଧ ବୃକ୍ଷ କଟା ରେ ରୋକ ଲାଗୁନି ,ଓ ସି ସି ବ୍ରିଜ ନିକଟସ୍ଥ ଟିକ ବୃକ୍ଷ ଚୋରୀ

Sunil Chandra Nayak

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!