ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡାରେ ଯୁବକର ମୃତ

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅଧିନସ୍ଥ ବ୍ରାହ୍ମଣଦା ପଞ୍ଚାୟତ ବ୍ରାହ୍ମଣଦା ଗ୍ରାମର ସୂର୍ଯ୍ଯକାନ୍ତ ମହନ୍ତଙ୍କ ପୁତ୍ର ବ୍ରଜ କିଶୋର ମହନ୍ତ ଓରଫ କାହ୍ନାର ବୟସ ପ୍ରାୟ ୨୨ ବର୍ଷ ହେବ । ସୂଚନାରୁ ପ୍ରକାଶ ତା ୧୨/୭/୨୨ ରିଖ ଅପରାହ୍ନରେ ଘରେ ଭାତ ଖାଇ ଶୋଇଥିବା ଅବସ୍ଥାରେ ଏକ ବିଷଧର ସର୍ପ କାମୁଡି ଥିଲା ବୋଲି ଘରର ସଦସ୍ୟ ମାନେ ଯାହା କହିଛନ୍ତି । କାହ୍ନୁ ସାପକୁ ଦେଖି ନାହାନ୍ତି ଶୋଇଥିବା ଅବସ୍ଥାରେ ଦେହକୁ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବସ୍ତା ସ୍ବାସ୍ଥ୍ଯ କେନ୍ଦ୍ରକୁ ନେଇ ଆସିଥିଲେ । ଚିକିତ୍ସାଧିନ ଅବସ୍ଥାରେ କାହ୍ନୁର ମୃତ୍ଯୁ ଘଟିଛି । ଡାକ୍ତରଙ୍କ ରିପୋର୍ଟ ଅନୁଯାଇ ସାପ କାମୁଡି ଥିବା ଜଣାପଡିଛି । ମୃତ୍ୟୁ ଖବରପାଇ ବସ୍ତା ପୋଲିସ ବସ୍ତା ସ୍ବାସ୍ଥ୍ଯ କେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ଯୁ ମାମଲା ରୁଜୁ କରିବା ସହ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଇଛି । ଶବ ବ୍ଯବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଗଁଦିଆ ବ୍ଲକ୍ ରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!