ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଲକ ସ୍ୱଚ୍ଛ ଭାରତ ମିଶନ ର ସ୍ଵଚ୍ଛାଗ୍ରହୀ (ମାଷ୍ଟର ଟ୍ରେନର ) ସଂଘ ଗଠନ

ଥୁଆମୂଳ ରାମପୁର :୨୦/୧୧ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଠାରେ ଆଜି ଯଥା ୨୦/୧୧/୨୦୨୨ ରବିବାର ଦିନ ମଧ୍ଯାନ୍ନ ଘ,୧.୨୦ ମିନିଟ ସମୟରେ ସ୍ୱଚ୍ଛ ଭାରତ ମିଶନର ସ୍ଵଚ୍ଛାଗ୍ରହୀ (ମାଷ୍ଟର ଟ୍ରେନର ) ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ସୁରେନ୍ଦ୍ର ନାଏକ ଙ୍କ ନେତୃତ୍ଵ ରେ ଅନୁଷ୍ଠିତ ଏହି ବୈଠକ ରେ ଥୁଆମୂଳ ରାମପୁର ବ୍ଲକ ର ୨୪ଗୋଟି ଗ୍ରାମ ପଞ୍ଚାୟତର ସ୍ଵଚ୍ଛାଗ୍ରହୀ ବା ମାଷ୍ଟର ଟ୍ରେନର ମାନଙ୍କୁ ନେଇ ସଂଘର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇ ସର୍ବସହମତି କ୍ରମେରେ ଶ୍ରୀ ନବୀନ ନାଏକ (ସଭାପତି) ଶ୍ରୀ ମହେନ୍ଦ୍ର ସାହୁ (ଉପସଭାପତି) ଶ୍ରୀ ସୁରେନ୍ଦ୍ର ନାଏକ (ସମ୍ପାଦକ) ଶ୍ରୀ ଯୁଧିଷ୍ଠିର ନାଏକ (ସହ ସମ୍ପାଦକ) ଶ୍ରୀ ଦୁର୍ଗା କୀର୍ତ୍ତି (କୋଷାଧ୍ୟକ୍ଷ) ଓ କୁମାରୀ ସଙ୍ଗୀତ ନାଏକ ଏବଂ ଶ୍ରୀମତୀ ପ୍ରମିଳା ନାଏକ ଙ୍କୁ (ସହଯୋଗୀ) ଭାବରେ ମନୋନୀତ କରାଯାଇଛି l ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସ୍ଵଚ୍ଛାଗ୍ରହୀ ମାନଙ୍କୁ ସରକାରଙ୍କ ତରଫରୁ ଦାୟିତ୍ଵ ମିଳିଥିଲା ବା ସରକାର ଦାୟିତ୍ଵ ଦେଇଥିଲେ l କିନ୍ତୁ ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଅଭିଯାନ ରେ ବାହ୍ୟ ମାଳମୁକ୍ତ ଗାଁ ଗଠନ ଓ ପରିବେଶ ସ୍ବଚ୍ଛତା ପାଇଖାନା ନିର୍ମାଣ କାର୍ଯ୍ୟକ୍ରମ ଭଳି ଅନେକ ସ୍ବଚ୍ଛତା କାର୍ଯ୍ୟ ରେ ସ୍ଵଚ୍ଛାଗ୍ରହୀ ମାନଙ୍କ ଭୂମିକା ଆଗରେ ରହିଥିବା ବେଳେ ବର୍ତ୍ତମାନ ସରକାର ଏମାନଙ୍କୁ ଅଣଦେଖା କରୁଛନ୍ତି l ତେଣୁ କଳାହାଣ୍ଡି ଜିଲ୍ଲା ର ୧୩ ଗୋଟି ବ୍ଲକ ରେ ସଂଘ ଗଠନ କରାଯାଇ ସ୍ଵଚ୍ଛାଗ୍ରହୀ ମାନଙ୍କ ବିଭିନ୍ନ ଦାବୀ ସରକାରଙ୍କ ପାଖରେ ସଂଘ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା l ବୈଠକରେ ନଳିନୀ ବାଗ , ରାଜେନ୍ଦ୍ର ନାଏକ, ଅଭିରାମ ନାଏକ , କାଳାନ୍ତ ଦୁରିଆ, ନରେନ୍ଦ୍ର ନାଏକ , ବିକାଶ ରଞ୍ଜନ ସିଂ , ଭୀମସେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କମ୍ବିଂ ବେଳେ ମାଓକ୍ୟାମ୍ପ ରୁ ପୋଲିସ ଜବତ କଲା ମାଓବାଦୀ ବ୍ୟବହୃତ ବିଭିନ୍ନ ମାଓ ସାମଗ୍ରୀ

Sunil Chandra Nayak

ସଚେତନତା କଥାବସ୍ତୁ କୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର “ଗନ୍ଦରୀ ପାଏନ ହାଏ ହାଏ” ସୁଟିଂ ଶେଷ

Sunil Chandra Nayak

ରୁପ୍ରାରୋଡ ଠାରେ କରୋନା ପୂର୍ବରୁ ରହୁଥିବା ରେଳ ନ ରହିଲେ ବିଶାଳ ଜନ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!