ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବହର୍‌ ହାତୁଁ ଚାହା କପେ

ବହର୍‌ ହାତୁଁ ଚାହା କପେ

 

ପିଲାଟା ମୋର୍‌ ସତେଁ ଆଏ କେତେ ନୁକୋ ଆଜ୍ଞା 

ଆମର୍‌ ଆଗ୍‌ଆଡ଼େଁ ଜବାବ୍‌ ନାଇଁ ଦିଏ

ମା’ବୁଆକେ ଦେଖି ଆଏଁଖ୍‌ ହେସି ତାର୍‌ ଛଲ୍‌ଛଲ୍‌

କହିଥିଲା କଥା ନି’ପାସ୍‌ରେ କେଭେଁ ସିଏ।୧

 

ରାଜ୍‌ଧାନୀଥିଁ ଚାକ୍‌ରି କରି ରହେଲା ଏକ୍‌ଲା ଆଘୋ

ଛ’ମାସ୍‌ ହେଲାନ ରହେଲେନ ଦୁହେଁ

ପୁଓ ବହ ମାଁ ସାଂଗେ ଫି’ଦିନ୍‌ କଥା ଲାଗ୍‌ସନ୍‌ ଫୁନେ 

ଡାକୁଛନ୍‌ ସେନ୍‌କେ ଘାଏକେ ଘାଏ।୨

 

ଆମେ ଦିନେ ମୁଡ଼େଇ କରି ବାହାର୍‌ଲୁଁ ରାଜ୍‌ଧାନୀ

ତାକଁର୍‌ ପସଂଦ୍‌ ଦରବ୍‌ ଝୁଲାମୁନାଥିଁ ଭରି

ସିଆନୀର୍‌ ସାଂଗେ ସବୁ କଥାଥିଁ ହେଇ ଘିଚିଟିାନି

ଅଧା ବସ୍ତା ଚାଉଲ୍‌ ଯୁଗ୍‌ରାଲୁଁ ବାସ୍‌ପତ୍‌ରି।୩

 

ପହଁପହଁକେ ପହଁଚିଲୁଁ, ଆସିଥିଲା ଆଘୋନୁ ବାବୁ 

ଦେଖି ସିଧା ପଡ଼୍‌ଲା ଆମର୍‌ ଗୋଡ଼୍‌ ତଲେଁ

ରିକ୍‌ସାଟେ ଡାକି ଯୁଗ୍‌ରାଲା ଆମର୍‌ ସାମାନ୍‌ ସବୁ

କହେଲା ଉତ୍‌ରାବୁ “ପାଏନ୍‌ ଟାଁକି ତଲେଁ।” ୪

 

“ମୋର୍‌ ଅଫିସ୍‌ ଟାଇମ୍‌ ହେଇଗଲାନ ଗୋ ମାଁ

ଘଁଟେ ଭିତ୍‌ରେଁ ପହଁଚିବାକେ ପଡ଼୍‌ବା

ଦୁଇଦିନ୍‌ ଛୁଟି ଆନ୍‌ମି ଯେ ପୁରୀକେ ବୁଲିଯିମା

ଆରାମ୍‌ କର ଘରେଁ,ବହ ଟାକିଥିବା। ” ୫

 

ଘର୍‌କେ ପହଁଚେଇ ଦେଲା ତୁର୍‌ତି ରିକ୍‌ସାବାଲା 

ଯାଇ ଟାଏଟ୍‌ ପାଖେଁ ବଜାଲା ଘଁଟି

ଘରୁଁ ବାହାର୍‌କେ ଆମର୍‌ ବହ ବାହାର୍‌ଲା ହଁସିହଁସି

ଉଢ଼୍‌ନା ନି’ଦେଇ, ଲାଜେଁ ଗଲା ସର୍‌ପଟି। ୬

 

ଘର୍‌ ଭିତ୍‌ରେଁ ଆମର୍‌ ପାହା ଛିଇଁ ମାଏଲା ମୁଡ଼ିଆ

ଲତ୍‌ଲତିଆ କୁର୍‌ଚିଥିଁ ବସ୍‌ବାକେ କହେଲା

ଚାହା କପେ ଲେଖା ଦେଲା ଲାଗ୍‌ଲା କେତେ ବଢ଼ିଆ 

“ନୂଆଁ ଘର୍‌ କେନ୍‌ତା ଲାଗୁଛେ” ବଏଲା।୭

 

ବହକେ କହେଲିଁ “ତୁଇ ଚାହା ପି ବସି ଆମର୍‌ ପାଖେଁ”

କହେଲା “ନାଇଁ ଗୋ ରଂଧା ଘରେଁ ପିଇମି

ଚାହା ପିଇକରି ଗଧାବୁଡ଼ା ସାରିଦିଅ ଘାଏକେଁ

ଝିମ୍‌ ଝୁରି, କର୍‌ଡ଼ି ହେଁଡ଼ୁଆ ରାଂଧ୍‌ମି।” ୮

 

ଅଏଁଠା କପ୍‌ ଧୁଇବାକେ ତା’ର୍‌ ମା ଗଲା ରଂଧାଘରେଁ 

ବହର୍‌ କପ୍‌ ଦେଖି ଡର୍‌ହେଁ କାବା ହେଲା

କପ୍‌ଥି ଚଁଡ଼ର୍‌ ରକତ୍‌ ଦେଖି, ବହକେ କାଣା ହେଲା 

କପ୍‌କେ ଉଠେଇ ମତେ ଦେଖାଲା।୯ 

 

ବହକେ କହେଲିଁ “ତୋର୍‌ ଚଁଡ଼େଁ କେନ୍‌ତା ହେଲାନ ଘା

ବାବୁ ନାଇଁଶୁନେ କାଏଁ ତୋର୍‌ କଥା

ଏନ୍‌ତା କଥା ବନ୍‌ଏ ନୁହେଁସେ ଗୋ ମା, ଲଗା ଉଷୋ

ପହେଲା, ପଛେଁ ହେମା କଥାବାର୍ତା। “୧୦

 

ଭୁଆସେନ୍‌ ମୋର୍‌ କଥା ଶୁନି ହଁସ୍‌ଲା ମୁଲ୍‌ମୁଲ୍‌

ଶାଶ୍‌କେ ଆଏଁଖ୍‌ ଠାରି ଭିତର୍‌କେ ଡାକ୍‌ଲା

ଶାଶ୍‌ବହ ଟୁପୁର୍‌ ଫୁସୁର୍‌ଥିଁଁ ହେଲେ ମସ୍‌ଗୁଲ୍‌

ମୁଇଁ ଡାକ୍‌ଲିଁ କି ତାଁକର୍‌ ଧିଆନ୍‌ ଭାଂଗ୍‌ଲା।୧୧ 

 

ଛନେ ଆଘୋନୁ କେତେ ଡର୍‌ହେଁ ଦେଖାଲା କପ୍‌ ମତେ

ଇହାଦେ ମତେ ଝାଁକି ହସୁଛନ୍‌ ମୁଲ୍‌ମୁଲ୍‌ 

ମୁଇଁ ଏକା ଜୁନ୍‌ହାଁ ପାଏନ୍‌ ବେଡ଼ା ବନିଗଲି ମାହାଁବୋ ହଁସ୍‌ବାର୍‌ ମତ୍‌ଲବ୍‌ ନି’ବୁଝଲି ବିଲ୍‌କୁଲ୍‌। ୧୨

 

“ବହର୍‌ ଚଁଡ଼େଁ ନି’ହେଇ ଘା, ତମେ ଜାନିଛ କାଣା

ଇ ଯୁଗର୍‌ ଫେସନ୍‌ ଲଗେଇଛେ ରଂଗ୍‌

ଆଏଁଖ୍‌ ଭୁଲ୍‌ତା କତ୍‌ରି କେଡ଼େ ସୁଂଦର୍‌ ଦିଶୁଛେ 

ଟିକ୍‌ଲି ସାଂଗେଁ ଫବୁଛେ ଶାଢ଼ିର ରଂଗ୍‌। ୧୩

 

ଶାଢ଼ି ଆଉ ଚୁଡ଼ି ଗୁଟେ ରଂଗର୍‌ ପିଂଧୁଛନ୍‌ ଇହାଦେ

କିହେ ନି’କହନ୍‌ ଇନ କପ୍‌ଟା 

ପିଚୋ ଦଗ୍‌ଲିଟେ ପିଁଧି ପିଠ୍‌ ଦେଖାଲେଁ ସମ୍‌କୁଁ

କଣାର୍‌ ନଜ୍‌ରେଁ ଭିଲ୍‌ ଲାଗ୍‌ସି ଅଠା।୧୪

 

ପଟ୍‌ କାଲି ହେଲେଁ ଭିଲ୍‌ ପାଉଡ଼ର ମୁହେଁ ରେଁତି

ସଭେ ବନି ପାରୁଛନ୍‌ ଧାଜ୍‌ଗୁରୀ

ଛିପ୍‌ଲି ପଁଢ଼େଇ ଡେଂଗ୍‌ଡେଂଗ୍‌ ଖୋର୍‌ ପିଂଧି ଟୁକ୍‌ଲେ

ଖୁଲିଁ ଚାଲି ଜାନୁଛନ୍‌ କିଂଦ୍‌ରି। ୧୫

 

ଦର୍‌ଜନେ ଚୁଡ଼ି ବହ ଦେଇଛେ ପିଂଧ୍‌ମି କାଏଲ୍‌କେ

କପ୍‌ଟା ଚୁଡ଼ିର ରଂଗ୍‌ ଗୁଟେ 

ଗଅଁଲିଥିଁ ଭି ପିଂଧ୍‌ଲେନ ସଭେ, ଆମେ ଚୁଆଁର୍‌ ବେଂଗ୍‌

ଜନା ନାଇନ କେନ୍‌ସି କଥାଟେ। ୧୬

 

ମୁଇଁ କହେଲିଁ “ହଏ ରେ ଅଧନଂଗ୍‌ଲୀ ପିିଂଧୁଛୁ କପ୍‌ଟା

ସାୟା ବିଲାଉସ୍‌ କିଛି ନାଇନ ଜନା

ପିଂଧ୍‌ଲେଁ ଲୁକେ ଉଲ୍‌ଟି ଦେଖୁଥିବେ କାଏଁ ଜଁତୁଟେ ବଲି

ଚାଲ୍‌ବୁ ଧର୍‌ସାଥିଁ କାଏଁ ମୋର୍‌ ବିନା।୧୭

 

ପାନ୍‌ ଚାବିଚାବି ମୁହୁଁ ଲାଲ୍‌ କରିଛୁ ଫୁଫ୍‌ଲି

ଦଶ୍‌ ଥର୍‌ ରେଁତ୍‌ଲୁ ଟୁଡେଁ ଗୁଡ଼ାଖୁ 

ସାଜୋ ଉଲାଲେଁ ଭିଲ୍‌ କହେବେ ନଂଗ୍‌ଲୀ 

ହଁସିହଁସି ଟର୍‌କିବେ ତୋର୍‌ ପାଖୁଁ । ” ୧୮

 

“ହଁସ୍‌ଲେଁ ପଛେଁ ହସୁନ୍‌ ବୁଆ ବହର୍‌ କଥା ରଖ୍‌ମି 

ଯାହା ଭିଲ୍‌ ମତେ ପିଂଧାବା ଉଢ଼ାବା

ତା’ର୍‌ କଥା କେଭେଁ ନାଇଁକାଟେଁ, ମଜା ଦେଖ୍‌ବ ଗୋ

ମତେ ନାନୀ ଡାକି ତମ୍‌କୁ ବଲ୍‌ବେ ବବା।”୧୯

 

ମୁଇଁ କହେଲିଁ “ଆରେ ଜଁତୁ ବଁକ୍‌ କେଭେଁ ନି’ହୁଏ ହଁସ୍‌

ଇ ବୁଢ଼ୀ ବଏସେଁ ନି’ହ ଆଉ ଉଦୁର୍‌ମାତ୍‌

ପଛେଁ ସଜେଇ ହେବୁ କଲେଁକଲେଁ ଥାବେଁ ବସ୍‌ 

ବାପ୍‌ ଥିଲେଁ ପେଲ୍‌ହାତା’ନ ଯୁଡ଼ାଲାତ୍‌। “୨୦

 

“କାଏଲ୍‌ ଇ ସବୁ ଅଗ୍‌ଡଂଗ୍‌ ବଗ୍‌ଡ଼ଂଗ୍‌ ସାଜୋ ପିଂଧି

ପିଲା ଭୁଆସେନ୍‌ ସାଂଗେ ଯିମା ପୁରୀ ଧାମ୍‌କେ

ଚାଏର୍‌ ପାଁଚ୍‌ଟା ଫଟୁ ତମର୍‌ ସାଂଗେ ଘିଚାମି ଗୋ 

ଉଲାମା, ଲିପିକରି ବାଟର୍‌ ଢବ୍‌ଲି ଘର୍‌କେ। “୨୧ 

 

“ବୁଆ ବୁଆ ରେ ସରଗ୍‌ ସୁଂଦ୍‌ରୀ କାଣା ଭାବିଛୁ ମନେ

ବହ ପିଲା ଇ ବଏସେଁ ସିନା ପିଂଧ୍‌ବେ

ଆମେ ଇ ବୁଢ଼ାବୁଢ଼ୀ ବଏସେଁ ଟିଂଗାଲି ହେମା ଯେ

ପଢ଼ା ଲୁକେ ଆମ୍‌କୁଁ କାଣା କହେବେ।” ୨୨

 

ଆମର୍‌ କଚର୍‌ କାଚର୍‌ଥିଁ ବହ ମୁଲ୍‌ମୁଲ୍‌ ହଁସୁଥିଲା

କହେଲା “ପିଂଧ୍‌ବାର୍‌ କାଣା ଅଲଗ୍‌ ବଏସ୍‌ ଥିସି

ତମର୍‌ କେନ୍‌ ଅସୁବିଧାଟେ ଅଛେ ଯେ ହେବ ଗୁଲ୍‌ଗୁଲା 

ବଢ଼େ କୁଟୁମ୍‌ ନାଇନ ଦୁଃଖେଁ ପଡ଼୍‌ଲନ ବସି।” ୨୩ 

 

ମୁଇଁ କହେଲିଁ “ନାଇଁ ଗୋ ମା କପେ ଚାହାଥିଁ ଏତେ ବୁଦ୍ଧି

ଆଉ ମାସେ ଯଦି ଇଏ ଇଠାନେ ରହେବା

ଇତାର୍‌ ଖାନାପୁର୍‌ତି କରି ବିତ୍‌ବିତେଇ ଯିବୁ ଗୋ ମା

ଗାଆଁର୍‌ ଭୁବ୍‌ରା ବେର୍‌ନା ଗଜ୍‌ବାହାଲ୍‌ ବିକା ପଡ଼୍‌ବା।”୨୪

 

ବହ ହଁସ୍‌ଲା ଖିଲ୍‌ଖିଲେଇ ଶାଶ୍‌କେ ମଖଉଥିଲା ତେଲ୍‌

ଅତର୍‌ ସାବୁନ୍‌ ଗୁଧୁଆ ଘରେଁ ସବୁ ରଖି 

ମୁଇଁ ହେଜି ନି ପାରୁଥାଇଁ ଇ ଦୁହିଁ ଶାଶ୍‌ ବହର୍‌ ଖେଲ୍‌

ଭକୁଆ ବନିଗଲିଁ ଦୁହିକଁର୍‌ ଭାବ୍‌ରଂଗ୍‌ ଦେଖି।୨୫

 

ଖାଇ ଶୁଇଲୁଁ ମଏଧାନେ ପିଲା ଆଏଲା ବେଲ୍‌ବୁଡ଼ାକେ

ଝୁଲାମୁନାଥି ଧରି ମେନ୍‌ମେନ୍‌ସା କପଡ଼ା

ମୋତେ ଦେଲା ଗରମ୍‌ କଲାକୋଟ୍‌ଟେ ଉଢ଼୍‌ବାର୍‌କେ 

ମାଁ’କେ ସମଲ୍‌ପୁରୀ ପାଟ୍‌ ମଠା ପଛ୍‌ରା।୨୬

 

ଉସତ୍‌ ହେଇ ଆଖୁଁ ଝରୁଥିଲା ରଦୋରଦୋ ପାଏନ୍‌

ଦେଖିକରି ମୋର୍‌ ପୁଓ ବହର୍‌ ଗହଗହ 

ମାଆଁର ମୁଡ଼େଁ କଲା ରଂଗ୍‌ ରଂଗେଇ କରିଛେ ଅଏନ୍‌

ମୁଇଁ କହେଲିଁ “ଚାହା କପେ ମତେ ଦିଅ।”୨୭ 

 

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ବେଣୁଧର ସୂତାର ଙ୍କ କବିତା ମୋ ଗାଆଁ ନଈ

ଇନ୍ଦ୍ରାବତୀ କେନାଲ ତୁରନ୍ତ ମରାମତି ଓ ଚାଷୀଙ୍କୁ ପାଣି ଯୋଗାଣ ନେଇ ସିପିଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର।

Sunil Chandra Nayak

ହୋଲିରେ ପୁଣି ଏକ ଅଘଟଣ , ଯମୁନା ସାଗରରେ ବୁଡ଼ି ଯୁବକ ଙ୍କ ମୃତ୍ୟୁ

masiha

Leave a Comment

error: Content is protected !!