ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–୪

ହଜିଲା ଦରବ:–୪

 

 ଦିଲ୍ଲୀପ କୁମାର ନନ୍ଦୀ

 

ବିବାହ ବେଦୀରେ କଦଳୀ ଗଛଟା

ଅଡ଼ୁଆ ଭାରି ଲାଗିଲାଣି

ଡିସ୍କୋ ଲାଇଟକୁ ରନିଙ୍ଗ୍ ଲିଚୁରେ

ପ୍ଲାଷ୍ଟିକ ଫୁଲ ସାଜିଲାଣି।୧।

 

ବାଡ଼ୁଅ ପାଣି କି ଦିଅଁ ମଙ୍ଗୁଳାଟା

ତେଲିଙ୍ଗି ମହୁରୀ ଶୁଭୁନି

କଣ ଛିଣ୍ଡା ଅବା ବିଦେଶୀ ପାନୀୟ

ଡି, ଜେ,ରେ କମ୍ପୁଛି ମେଦିନୀ।୨।

 

ବାହାଚିତା ଅବା ଶଙ୍ଖ ହୁଳହୁଳି

ଝିଅ ହାତେ ନାହିଁ ଆଞ୍ଜୁଳି

ଭାରଘିତା ଅବା ସଵାରି ପାଲିଙ୍କି

ହାକୁମଧାବ ହଜିଲାଣି।୩।

 

ଗୋପାଳ ପୁଅଟା ଥାଟମାରି ବୁଲେ

କାନ୍ଧତା ନରମ ହେଲାଣି

ନୋଉରୁଣି ଛୁଆଁ ଅଳତା ନାହିଁ କି

ମେହେନ୍ଦିରେ ସଜ ହେଲେଣି।୪।

 

କାଏମା ,ଧର୍ମଶାଳା, ଯାଜପୁର

 

Related posts

ପୌର ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ହାରି ଯାଇଥିବା ମଣିଷ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମମୟ ପ୍ରାଣ

Sunil Chandra Nayak

Leave a Comment

error: Content is protected !!