ଆସନ୍ତୁ ଜାଣିବା, ପୁରାଣ କାହାକୁ କୁହାଯାଏ
ହିନ୍ଦୁ ଧର୍ମ ଗ୍ରନ୍ଥରେ ବିଶ୍ବର ଉତ୍ପତ୍ତି ଠାରୁ ଆରମ୍ଭ କରି ଜନ୍ମ ମୃତ୍ୟୁର ସଂପୂର୍ଣ୍ଣ ରହସ୍ୟ ବର୍ଣ୍ଣିତ ହୋଇଛି । ପୁରାଣ ହେଉଛି ହିନ୍ଦୁ ଧର୍ମ ସମ୍ବନ୍ଧୀୟ ପ୍ରସିଦ୍ଧ ଗ୍ରନ୍ଥ । ପୁରାଣରେ ପ୍ରାଚୀନ ମୁନି ଋଷି ଏବଂ ରାଜାଙ୍କ ବିଷୟରେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରାଯାଇଛି । ସାଧାରଣ ଶବ୍ଦରେ କହିଲେ ବୈଦିକ କାଳ ପରେ ବର୍ଣ୍ଣିତ ଗ୍ରନ୍ଥ ଗୁଡିକୁ ପୁରାଣ କୁହାଯାଏ । ଭାରତୀୟ ଜୀବନ ଧାରାରେ ଯେଉଁ ଗ୍ରନ୍ଥର ସ୍ଥାନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତାହାକୁ ଧର୍ମଦେବ ଓ ପୁରାଣ କୁହାଯାଏ । ମହର୍ଷି ବେଦବ୍ୟାସଙ୍କ ଦ୍ବାରା ୧୮ ପୁରାଣରେ ଅଲଗା ଅଲଗା ଦେବାଦେବୀଙ୍କ ପାପ-ପୁଣ୍ଯ, ଧର୍ମ-ଅଧର୍ମ, କର୍ମ ଓ ଅକର୍ମ ସମ୍ବନ୍ଧରେ ଲିପିବଦ୍ଧ ହୋଇଛି ।
ପୁରାଣ ଶବ୍ଦର ଅର୍ଥ ହେଉଛି ପ୍ରାଚୀନ କଥା । ପୁରାଣ ବିଶ୍ବ ସାହିତ୍ୟର ପ୍ରାଚୀନତମ ଗ୍ରନ୍ଥ ଅଟେ । ଅନେକ ରହସ୍ୟ ଏବଂ ଜ୍ଞାନକୁ ନେଇ ଲିପିବଦ୍ଧ ହୋଇଛି । ବେଦର ଭାଷା ଓ ଶୈଳୀ ଅତ୍ୟନ୍ତ କଠିନ ଅଟେ । କିନ୍ତୁ ପୁରାଣରେ ଏହାର ଜ୍ଞାନ ସହଜ ତଥା ରୋଚକ ଭାବେ ବର୍ଣ୍ଣିତ ହୋଇଛି । ବେଦର ଜଟିଳ ତଥ୍ୟକୁ କଥାବସ୍ତୁ ମାଧ୍ୟମରେ ସାଧାରଣ ବୋଧଗମ୍ୟ କରାଯାଇଛି । ପୁରାଣରେ ଦୁନିଆର ସବୁଠାରୁ ପ୍ରାଚୀନ, ପବିତ୍ର ହିନ୍ଦୁ ଧର୍ମ ତଥା ଦେବୀ, ଦେବତାଙ୍କ ବର୍ଣ୍ଣନା ହୋଇଛି । କୁହାଯାଏ ଯେ, ସୃଷ୍ଟିର ରଚୟିତା ବ୍ରହ୍ମା ସର୍ବପ୍ରଥମେ ଯେଉଁ ପ୍ରାଚୀନ ଧର୍ମଗ୍ରନ୍ଥ ରଚନା କରିଥିଲେ ତାହାକୁ ପୁରାଣ ଭାବେ ସ୍ବୀକାର କରାଯାଏ । ପୁରାଣର ମୁଖ୍ୟ ବ୍ରହ୍ମା , ବିଷ୍ଣୁ ତଥା ମହେଶ । ହିନ୍ଦୁ ଧର୍ମରେ ବ୍ରହ୍ମା, ବିଷ୍ଣୁ ଓ ମହେଶଙ୍କୁ ତ୍ରିଦେବ କୁହାଯାଏ ।।
ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର