ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଜୁନାଗଡ଼,୪/୯(ମ ନି ସ) ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବ୍ୟାପି ଅହିଂସା ରଥ ପରିକ୍ରମା ଚାଲିଥିବା ବେଳେ ଏହି ରଥ ଜୁନାଗଡ଼ ଉପକଣ୍ଠ ବଳଦିଆ ମାଲ ଛକରେ ପହଞ୍ଚିିବା ପରେ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସେଠାରେ ଏନବୀଜେଏସ ଓ ଲଙ୍କେଶ୍ୱରୀ କମିଟି ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଜାତୀୟତା ଭାବ ଉଦ୍ରେକ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ ଅଧକ୍ଷ୍ୟା ସବିତା ମେହେର, ଉପଧକ୍ଷ୍ୟ ପ୍ରମୋଦ ବେହେରା, ବିଡ଼ିଓ ଦୁଲରାମ ମାରାଣ୍ଡି, ଜିପିଓ ରାଜେନ୍ଦ୍ର ଭୋଇ, ଡବ୍ଲୁ ଇଓ ସୁମନ୍ତ ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶଚନ୍ଦ୍ର ସିଂ ,ସରପଞ୍ଚ ଅର୍ଚନା ମେହେର ,ପୂର୍ବତନ ସରପଞ୍ଚ ଧର୍ମେନ୍ଦ୍ର ମେହେର,ପଲାସ ସରପଞ୍ଚ ପ୍ରଭାକର ସେଠୀ ପ୍ରମୁଖ ଉପସ୍ଥିତ ରହି ଥିଲେ, ସେହିପରି ଜୁନାଗଡ଼ ସହରରେ ପହଂଚିବା ପରେ ପୌର ପରିଷଦ ତରଫରୁ ସ୍ବାଗତ କରାଯାଇଥିଲା l ମା ଲଙ୍କେଶ୍ବରୀ ଙ୍କ ମନ୍ଦିର ଠାରୁ ବାହାରି କଲମପୁର ଛକ ନିକଟରେ ପହଞ୍ଚିଥିଲା l ସେଥିରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଉପ ନଗରପାଳ, ହିମାଦ୍ରୀ ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ସମସ୍ତ ପାରିଷଦ ଓ ସହରବାସୀ ବହୁସଂଖ୍ୟା ଯୋଗଦାନ ଦେଇ ଅହିଂସା ରଥ କୁ ଆଗେଇ ନେଇଥିଲେ lଏହାପରେ ଏହି ରଥକୁ କଲମପୁର ଛକରେ ବିଦାୟ ଦିଆ ଯାଇଥିଲା ,ରଥ ଦାସିଗାଁ ଅଭିମୁଖେ ଯାଇଥିଲା ସେଠାରେ ସ୍ଥାନୀୟ ସରପଞ୍ଚ ଅଂଚଳବାସୀ ଭବ୍ୟ ସ୍ୱାଗତ କରିଥିଲେ, ଏହାପରେ ଏହି ରଥ କଲମପୁର ଅଭିମୁଖେ ବାହାରିଥିଲା।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ଲାଞ୍ଜିଗଡ ବିଧାୟକ

Sunil Chandra Nayak

ବିଶ୍ୱ ଆଦିବାସୀ ଦିବସ ପାଳିତ

Sunil Chandra Nayak

ସାଗର ସାହିତ୍ୟ ସଂସଦ ର ଅମୃତ ମହୋତ୍ସବ ଏବଂ ରକ୍ଷାବନ୍ଧନ କବିତା ଆସର

Sunil Chandra Nayak

Leave a Comment

error: Content is protected !!