ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ: ଅଟୋ ସହ ଦେଶୀ ମଦ ଜବତ

ଢେଙ୍କାନାଳ,4/9/22  ଢେଙ୍କାନାଳ ଜିଲ୍ଲl କାମାକ୍ଷାନଗର ଓ ପରଜଙ୍ଗ ଅବକାରୀ ବିଭାଗର ମିଳିତ ଚଢାଉରେ କାମାକ୍ଷା ନଗର ଓ କଙ୍କଡ଼ାହାଡର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଏଥିରେ ତିନିଜଣ ଗିରଫ ସହ ୧୫୦ ଲିଟର ଚୋରା ଦେଶି ମଦ ଓ ଗୋଟିଏ ଅଟୋ ଜବତ ହୋଇଛି । ସୂଚନା ମୁତାବକ କାମାକ୍ଷାନଗର ର ଜିରିଡାମାଳୀ ଛକ ଠାରେ ଅଟୋ ଯୋଗେ ବାଲିକୁମା ଗ୍ରାମର ଋପେନ୍ଦ୍ର ନାଥ ସୋରେନ ୧୫୦ ଲିଟର ଚୋରା ଦେଶି ମଦ ନେଇ ଯାଉଥିଲେ। ବିଶେଷ ସୁତ୍ରରୁ ଖବର ପାଇ ରୁପେନ୍ଦ୍ରକୁ ଗିରଫ କଳିବା ସହ ମଦ ଓ ଅଟକୁ ଜବତ କରିଛି ଅବକାରୀ ବିଭାଗ। ସେହିପରି ବାଲିକୁମା ଗ୍ରାମର ବାସନ୍ତି ହାଁସଦା ଚୋରା ମଦନେଇ ଚାଲି ଚାଲି ଯାଉଥିବାବେଳେ କଙ୍କଡ଼ାହାଡ ଥାନା ବାଟଗାଁ ଛକ ନିକଟରେ ଧରିଥିଲେ। ସମାନ ଢଙ୍ଗରେ ସେହି ବାଲିକୁମା ଗ୍ରାମର ଦାନକି ହାଁସଦା ଚୋରା ମଦ ନେଇ ଯାଉଥିବା ବେଳେ କାମାକ୍ଷାନଗର ଥାନା ଭାଲୁମୁଣ୍ଡା ଛକ ନିକଟରେ କାବୁ କରିଥିଲା ଅବକାରୀ ବିଭାଗ ଓ ତାଠାରୁ ୨୫ ଲିଟର ଚୋରା ଦେଶୀମଦ ଜବତ କରି ଥାନାରେ ଅଟକ ରଖା ଯାଉଛି। କାଲି ସମସ୍ତଙ୍କୁ ମେଡିକଲ ଚେକଅପ କରିବା ପରେ କୋର୍ଟଚାଲାଣ କରାଯିବା ନେଇ ସୁଚନା ଦେଇଛନ୍ତି ବିଭାଗୀୟ ମୁଖ୍ୟ। ଢେଙ୍କାନାଳ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉରେ କାମାକ୍ଷାନଗର ଓ ଆଇ ସି ସଂଜୀବ କୁମାର ଶର୍ମା, ପରଜଙ୍ଗ ଓ ଆଇ ସି ଆରତୀ ମିଶ୍ର, ଏ ଏସ ଆଇ ବିଶ୍ଵରଞ୍ଜନ ନାଥ,କନେଷ୍ଟବଳ ଦେବବ୍ରତ ରାଉଳ ପରମଜ୍ୟୋତି ସିଂ, ହରିହର ସୋରେନ ଓ ଗୋଲାପ ସାହୁ ଉକ୍ତ ଚଢ଼ାଉ ରେ ସାମିଲ ଥିଲେ l

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜାତୀୟ ରାଜପଥ ପ୍ରସସ୍ତି କରଣ , ଗରିବ ଓ ଧନୀ ମଧ୍ୟରେ ପାତରଅନ୍ତର , ଆନ୍ଦୋଳନ ଦାନା ବାନ୍ଧୁଛି

Sunil Chandra Nayak

ବଜ୍ରକାପ୍ତା ଜବତ 3 ଗିରଫ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!