ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇନଜୀବୀ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ର ସଦସ୍ୟ ତପନ କୁମାର ପରିଚ୍ଛା ଙ୍କ ବିୟୋଗ ରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଜିଲ୍ଲା ଅଦାଲତ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂଘ ସଭାପତି ନରସିଂହ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ ଶ୍ରୀ ସଞ୍ଜୀବ ଦୁବେ, ପରିବାର ଅଦାଲତ ବିଚାରପତି ଡଃ ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ପ୍ରଣତି ସାହା, ଅତିରିକ୍ତ ଜିଲ୍ଲା ଜଜ୍ ଆଡହକ୍ ସଞ୍ଜୟ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜଜ୍ ଶିବ ପ୍ରସାଦ ମିଶ୍ର, ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍ ଡି ଜେ ଏମ୍ ପ୍ରଜ୍ଞା ପଣ୍ଡା ଓ ଜିଲ୍ଲା ଆଇନଜୀବୀ ସଂଘ ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ ମଞ୍ଚାସୀନ ଥିଲେ। ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ପରିଚ୍ଛା ଦୀର୍ଘ ଦିନ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ। ୫୮ ବର୍ଷ ବୟସରେ ତାଙ୍କର ନୂଆ ବନ୍ଧ ସାହି ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଦକ୍ଷ ଆଇନଜୀବୀ ହେବା ସହ ଜଣେ ଭଦ୍ର, ନମ୍ର ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ସମସ୍ତ ଙ୍କ ପ୍ରିୟ ଥିଲେ, ତାଙ୍କ ବିୟୋଗ ରେ ଜିଲ୍ଲା ଆଇନଜୀବୀ ସଂଘ ର ଅପୂରଣୀୟ କ୍ଷତି ଘଟିଛି ବୋଲି ଅତିରିକ୍ତ ଜିଲ୍ଲା ଜଜ୍ (ପକସୋ) ଶ୍ରୀମତୀ ପ୍ରଣତି ସାହା, ମାନସ ତ୍ରିପାଠୀ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଦେବୀ ପ୍ରସାଦ ସିଂ, ତପନ ସିଂ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ କହିଥିଲେ । ଅମର ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା କୋର୍ଟ ସମେତ ଉମରକୋଟ, ରାଇଘର, ଚନ୍ଦା ହାଣ୍ଡି ଓ ଝରିଗାଁ କୋର୍ଟ ଗୁଡିକ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ଯୁଗ୍ମ ସମ୍ପାଦକ ଅନୀଲ ଜ୍ୟୋତି ଚନ୍ଦ୍ର ଦୀନବନ୍ଧୁ, ସରକାରୀ ଆଇନଜୀବୀ ସଚ୍ଚି ନନ୍ଦନ ସ୍ୱାଇଁ, ଶ୍ୟାମ ପ୍ରସାଦ ଗନ୍ତାୟତ, ବରିଷ୍ଠ ଆଇନଜୀବୀ ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ବି.ବି. ପଟ୍ଟନାୟକ, ଝାଡେଶ୍ୱର ଖାଡଙ୍ଗା, ବିରେନ୍ଦ୍ର କୁମାର ନାୟକ, ରବୀନ୍ଦ୍ର ପ୍ରସାଦ ପାଢ଼ୀ, ଉମା ଶଙ୍କର ତ୍ରିପାଠୀ, ଗଜପତି ପଟ୍ଟନାୟକ, ଗଜେନ୍ଦ୍ର କୁମାର ଦାସ, ଶ୍ରୀକାନ୍ତ କୁମାର ପଣ୍ଡା, ଯୋଶବନ୍ତ ନାୟକ, ଗୋପାଳ କୃଷ୍ଣ ଶତପଥୀ, ସତୀଶ ଚନ୍ଦ୍ର ନାୟକ, ସିରାଜୁଦ୍ଧିନ ଅହମ୍ମଦ, ସନ୍ତୋଷ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀ କାନ୍ତ ମିଶ୍ର, ଅରୁଣ କୁମାର ମହାନନ୍ଦିଆ, କିଶୋର କୁମାର ପଟ୍ଟନାୟକ, ରାମ ଚନ୍ଦ୍ର ନାୟକ, ଦାମୋଦର ତ୍ରିପାଠୀ, ପ୍ରସନ୍ନ କୁମାର ପଟ୍ଟନାୟକ, କିଶୋରୀ ପଟ୍ଟନାୟକ, ସ୍ନେହଲତା ଦେବୀ, ଜେନିଫର ସୁନା, ସୁରଜ ନାୟକ, ସଞ୍ଜୟ ପ୍ରଦୀପ ସୁନା, ପ୍ରଫୁଲ୍ଲ ସିଂ, ପଙ୍କଜିନୀ ତ୍ରିପାଠୀ, ଅଜିତା ଦାସ, ଶର୍ମିଷ୍ଠା ରଥ, ରାଜ କିଶୋର ନାଗ, ସୁଦାମ କୁମାର ସରିବୁ, ସି. ଏଚ୍. ଚନ୍ଦ୍ର ଶେଖର ରାଓ, ପ୍ରଶାନ୍ତ ପଟ୍ଟନାୟକ, ଅଜିତା ଦାସ, ସନ୍ତୋଷ ନାୟକ, ପ୍ରଦୀପ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

Sunil Chandra Nayak

ଭୋଟର ତାଲିକା ସହ ଆଧାର ଲିଙ୍କ୍ ଖୁବ ଶୀଘ୍ର

ମନୋଜ ରଥ ଙ୍କ କବିତା – ଗାନ୍ଧୀ ଙ୍କୁ ଏକୁଟିଆ ଦେଖି ଗାନ୍ଧୀ ଛକ ରେ

Sunil Chandra Nayak

Leave a Comment

error: Content is protected !!