ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆୟାପ୍ପା ଭକ୍ତଙ୍କ ଇରୁମୁଡି ପୂଜା

ଡାବୁଗାଁ, ୨୧/୧୧ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୟନ୍ତୀନଗର ସ୍ଥିତ ରାଧାକୃଷ୍ଣ ମନ୍ଦିରଠାରେ ଆୟାପ୍ପା ଭକ୍ତଙ୍କ ଇରୁମୁଡି ପୂଜା ସୋମବାର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ପୂଜାରେ ଜୟପୁରର ରାବଣା ଗୁରୁସ୍ଵାମୀ ଆଇ॰ ରାବଣା ସ୍ଵାମୀ ଯୋଗ ଦେଇ ପୂଜାର୍ଚ୍ଚନା କରି ବ୍ରତଧାରୀଙ୍କ ମୁଣ୍ଡରେ ଇରୁମୁଡି ଧାରଣ କରାଇଥିଲେ | ଏଥିରେ ଭକ୍ତ ମାନେ ମନସ୍କାମନା କରି ଯେ କୌଣସି ଦିକ୍ଷାଧାରୀଙ୍କୁ ୩ ବା ୭ ମୁଠା ଚାଉଳ ଦେଇଥାନ୍ତି | ସେହି ଚାଉଳ ଓ ଘିଅ ନଡିଆକୁ ଏକ ନୂଆ ବସ୍ତ୍ରରେ ବାନ୍ଧି ମୁଣ୍ଡରେ ଧରି ଦିକ୍ଷାଧାରୀ ମାନେ ଆୟାପ୍ପା ଙ୍କ ମନ୍ଦିରକୁ ଯାଇଥାନ୍ତି | ଏଥିରେ ୨ ଜଣ ମଣିକଣ୍ଠ ସ୍ଵାମୀ ଙ୍କ ସହ ଏଥିରେ ଡାବୁଗାଁ ଗୁରୁସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ଆଶୁତୋଷ ଜେନା, ସ୍ଵାମୀ ଚିତ୍ତରଞ୍ଜନ ପାତ୍ର, ସୁରେଶ ସାହୁ, ଜିତୁ ଖୁଣ୍ଟିଆ, କାହ୍ନା ପଣ୍ଡା, ସୋମେସ ଶୁବୁଦ୍ଧି, ଟି. ଜୁଗୁନୁ, ଅମୂଲ୍ୟ ପଣ୍ଡା, ଡି.ରାଜା ଙ୍କ ସହ ପ୍ରାୟ ୨୦ ଜଣ ଙ୍କ ସମେତ ମୋଟ ୨୩ ଜଣ ବ୍ରତଧାରୀ ସ୍ଵାମୀ ଇରୁମୁଡି ଧାରଣ କରିଥିଲେ | ସମସ୍ତ ଭକ୍ତ ମାନେ କେରଳର ସାବରିମାଲା ଯାଇ ଫମ୍ପା ନଦୀରେ ସ୍ନାନ କରି ସେଠାରୁ ଚାଲିଚାଲି ଯାଇ ଅୟାପ୍ପା ସ୍ଵାମୀ ଙ୍କ ମନ୍ଦିରରେ ଅୟାପ୍ପା ସ୍ଵାମୀଙ୍କୁ ଦର୍ଶନ କରିବେ | ଭକ୍ତ ମାନେ ସମସ୍ତ ଦିକ୍ଷାଧାରୀ ସ୍ଵାମୀ ମାନଙ୍କୁ ଶ୍ରୀ ରାଧାକୃଷ୍ଣ ମନ୍ଦିର ଠାରୁ ଡାବୁଗାଁ କୃଷି ଫାର୍ମ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନେଇଥିଲେ | ସନ୍ଧ୍ୟାରେ ଆୟପ୍ପା ସ୍ଵାମୀ ଙ୍କ ଦର୍ଶନାର୍ଥେ କେରଳ ଅଭିମୁଖେ ଯାତ୍ରା କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଅକ୍ଷୟ ତୃତୀୟା

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

Sunil Chandra Nayak

ଯୁବଶକ୍ତି ସମର୍ପିତ ଓଡ଼ିଶା ପକ୍ଷରୁ ବୃକ୍ଷ ରୋପଣ ଓ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!