ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋ ବାପା ତଣ୍ଟି ଚିପି ମୋ ମା କୁ ମାରିଲେ

ନବରଙ୍ଗପୁର –  ମୋ ବାପା ମୋ ମା ର ତଣ୍ଟି ଚିପି ମାରିଦେଲେ ମୁଁ ଦେଖିଲି | ଏହି ଶବ୍ଦ ଟି ଜଣେ କୁନି ଝିଅ ଆନ୍ଧ୍ରପ୍ରଦେଶ ର ପୋଲିସ ଆଗରେ କହୁଛି | ନବରଙ୍ଗପୁର ଜିଲ୍ଲାର ର ଏକ ଦୁଖଦଃ ଖବର ଦେଖନ୍ତୁ -ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସିଲାଟି ଗ୍ରାମ ର ମାଣିକ ଘୋଷ କିଛି ଵର୍ଷ ପୂର୍ବେ କାରାଗାଁ ଗ୍ରାମର ଲିପିକା ଘୋଷ କୁ ରୀତିନୀତି ଅନୁସାରେ ବିବାହ କରିଥିଲେ | ଉଭୟ ଦୁହେଁ ସିଲାଟି ଗ୍ରାମରେ ରହୁଥିଲେ | ପାରିବାରିକ ଝଗଡା ପ୍ରାୟ ସମୟ ରେ ଚାଲିଥିଲା ଏମିତିକି ଉମରକୋଟ ଥାନା ପର୍ଯ୍ୟନ୍ତ ପହଂଚିଥିଲା | ହେଲେ ଏବେ କିଛି ମାସ ହେବ ମାଣିକ ଘୋଷ ଆନ୍ଧ୍ରପ୍ରଦେଶ ର କାକିନାଡ଼ା ରେ କାମ କରୁଥିଲା | ଦୁଇ ପରିବାର ମଧ୍ୟରେ ବୁଝାସୁଝା ହୋଇ ପୁଣି ଝିଅ ଘର ଲୋକେ ଲିପିକା ଘୋଷ ଓ ଝିଅ ମାହି ଘୋଷ କୁ ସ୍ୱାମୀ ପାଖକୁ କାକିନାଡ଼ା ଛାଡିଥିଲେ। କିଛିଦିନ ର ବ୍ୟବଧାନ ଭିତରେ ଗତ ବୁଧବାର ଦିନ ଝିଅ ଘରକୁ ଖବର ଗଲା ତମ ଝିଅ ଆତ୍ମହତ୍ୟା କରିଛି। ଏହା ଶୁଣି ଝିଅଘର ପରିବାର କାକିନାଡ଼ା ପହଂଚି ଥିଲେ, ମାତ୍ର କୁନି ଝିଅ ର ମନରେ ଥିବା ଡର କୁ ସେ ଭୟଭିତ ଅବସ୍ଥା ରେ ନିଜ ଅଜା ଓ ନିକଟସ୍ଥ ପୋଲିସ ଆଗରେ କହିଥିଲା | ଏ ନେଇ ଉମରକୋଟ ଥାନା ରେ ପୂର୍ବରୁ କେସ ଥିଲା ,ଏବେ ଆନ୍ଧ୍ରପ୍ରଦେଶ ପୋଲିସ ତଦନ୍ତ ଜାରି ରଖିଛନ୍ତି।

ନବରଂଗପୁର ରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ 

Related posts

ଅବକାରୀ ବିଭାଗ ପକ୍ଷରୁ ୪୦ ବୋତଲ ବେଆଇନ କଫ ସିରଫ, ଜବତ ଜଣେ ମହିଳା ଗିରଫ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମୁଁ ବାରାଙ୍ଗନା

Sunil Chandra Nayak

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!