ଚନ୍ଦାହାଣ୍ଡି (12/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବରିଗୁଡା-ଦେଓବନ୍ଧ ଭାୟା ସନ୍ଧିମୁଣ୍ଡା ରାସ୍ତା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କିଛି ଦିନ ପୂବରୁ ନିର୍ମାଣ ହୋଇଥିବା ବେଳେ ମାସେ ନ ପୂରୁଣୁ ପିଚୁ ଉଠିଗଲାଣି । ତେବେ ରାସ୍ତା କାମ ନିର୍ମାଣ କାମ ନିମ୍ନ ମାନର ହୋଇଥିବା ଯୋଗୁଁ ରାସ୍ତା ଦବିଯାଇଥିବା ନେଇ ସନ୍ଧିମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି । ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବୋରିଗୁଡା ଛକ ଠାରୁ ଦେଓବନ୍ଧ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩.୨୦୦ କିମି ପିଚୁ ରାସ୍ତା ନିର୍ମାଣ ହୋଇଥିଲା । ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯେଉଁ ଠିକା ସଂସ୍ଥା୨୦ ଦିଆଯାଇଥିଲା ସେ ନିମ୍ନ ମାନର କାର୍ଯ୍ୟ ସହ ଵଜୂରୀ ନ ଦେଇ ମୁରୁମ ରାସ୍ତା ଉପରେ ପିଚୁ ପକାଇ ଦେଇଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ର ପିଚୁ କାର୍ଯ୍ୟ ସରି ମାସେ ହୋଇନଥିବା ବେଳେ ସନ୍ଧିମୁଣ୍ଡା ଗ୍ରାମ ନିକଟରେ ସମ୍ପର୍ଣ୍ଣ ନଷ୍ଟ ହୋଇଗଲାଣି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେବା ସହ ରାସ୍ତାରୁ ପିଚୁ ବାହାରି ମାଟି ଦେଖାଗଲାଣି । ବର୍ଷା ହେଲେ ରାସ୍ତାରେ ପାଣି ଜମିବାରେ ଲାଗିଲାଣି । ସେହିପରି ଚନ୍ଦାହାଣ୍ଡି ହନୁମାନ ମନ୍ଦିର ଠାରୁ ସାଲେଭଟା ଛକ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ମାସେ ନ ପୂରୁଣୁ ପିଚୁ ବାହାରି ପଡୁଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ବ୍ଲକ ର ବହୁ ପୁରୁଣା ପ୍ରଧାନମନ୍ତ୍ରୀ ସଡ଼କ ଗୁଡିକୁ ମରାମତି ନାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଠିକା ଆଜି ଙ୍କ ମନମୁଖୀ କାର୍ଯ୍ୟ ସନ୍ଧି ରାସ୍ତା ଗୁଡିକ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ସନ୍ଧିମୁଣ୍ଡା ଗ୍ରାମବାସୀ ବର୍ଷାରେ ଛତା ଧରି ରାସ୍ତା ଉପରେ ଦିର୍ଘ ସମୟ ଠିଆ ହୋଇ ପ୍ରତିବାଦ କରିଥିବା ଜଣା ପଡିଛି । ଏ ସମ୍ପର୍କରା ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ଙ୍କୁ ରାସ୍ତା ନିର୍ମାଣ ସମ୍ପର୍କ ରେ ବୁଝିବା ପାଇଁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା l ରାସ୍ତା ନିର୍ମାଣ କରିଥିବା ଠିକାଦାର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସହ ଭିଜିଲାନ୍ସ ତଦନ୍ତ ପାଇଁ ବିଜେପି ନେତା ଗୋବିନ୍ଦ ଜୈନ, ଦିଲିପ ଦାସ, ଅକାଳୁ ଜାଲି, ଶ୍ୟାମସୁନ୍ଦର ମାଝୀ ଦାବି କରିଛନ୍ତି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ