ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାସେ ଗଲାନି ,ବର୍ଷାରେ ଦବିଗଲା ରାସ୍ତା

ଚନ୍ଦାହାଣ୍ଡି (12/7 ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବରିଗୁଡା-ଦେଓବନ୍ଧ ଭାୟା ସନ୍ଧିମୁଣ୍ଡା ରାସ୍ତା ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କିଛି ଦିନ ପୂବରୁ ନିର୍ମାଣ ହୋଇଥିବା ବେଳେ ମାସେ ନ ପୂରୁଣୁ ପିଚୁ ଉଠିଗଲାଣି । ତେବେ ରାସ୍ତା କାମ ନିର୍ମାଣ କାମ ନିମ୍ନ ମାନର ହୋଇଥିବା ଯୋଗୁଁ ରାସ୍ତା ଦବିଯାଇଥିବା ନେଇ ସନ୍ଧିମୁଣ୍ଡା ଗ୍ରାମବାସୀ ଦାବି କରିଛନ୍ତି । ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବୋରିଗୁଡା ଛକ ଠାରୁ ଦେଓବନ୍ଧ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୩.୨୦୦ କିମି ପିଚୁ ରାସ୍ତା ନିର୍ମାଣ ହୋଇଥିଲା । ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯେଉଁ ଠିକା ସଂସ୍ଥା୨୦ ଦିଆଯାଇଥିଲା ସେ ନିମ୍ନ ମାନର କାର୍ଯ୍ୟ ସହ ଵଜୂରୀ ନ ଦେଇ ମୁରୁମ ରାସ୍ତା ଉପରେ ପିଚୁ ପକାଇ ଦେଇଥିବା ଦେଖିବାକୁ ମିଳିଛି l ଏହି ରାସ୍ତା ର ପିଚୁ କାର୍ଯ୍ୟ ସରି ମାସେ ହୋଇନଥିବା ବେଳେ ସନ୍ଧିମୁଣ୍ଡା ଗ୍ରାମ ନିକଟରେ ସମ୍ପର୍ଣ୍ଣ ନଷ୍ଟ ହୋଇଗଲାଣି । ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହେବା ସହ ରାସ୍ତାରୁ ପିଚୁ ବାହାରି ମାଟି ଦେଖାଗଲାଣି । ବର୍ଷା ହେଲେ ରାସ୍ତାରେ ପାଣି ଜମିବାରେ ଲାଗିଲାଣି । ସେହିପରି ଚନ୍ଦାହାଣ୍ଡି ହନୁମାନ ମନ୍ଦିର ଠାରୁ ସାଲେଭଟା ଛକ ପର୍ଯ୍ୟନ୍ତ ରାସ୍ତା ମଧ୍ୟ ମାସେ ନ ପୂରୁଣୁ ପିଚୁ ବାହାରି ପଡୁଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ବ୍ଲକ ର ବହୁ ପୁରୁଣା ପ୍ରଧାନମନ୍ତ୍ରୀ ସଡ଼କ ଗୁଡିକୁ ମରାମତି ନାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଠିକା ଆଜି ଙ୍କ ମନମୁଖୀ କାର୍ଯ୍ୟ ସନ୍ଧି ରାସ୍ତା ଗୁଡିକ ଏପରି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି l ମଙ୍ଗଳବାର ସନ୍ଧିମୁଣ୍ଡା ଗ୍ରାମବାସୀ ବର୍ଷାରେ ଛତା ଧରି ରାସ୍ତା ଉପରେ ଦିର୍ଘ ସମୟ ଠିଆ ହୋଇ ପ୍ରତିବାଦ କରିଥିବା ଜଣା ପଡିଛି । ଏ ସମ୍ପର୍କରା ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଟ ଯନ୍ତ୍ରୀ ଙ୍କୁ ରାସ୍ତା ନିର୍ମାଣ ସମ୍ପର୍କ ରେ ବୁଝିବା ପାଇଁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା l ରାସ୍ତା ନିର୍ମାଣ କରିଥିବା ଠିକାଦାର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସହ ଭିଜିଲାନ୍ସ ତଦନ୍ତ ପାଇଁ ବିଜେପି ନେତା ଗୋବିନ୍ଦ ଜୈନ, ଦିଲିପ ଦାସ, ଅକାଳୁ ଜାଲି, ଶ୍ୟାମସୁନ୍ଦର ମାଝୀ ଦାବି କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବାଲିଆପାଳ ଠାରେ ନିର୍ମିତ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!