ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତିର ମହିଳାମାନଙ୍କ ବ୍ଲକ ଆଗରେ ଧାରଣା

ବାଲେଶ୍ଵର,୧୩/୭/୨୨ – ବ୍ଲକ ଆଗରେ ମହିଳା ମାନଙ୍କର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ । ଖବର ସଂଗ୍ରହରୁ ଜଣାଯାଇଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ଗ୍ରାମ ପଞ୍ଚାୟତରେ ଥିବା ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନର ସଭାପତି ଓ ସମ୍ପାଦକ ଦୁଇ ଜଣ ମନଇଛା କାର୍ଯ୍ୟ କରୁଥିବାର ସଦସ୍ୟ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ସଦସ୍ୟ ମାନଙ୍କ ବିନା ପରାମର୍ଶରେ କାହିଁକି କାର୍ଯ୍ୟ ହେଉଛି ବୋଲି ସଦସ୍ୟ ମାନେ ପଚାରିବାରୁ ତୁମେ କିଏ, ତୁମର ଯଦି କିଛି ଜାଣିବାର ଅଛି ବିଡ଼ିଓଙ୍କୁ ପଚାରି ବୁଝ । ଯାହାର ପ୍ରତିବାଦରେ ତା ୧୨/୭/୨୨ ରିଖ ମଙ୍ଗଳବାର ଧାରଣା ଓ ବିକ୍ଷୋଭ ହୋଇଥିଲା । ବାଲିଆପାଳ ବିଡିଓ ଓ ଓଡିଶା ଜୀବିକା ମିଶନ ବିଭାଗର ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଥିଲେ । ବିଡ଼ିଓ ଆସନ୍ତା ୧୪ ତାରିଖ ସୁଦ୍ଧା ବୈଠକ ଡାକି ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ମହାସଂଘର ସଭାପତି ଓ ସଂପାଦକ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ କରାଯିବ । ଯଦି କିଛି ବି ତ୍ରୁଟି ବାହାରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଡ଼ିଓ ଦୀପକ ଦାସ ପ୍ରତିଶ୍ରୁତି ଦେଇଥିଲେ । ଖବରପାଇ ବିଜେଡି ନେତା ବଳରାମ ସାହୁ ଓ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ମହେଶ୍ବର ଜେନା ଧାରଣା ସ୍ଥଳରେ ପହଞ୍ଚି ମହିଳା ମାନଙ୍କୁ ବୁଝା ସୁଝା କରି ଧାରଣାରୁ ଉଠାଇ ଥିଲେ । ଏହି ଧାରଣାର ନେତୃତ୍ୱ ନେଇଥିଲେ ମହିଳା ନେତ୍ରୀ ଲଷ୍ମୀ ଦଳାଇ ।

     ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଢେ଼ଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଗଠିତ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା କିଛି ରହିଗଲା ଵାକୀ 

Sunil Chandra Nayak

କେନାଲରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା, ମିଳିଲା ମୃତ ମହିଳାଙ୍କ ପରିଚୟ

Sunil Chandra Nayak

Leave a Comment

error: Content is protected !!