ଏକ ନୂଆ ସକାଳ
ଉପେନ୍ଦ୍ର କୁମାର ବସ୍ତିଆ
ସଂସାରର ରଙ୍ଗ ମଞ୍ଚରେ
ଅନେକ ଅଭିନୟ କରି କରି
କ୍ଳାନ୍ତ ମୁଁ ହୋଇନି କେବେ
ହେଲେ••••
କ୍ରାନ୍ତି ମୋ ଆସିଛି ମନରେ ।
ଜୀବନର ଚଲାପଥେ
ବହୁଦୂର ଚାଲି ଚାଲି
ଥକି ମୁଁ ପଡିନି କେବେ
ହେଲେ••
ବିଷାଦ ଘାରିଛି ମନରେ ।
ଏ ଜୀବନ ନାଟକ
ଅବଶେଷ ପୂର୍ବରୁ
ବହୁ ନାଟକରେ ସମ୍ରାଟ
ବା ଖଳ ନାୟକ ହୋଇ
ପରି ଦର୍ଶକ ମାନଙ୍କୁ
ହସାଇଛି କନ୍ଦାଇଛି
ସୁନେଲି ରଙ୍ଗ ମଞ୍ଚରେ
ହେଲେ••••
ହୃଦୟ ବେଦନା ଚାପି
ହୋଇଯାଏ ଅନ୍ତରର
ନିଭୃତ କୋଣରେ ।
ଦିନପରେ ରାତି ଆଉ
ରାତି ପରେ ଦିନ
ଗଡିଗଡି ଯାଏ ସମୟ
ସ୍ରୋତରେ ।କେବେ
କେବେ ଅମୀର କେବେ
ବା ଫକୀର ସାଜୁଥିବି
ସୁନେଲି ରଙ୍ଗ ମଞ୍ଚରେ ।
ଏହିପରି ଉଥାନ୍ ପତନ
ଭିତରେ ହଜିଯିବି ଦିନେ
ଦୁନିଆ ବୁକୁରେ ।
ଭୁଲି ଜୀବନର ବିକାଶ
ସୋପାନ ସକଳ ସନ୍ତାପ
କରି ଅବସାନ ଆଶାର
ସାଉଧ ଭାଜି ଏ ମହିରେ
ମିଶିଯିବ ଦେହ ଏ ଧରା
ମାଟିରେ, ଯାହା ନ ପାଇଲି
ଜୀବନ ଜାକରେ ତାହା ମୁଁ
ଖୋଜିବି ଆର ଜନମରେ
କ୍ଳାନ୍ତ ମୁଁ ହେବିନାହିଁ କେବେ
ଆସିବି ମୁଁ ଆଉ ଏକ ନୂଆ
ସକାଳରେ ।