ଚନ୍ଦାହାଣ୍ଡି(ମ ନି ସ) ରକ୍ତହୀନତାର ଶିକାର ହୋଇଥିବା ଜଣେ ଯୁବତୀ କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ଜଣକ ହେଉଛନ୍ତି ଚନ୍ଦାହାଣ୍ଡି ପଞ୍ଚାୟତ ସିନାପାଲି ଗ୍ରାମର ଦେବେନ୍ଦ୍ର ହାଲବା । ସେ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସାଳୟରେ ଏଲଟି ଭାବେ କାର୍ଯ୍ୟ କରୁଛନ୍ତି।
ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ସିନାପାଲି ଗ୍ରାମର କୈକେୟୀ ନାଗ(୧୮) କିଛି ଦିନରୁ ଜ୍ବରରେ ଆକ୍ରାନ୍ତ ହୋଇ ରକ୍ତହୀନତା ର ଶିକାର ହୋଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ ଏ ପଜିଟିଭ ରକ୍ତର ଆବଶ୍ୟକତା ଥିବା ବେଳେ ଗତକାଲି ତାଙ୍କ ଭାଇ କାଳେଶ୍ବର ନାଗ ନିଜ ଭଉଣୀକୁ ରକ୍ତ ଦେଇଥିଲେ । ତେବେ ଡାକ୍ତର ଆହୁରି ରକ୍ତ ର ଆବଶ୍ୟକତା ଥିବା କହିବାପରେ ପରିବାର ବର୍ଗ ଚିନ୍ତା ରଜ ଥିଲେ । ଖବର ପାଇ ସେହି ଗ୍ରାମର ଦେବେନ୍ଦ୍ର ହାଲବା ସ୍ୱତପ୍ରବୃତ ଭାବେ ଧର୍ମଗଡ ଡାକ୍ତରଖାନାକୁ ଯାଇ ରକ୍ତଦାନ କରିଥିଲେ । ବିପଦ ସମୟରେ ରକ୍ତଦାନ କରି ଶ୍ରୀ ହାଲବା ମଣିଷ ପଣିଆ କୁ ଜାହିର କରିଛନ୍ତି । ଏଭଳି ବିପଦ ସମୟରେ ଅନ୍ୟମାନେ ମଧ୍ୟ ରକ୍ତଦାନ କଲେ ଅନେକ ଜୀବନ ବଂଚିପାରିବ ବୋଲି ବିପଦର ବନ୍ଧୁ ସାଜିଥିବା ଦେବେନ୍ଦ୍ର ହାଲବା ପ୍ରକାଶ କରିଛନ୍ତି ।
ଚନ୍ଦାହାଣ୍ଡି ରୁ ଦିଲ୍ଲୀପ ଦାସ ଙ୍କ ରିପୋର୍ଟ