ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମନ ଆକାଶ ରେ ଜହ୍ନ

ମନ ଆକାଶ ରେ ଜହ୍ନ

ନଳିନୀ ପ୍ରଭା ମିଶ୍ର

ମନ ଆକାଶର ଜହ୍ନ ଗୋ ତୁମେ !
  ମୁଁ ସରସୀ ର ନୀଳ କଇଁ
ଯୁଗ ଯୁଗ ଧରି ଆମରି ସମ୍ପର୍କ
  ଆବିଳତା କିଛି ନାହିଁ।
ସାନ୍ଧ୍ୟ ଆକାଶରେ ତୁମ ଆବିର୍ଭାବ
   ମନ ଆକାଶର ଜହ୍ନ 
ତୁମ ! ଆଗମନେ ମୋ ମନ 
  ସାଗର ହୁଅଇ ଉଦ୍ ବେଳନ।
ସମ୍ପର୍କ ଭାବଟି ଏପରି ନିବିଡ
  ଯେଉଁଠି ବାସ୍ତବ ପ୍ରେମ
ନିବିଡ ମାୟାର ବନ୍ଧନ ର 
  ଡୋର ନାହିଁ ସେଠି ବ୍ୟତିକ୍ରମ।
ପ୍ରେମର ଉଜାଣି ଯୋଜନ କୁ 
 ‌ଡେଇଁ ଆମ ସମ୍ପର୍କର ରେଖା
ନୀଳ ନୀରବତା କାହାଣୀ ରଚିଛି
   ନୀଳ ନୀଳ ଉପତ୍ୟକା।
ଶାଶ୍ବତ ଆମ ଅମର ପ୍ରେମ
  ଜ୍ଵଳନ୍ତ ଦୃଷ୍ଟାନ୍ତ ଏକ
ସୃଷ୍ଟି ସର୍ଜନା ର ଚିରନ୍ତନ ରୀତି
  ହୋଇଅଛି ଅଭିଲେଖ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ସାରସଗୁଡା ଗ୍ରାମରେ ଷୋହଳ ପ୍ରହର ନାମ ଯଜ୍ଞ ଶୁଭାରମ୍ଭ  

Sunil Chandra Nayak

କାଶିବାହଲ ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!