ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଝୀଗୁଡା ରେ ରାହସ ପୂର୍ଣ୍ଣିମା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା

କୋକସରା,୨୧/୧୧- (ମ ନି ସ) କୋକସରା ବ୍ଲକ ମାଝୀଗୁଡା ଠାରେ ରାହସ ପୂର୍ଣ୍ଣିମା ଉପଲକ୍ଷେ ଶନିବାର ରାତିରେ ଘୁମୁରା ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଘୁମୁରା ନୃତ୍ୟ ସାଂସ୍କୃତିକ  କାର୍ଯ୍ୟକ୍ରମକୁ ମାଝୀଗୁଡା ଗ୍ରାମର ସମାଜସେବୀ ଧବଳେଶ୍ବର ନାଗଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ମୁଖ୍ୟବକ୍ତା ଭାବେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ପ୍ରତିନିଧି ତ୍ରିଲୋଚନ ବାଗ, ଜୟପାଟଣା ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଲାବାଣ୍ୟ ବାଣୁଆ, ଯୁଗଳ କିଶୋର ହଂସ, ପଞ୍ଚକ ପୋଢ଼ ମଞ୍ଚରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅତିଥି ମାନେ ନିଜ ବକ୍ତବ୍ୟରେ ଘୁମୁରା ନୃତ୍ୟ ହେଉଛି କଳାହାଣ୍ଡିର ଆତ୍ମା ଏହି ନୃତ୍ୟକୁ ନେଇ କଳାହାଣ୍ଡିର ଲୋକକଳା ଓ କଳାକାର ଆଜି ଦେଶ ବିଦେଶରେ ଚର୍ଚ୍ଚିତ ବୋଳି କହିଛନ୍ତି। କାର୍ଯ୍ୟକ୍ରମକୁ ଚୈତନ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ନାଏକ, ଡମ୍ବରୁ ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ। ଘୁମୁରା ନୃତ୍ୟ କାର୍ଯ୍ୟକ୍ରମରେ ମୋଟ ୮ ଦଳ ଭାଗ ନେଇଥିବା ବେଳେ ପ୍ରଥମ ସ୍ଥାନ ଡାଲଗୁମା ଦଳ, ଦ୍ଵିତୀୟ କଦଲିମୁଣ୍ଡା ଦଳ ଓ ତୃତୀୟ କାଶିବାହଲ ଦଳ ଯୋଗ୍ୟ ବିବେଚିତ ହୋଇଥିଲେ। ମାଝୀଗୁଡା ଗ୍ରାମର ରଣସାଏ ନାଏକ, ପରମେଶ୍ବର ପାଣିଗ୍ରାହୀ, ଅମର ଖମାରି, ଚିତ୍ରସେନ ନାଏକ, ରଣଜିତ ପୋଢ଼, ମଦନଲାଲ ନାଏକ, କିଶୋର ନାଏକ, ଲୋହିତ କୁମାର ନାଗ, ଭାଗୀରଥି ନାଗ, ରଣଜିତ ନାଏକ, ରାଜାରାମ ପାଣିଗ୍ରାହୀ, ଭୋଜରାଜ ଦୁର୍ଗା, ଚମ୍ପେଶ୍ୱର ନାଏକ ସହଯୋଗ କରିଥିବା ବେଳେ ଘୁମୁରା ପ୍ରତିଯୋଗିତା ଉପଭୋଗ କରିବା ପାଇଁ ଶହ ଶହ ସଂଖ୍ୟକ ଦର୍ଶକ ଶୀତୁଆ ରାତିରେ ଉପସ୍ଥିତ ରହିଥିଲେ।

Related posts

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଛିଡ଼ା ହୋଇଥିବା ଟ୍ରଲରକୁ ପଛପଟୁ ପିଟିଲା ବାଇକ୍;ଜଣେ ମୃତ ,ଦୁଇ ଗୁରୁତର 

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ

Leave a Comment

error: Content is protected !!