ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୪

ହଜିଲା ଦରବ:–୪

 

 ଦିଲ୍ଲୀପ କୁମାର ନନ୍ଦୀ

 

ବିବାହ ବେଦୀରେ କଦଳୀ ଗଛଟା

ଅଡ଼ୁଆ ଭାରି ଲାଗିଲାଣି

ଡିସ୍କୋ ଲାଇଟକୁ ରନିଙ୍ଗ୍ ଲିଚୁରେ

ପ୍ଲାଷ୍ଟିକ ଫୁଲ ସାଜିଲାଣି।୧।

 

ବାଡ଼ୁଅ ପାଣି କି ଦିଅଁ ମଙ୍ଗୁଳାଟା

ତେଲିଙ୍ଗି ମହୁରୀ ଶୁଭୁନି

କଣ ଛିଣ୍ଡା ଅବା ବିଦେଶୀ ପାନୀୟ

ଡି, ଜେ,ରେ କମ୍ପୁଛି ମେଦିନୀ।୨।

 

ବାହାଚିତା ଅବା ଶଙ୍ଖ ହୁଳହୁଳି

ଝିଅ ହାତେ ନାହିଁ ଆଞ୍ଜୁଳି

ଭାରଘିତା ଅବା ସଵାରି ପାଲିଙ୍କି

ହାକୁମଧାବ ହଜିଲାଣି।୩।

 

ଗୋପାଳ ପୁଅଟା ଥାଟମାରି ବୁଲେ

କାନ୍ଧତା ନରମ ହେଲାଣି

ନୋଉରୁଣି ଛୁଆଁ ଅଳତା ନାହିଁ କି

ମେହେନ୍ଦିରେ ସଜ ହେଲେଣି।୪।

 

କାଏମା ,ଧର୍ମଶାଳା, ଯାଜପୁର

 

Related posts

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଦାବିପତ୍ର

Sunil Chandra Nayak

ଲାଞ୍ଜିଗଡ ବିଧାୟକଙ୍କ ବିଜେପୁର ଗସ୍ତ,ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ଅଭିଯୋଗ

Leave a Comment

error: Content is protected !!