ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଅନୁଷ୍ଠିତ 

  ବ୍ୟୁରୋ -: ଗତ ୨୩.୦୮.୨୦୨୨ ରିଖ ଅପରାହ୍ନ ୫ ଟାରେ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଗୃହରେ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏକ ଡାକମେଳାର ଆୟୋଜନ କରାଯାଇଥିଲା। ପ୍ରଥମେ ସମସ୍ତ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରିସାରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆରଡେଇ ପୋଷ୍ଟମାଷ୍ଟର ଆଲିସା ବାରିକ ଏହି ମେଳାରେ ସ୍ଵାଗତ ଅଭିଭାଷଣ ଏବଂ କୁଜଙ୍ଗ ଉପମଣ୍ଡଳର ଓଭରସିଅର ଅମରେନ୍ଦ୍ର ପଲେଇ ଅତିଥି ପରିଚୟ ଦେଇଥିଲେ। ମୁଖ୍ୟ ଅତିଥି ଭାବରେ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ଦଳାଇ,ମୁଖ୍ୟ ବକ୍ତା ଭାବେ କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର, ସମ୍ମାନନୀୟ ଅତିଥି ଭାବରେ ଏରସମା ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଲଷ୍ମୀପ୍ରିୟା ମହାପାତ୍ର ମହୋଦୟା ଯୋଗଦେବା ସହିତ ମେଳାରେ ଉପସ୍ଥିତ ଥିବା ବାଲିତୁଠ ପଞ୍ଚାୟତର ୨୦୦ ରୁ ଅଧିକ ୱାର୍ଡମେମ୍ବର,ଅଙ୍ଗନବାଡି କର୍ମଚାରୀ, ଆଶା ଦିଦି,ସ୍ୱୟଂସହାୟକ ଗୋଷ୍ଠୀର କର୍ମଚାରୀମାନଙ୍କ ସହିତ କୃଷ୍ଣଚନ୍ଦ୍ରପୁର ଗ୍ରାମର ସମସ୍ତ ଗ୍ରାମବାସୀମାନଙ୍କୁ ଡାକଘରେ ଉପଲବ୍ଧ ହେଉଥିବା ବିଭିନ୍ନ ଯୋଜନା ଯେପରକି ସଞ୍ଚୟ ଜମା,ସୁକନ୍ୟା,ଆର୍ଡି, ଫିକ୍ସ, ସିନିଅର ସିଟୀଜେନ,ନ୍ୟାସନାଲ ଶେଭିଂ ସାର୍ଟିଫିକେଟ, RPLI, PLI,IPPB,ଆଧାର କାର୍ଡ,ପାନ କାର୍ଡ, ଟ୍ରେନ ଟିକଟ ଆଦି ଯୋଜନା ସହିତ ବର୍ତ୍ତମାନ ହେଉଥିବା ବାଲ ଆଧାରରେ ସମସ୍ତେ କିପରି ପିଲାମାନଙ୍କର କରିପାରିବାର ସୁଫଳ ବିଷୟରେ ଅବଗତ କରାଇଥିଲେ । ପୋଷ୍ଟଅଫିସରେ ଉପଲବ୍ଧ ସମସ୍ତ ଯୋଜନା କିପରି ପ୍ରତେକ ଗାଁର କୋଣ ଅନୁକୋଣ ତଥା ଘରେ ଘରେ ପ୍ରତେକ ବ୍ୟକ୍ତିମାନଙ୍କ ପାଖରେ ଅତି ସହଜରେ ପହଞ୍ଚି ପାରିବା ସହିତ ଏହାର ସୁବିଧା ଯେପରି ଅତି ସହଜରେ ମିଳିପାରିବ ଏହାହିଁ ଏହି ଡାକମେଳାର ମୂଳ ଉଦେଶ୍ୟ ବୋଲି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ କର କହିଥିଲେ । ସମ୍ମାନନୀୟ ଅତିଥି ଶ୍ରୀମତୀ ମହାପାତ୍ର ମହୋଦୟା ନିଜ ଅଭିଭାଷଣ ମାଧ୍ୟମରେ ସଞ୍ଚୟ ଖାତା ଖୋଲି ନିଶ୍ଚିତ ରହିବା ସହ ଭାରତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରି ନିଜ ଅଭିଜ୍ଞତାକୁ ସମସ୍ତଙ୍କ ସମ୍ମୁଖରେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ । ଏହି ମେଳାରେ ତିରଣ ଉପ-ଡାକଘର, ନିମୋଳ ଏବଂ ଭିରଙ୍ଗ ଶାଖାଡାକ ଘର ଅଧୀନରେ ଥିବା ସମସ୍ତ କର୍ମଚାରୀବୃନ୍ଦଙ୍କ ସହିତ କୃଷ୍ଣଚନ୍ଦ୍ରପୁରର ବି.ଆର.ଏସ ଏବଂ ନୋଡାଲ ଅଫିସର ମଧ୍ୟ୍ୟ ଉପସ୍ଥିତ ଥିଲେ । କୁଜଙ୍ଗ ଉପମଣ୍ଡଳର ଓଭରସିଅର ଶ୍ରୀଯୁକ୍ତ ଅମରେନ୍ଦ୍ର ପଲେଇ ଓ ସନ୍ତୋଷ ସାହୁ ଏହି ମେଳାକୁ ଆୟୋଜନ କରିଥିଲେ । ଶେଷରେ ଓଭରସିଅର ସନ୍ତୋଷ ସାହୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

ଅମୃତ ନନ୍ଦ ଙ୍କ ରିପୋର୍ଟ 

Related posts

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ପ୍ରଗତିଶୀଳ ରାଜ୍ୟର ଦୁର୍ଗମ ଅଞ୍ଚଳର କରୁଣ କାହାଣୀ ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ

Sunil Chandra Nayak

ଡାବୁଗାଁ ରେ ନୂତନ ତହସିଲଦାର ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!