ରାଉରକେଲା/ ଫା ଫାଉଣ୍ଡେସନ ନାମକ ଏକ ସ୍ବେଛାସେବୀ ସଂଗଠନ ର ଶୁଭ ଉଦଘାଟନ ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଫା ଫାଉଣ୍ଡେସନ ତରଫରୁ ଏକ ନୂତନ ମାରୁତି ଭ୍ୟାନ କୁ ଲୋକାର୍ପିତ କରା ଯାଇଅଛି। ଅନୁଷ୍ଠାନ ର ଅଧ୍ୟକ୍ଷା ସୁଶ୍ରୀ ହସିନା ବେଗମ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲୀ ର ବିଧାୟକ ସୁବ୍ରତ ତରାଇ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଏହାକୁ ଉଦଘାଟନ କରିଥିଲେ । ବିଶେଷ ଭାବେ ଶିଶୁ ମାନଙ୍କ ପାଇଁ ରାଜ୍ୟ ସରକାର ଙ୍କ ଯେଉଁ ଜନମଙ୍ଗଳ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରିବା ପାଇଁ ଫା ଫାଉଣ୍ଡେସନ ତରଫରୁ ନିଜସ୍ୱ ଉଦ୍ୟମରେ ଯେଉଁ ପ୍ରୟାସ କରାଯାଇଅଛି ତାହା ସରକାର ଓ ଜନତା ଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିପାରିବ ଏବଂ ଏହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଶ୍ରୀ ତରାଇ ନିଜର ବ୍ୟକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଫା ଫାଉଣ୍ଡେସନ ର ଉପାଧ୍ୟକ୍ଷ ସୁଲତାନ ଖାନ ଓ ଇରଫାନ ଖାନ, ସମ୍ପାଦିକା ସାଇନା ବେଗମ, ବିଜେଡି ୟୁନିଟ ସଭାପତି ଟିଂକୁ ଖାନ, ଯୁବ ଡାକ୍ତର ନୁର ଅହମ୍ମଦ, ସଲମାନ ଅରିଫ, ଯୁନୁଷ ଖାନ ପ୍ରମୁଖ ଯୋଗ ଦେଇଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ