ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୩/୭/୨୨ -ଭାରତୀୟ ଜନତା ପାର୍ଟି ତରଫରୁ ବାଲେଶ୍ଵର ଆଇନ ମହାବିଦ୍ୟାଳୟ ନିକଟସ୍ଥ ଭେନିୟା ପାରାଡାଇସ ପରିସରରେ ଆଠ ବର୍ଷ କେନ୍ଦ୍ରରେ ଶାସନ ଓ ବାଲେଶ୍ୱର ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀ ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଓ ମନ୍ତ୍ରୀ ମନମୋହନ ସାମଲ, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରାଜ୍ୟ ମନ୍ତ୍ରୀ ରଘୁନାଥ ମହାନ୍ତି, ରେମୁଣାର ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚରଣ ଦାସ, ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଭୋଗରାଇର ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସିପ୍ରା ବାଜପେଇ, ବାଲେଶ୍ୱର ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ଦାସ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ଉପ ସଭାପତି ପ୍ରଦୀପ କୁମାର ପଣ୍ଡା, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, ଲଙ୍ଗଳେଶ୍ୱର ମଣ୍ଡଳ ସଭାପତି ଗଗନ ସାହୁ, କାଳିପଦା ମଣ୍ଡଳ ସଭାପତି ସତ୍ୟାନନ୍ଦ ମହାନ୍ତି, ବସ୍ତା ମଣ୍ଡଳ ସଭାପତି ବସନ୍ତ ବାରିକ, ଦରଡ଼ା ମଣ୍ଡଳ ସଭାପତି, ସାହାଡ଼ା ମଣ୍ଡଳ ସଭାପତି, ଜିଲ୍ଲା ପରିଷଦ ପ୍ରାର୍ଥୀ ସତ୍ୟବ୍ରତ ମଣ୍ଡଳ, ରାଜ୍ୟ ଓବିସି ମୂର୍ଚ୍ଚା ସାଧାରଣ ସମ୍ପାଦକ ଶିବ ଶଙ୍କର ପ୍ରଧାନ, ରାଜ୍ୟ ନମାମି ଗଙ୍ଗାର ସାଧାରଣ ସମ୍ପାଦକ ଅଜୟ କୁମାର ସାହୁ, ଜିଲ୍ଲା ଓବିସି ମୂର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ଏସ ସି ମୂର୍ଚ୍ଚା ସଭାପତି ମୄର୍ତ୍ୟଞ୍ଜୟ ବେହେରା, ଏସ ଟି ମୂର୍ଚ୍ଚା ସଭାପତି ବିପିନ ମାରାଣ୍ଡି, ମନ କି ବାତର ସଭାପତି କମଳ ଲୋଚନ ଦାସ, କୃଷକ ମୂର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ସୋର ବ୍ଲକ ଅଧକ୍ଷ ଓ ଅନ୍ୟ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବସ୍ତା ବ୍ଲକ ସାଂସଦ ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା ଗଣ ମାଧ୍ୟମ (ମିଡ଼ିଆ )କୁ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ବାରଣ, ବଡ ଖବର ସମ୍ପାଦକଙ୍କୁ ହଇରାଣ ହରକତ କରିବା, ବିନା କାରଣରେ ଗଣ ମାଧ୍ୟମକୁ ଜେଲ ପଠାଇବା ଏସବୁ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋଚାଇ ରଖିବା ପାଇଁ କରାଯାଉଛି । ସରକାରଙ୍କ କୋଟି କୋଟି ଟଙ୍କାର ଘୋଟାଲାର ପରଦା ଫାସ କରୁଥିବାରୁ ଗଣ ମାଧ୍ୟମର କଣ୍ଠରୋଧ କରିବାକୁ ସରକାର ଚାହୁଁଛି । ଏଥିସହିତ ସାଂସଦଙ୍କ ତିନି ବର୍ଷର ଚିଠା ବର୍ଣ୍ଣନା କରାଯାଇଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା ଉଜୁଡା ବସନ୍ତ

Sunil Chandra Nayak

ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଓ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!