ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଜି ଆମ ଵିଵାହ ବାର୍ଷିକୀ

ଆଜି ଆମ ଵିଵାହ ବାର୍ଷିକୀ

ପ୍ରଶାନ୍ତ କୁମାର ନାଥ

 

ଚାହୁଁ ଚାହୁଁ ଏଠି ଆମ ଦୁହିଁଙ୍କର

    ଵିତିଲାଣି ଦଶ ଵର୍ଷ

ବିବାହ ବନ୍ଧନରେ ବାନ୍ଧି ହୋଇଥିଲୁ

    ମୁଖେ ଧରି ପ୍ରିତି ହର୍ଷ। 

 

ତା’ର ହାତ ଧରି ସଂସାର ରଥରେ

    ଜୀଵନ ତ ଵିତୁଅଛି

ପ୍ରଭୁଙ୍କ ଦୟାରୁ ଆମ ଦୁହିଁଙ୍କର

    ସମ୍ପର୍କ ମଧୁର ଅଛି। 

 

ଶେଷ ପରିଯନ୍ତେ ସମ୍ପର୍କ ରଜୁରେ

    ଵାନ୍ଧି ହେଇଥିବୁ ଦୁହେଁ

ତା’ର ହାତ ଧରି ଵାଟ ଚାଲିବାକୁ

    ମୋ’ର ହାତ ସଦା ଚାହେଁ। 

 

ବୁଝା ବଣା ଆମ ରହିଛି ସୁଦୁଢ

    ଵାଟ ବଣା ହେଵୁ ନାହିଁ

ଦୁହିଁଙ୍କ ଠିକଣା ଗୋଟିଏ ତ ନୀଡ଼

    ଦୁହେଁ ରହି ଥାଉଁ ଚାହିଁ। 

 

ରହିଲେ ଵି ଦୂରେ ରହି ଥାଏ ପାଖେ

    ହୃଦୟରେ କରି ଘର

ଜୀବନ ସାଥୀ ମୋ ମନର ମାନସୀ

    ତା ଓଠର ହସ ଧାରେ। 

 

ଜୀଵନ ଜଞ୍ଜାଳ ଥିଲେବି ଜଟୀଳ

    କୁଟିଳ ହେଉ ନା କେଵେ

ସରଳ ପ୍ରକ୍ରିୟା ଆମ ଦୁହିଁଙ୍କର

    ଜୀଵନ ମଧୁର ତେବେ। 

 

ସାତ ଜନମକୁ ସାଥୀ ହେବାପାଇଁ

    କରିଛୁ ସଂଙ୍କଳ୍ପ ବଦ୍ଧ

ହାରିଵୁନି କେବେ ସଂସାରର ପଥେ

     କରିଚାଲିଥିବୁ ଯୁଦ୍ଧ। 

 

ସଭିଙ୍କ ଆଶିଷ ଥିଲେ ଆମପରେ

    ସଫଳ ହୋଇବୁ ଆମେ

ପୂଣ୍ୟ ତା ପାଇଣ ହସୁଥିବୁ ଆମେ

    ଦେଖୁଥିବ ସଦା ତୁମେ।।

ପ୍ରଶାନ୍ତ କୁମାର ନାଥ

 ଜୁଣଗଡି ,ରାଜନଗର, କେନ୍ଦ୍ରାପଡ଼ା

Related posts

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ମମତା ସାହୁ ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

ଫିରିଙ୍ଗିଆ ବିଲୁପଦର ଗ୍ରାମ ରେ ବଳଦ କିଣା କୁ ନେଇ ଗୁଳିମରା ଘଟଣା ମାମଲାରେ ୪ ଜଣ ଅଭିଯୁକ୍ତ କୁ ଗିରଫ କଲା ପୋଲିସ

Sunil Chandra Nayak

Leave a Comment

error: Content is protected !!