ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତରଞ୍ଜନ ହେହୁରୀ ଙ୍କ କବିତା ଜାଣିଛ ?

ଜାଣିଛ ?

ସେଦିନର ସେଇ ମିଠା
ମିଠା କଥା ଗୁଡ଼ିକ ତୁମର
ଏବେବି ମନେ ଅଛି ମୋର 
କହିଥିଲ ମୁହଁ ଗୁଞ୍ଜି ଯାହା
ଛାତିରେ ମୋହର ।
କହିଥିଲ ।
ଛାଡ଼ି ଯିବି ନାହିଁ କେବେ
ଆସୁ ଯେତେ ଝଡ଼ 
ଝଡ଼ ନ ଆସୁଣୁ ପତ୍ର ଟିଏ ଦେଖି
ସବୁ ଯେମିତି ହୋଇ ଗଡ଼ ବଡ଼ 
ଭାଙ୍ଗିଦେଇ ଚାଲି ଯିବ ନି
ଆମ ସପନ ନୀଡ଼ ।।
କିନ୍ତୁ ହାୟ ।
ସବୁଥିଲା ମିଛ ବାଲି ଖେଳ
ସତେକି ଆଉ ଫୁଟିବ 
ପଥରର ଫୁଲ 
ଯେଉଁ ଫୁଲ ତୁମପାଇଁ ଭଲ
ମୋ ପାଇଁ ସେଇଟା 
ନୁହେଁ କାହା ସାଙ୍ଗେ ତୁଲ ।।

ଚିତ୍ତରଞ୍ଜନ ହେହୁରୀ

ଅନୁଗୋଳ 

Related posts

ଡେଭିଡ ଫୀଳିପ ଙ୍କ କବିତା – ମନ ର ଆଳାପ

Sunil Chandra Nayak

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

Sunil Chandra Nayak

ଠିକାଦାର ସଂଘ ର ମାଓ ସଙ୍ଗଠନକୁ ସହଯୋଗ ପ୍ରାର୍ଥନା

Sunil Chandra Nayak

Leave a Comment

error: Content is protected !!