ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଉର୍ମିଳାଙ୍କ ତ୍ୟାଗ

ଉର୍ମିଳାଙ୍କ ତ୍ୟାଗ

 

ବିଜୟ କୁମାର ଜେନା

 

ରାମାୟଣର ଉର୍ମିଳା ଚରିତ୍ର

ମୋ ମନରେ ଆଲୋଡନ ସୃଷ୍ଟି କରେ

ସ୍ଵାମୀ ଲକ୍ଷ୍ମଣ ଙ୍କ ଚଉଦ ବର୍ଷ ବନବାସ

              ସମୟର ନିଦ୍ରା

ତାଙ୍କର ନୟନରେ ଆୟତ୍ତ ହୋଇବ

       ଲକ୍ଷ୍ମଣ ଯେ ଚଉଦ ବର୍ଷ

ଅନିଦ୍ରା ରହିବେ,,,, ବିନା ଦ୍ବିଧାରେ ମାନି ନେଲେ

          ଧର୍ମ ପତ୍ନୀ ଉର୍ମିଳା

ସ୍ବାମୀଙ୍କ ଅନୁପସ୍ଥିତିରେ

କେବେବି ଆଖିରୁ ଲୁହ ଝରାଇବେ ନାହିଁ

      କଥା ଦେଲେ,,,, ଲକ୍ଷ୍ମଣଙ୍କୁ

ଶାଶୁ ଶ୍ୱଶୁରଙ୍କ ସେବା ଯତ୍ନ କରି

          ସର୍ବଦା ନିଦ୍ରା ଯିବି

ଯେତେ ଦୁଃଖ ଆସିଲେ ବି

       ଲୁହ ଝରାଇବିନି।

ଉର୍ମିଳାଙ୍କ ପାଖେ କିଛି ବି ଛଳନା

କଳ୍ପନା, ଭାବନା ଓ ବେଦନା ନ ଥିଲା,,,,

ତ୍ୟାଗର ଏକ ନିଛକ ପ୍ରତୀକ

ଚଉଦ ବର୍ଷ ବନବାସ ପରେ

ରାଜ ଅଭିଷେକ ପରେ ଶ୍ରୀରାମ

          ଘୋଷଣା କଲେ

ତାଙ୍କ ବିଜୟରେ ଲକ୍ଷ୍ମଣ ଓ ସୀତାଙ୍କ ଠାରୁ

         ଉର୍ମିଳାଙ୍କ ତ୍ୟାଗ ଅତୁଳନୀୟ

   ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ଖେଲୋ ଇଣ୍ଡିଆ ରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ୧୩ ଦଫା ଦାବୀ ଦାବୀପତ୍ର ପ୍ରଦାନ 

Sunil Chandra Nayak

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

Leave a Comment

error: Content is protected !!