ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଲୁବସାରେ ଅତ୍ୟାଧୁନିକ  ଜେ କେ ଟାୟାର ସୋରୁମ ଉଦଘାଟିତ

ମୟୂରଭଂଜ–୧୮/୫/୨୨(ମସିହା)  ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ସହର‌ ହେଉଛି ରାଇରଙ୍ଗପୁର । ଏହି ସହରକୁ ଲାଗି ୩ଟି ଲୌହଖଣି ସୁଲାଇପାଟ,ବାଦାମପାହାଡ ଏବଂ ଗୋରୁମହିଷାଣୀ ଅବସ୍ଥିତ ।ଏହି ସହର ଦେଇ ଜାତୀୟ ରାଜପଥ ୨୨୦ ନମ୍ବର ଯାଇଥିବାବେଳେ ୩୦ କିମି ଦୂରରେ ୪୯ ନମ୍ବର ଜାତୀୟ ରାଜପଥ ସଂଯୋଗ ରହିଛି ।ଏହି ସହରକୁ୮୫ କିମି ଲାଗି ରହିଛି ଟାଟା ନଗର ଏବଂ‌୧୧୦ କିମି ଦୂର‌ ରହିଛି ଲୌହଭରପୁର କେନ୍ଦୁଝର ଜିଲ୍ଲା ।ଏହି ଅଂଚଳ ଖଣିଜ ପଦାର୍ଥ , ଲଘୁ ଖଣିଜ ଓ କୃଷି ପ୍ରବଣ ଅଞ୍ଚଳ । ଯାନବାହାନ ସଂଖ୍ୟା କୃଷି ଏବଂ ପରିବହନ କ୍ଷେତ୍ରରେ ଦିନକୁ ଦିନ ବୃଦ୍ଧି ପାଉଛି । ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ମୋଟର ପାର୍ଟସ ବ୍ୟବସାୟୀ ରାଞ୍ଚି କାର ସେଣ୍ଟର ପ୍ରୋପାଇଟର ମୋତିଉର ରହେମାନଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ଠାରୁ ୭କିମି ଦୂର ୨୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଭାଲୁବସାରେ ଏକ ଅତ୍ୟାଧୁନିକ ଜେ କେ ଟାୟାର ଓ ଗେରେଜ ସୋରୁମ ପ୍ରତିଷ୍ଠା କରିଛନ୍ତି । ଏହାକୁ ମୁଖ୍ୟ ଅତିଥି ରିଜିଓନାଲ ମେନେଜର, ଓଡ଼ିଶା ମୁଖ୍ୟ ଶ୍ରୀଯୁକ୍ତ ମୟଙ୍କ ପାଣ୍ଡେ,ଜୋନାଲ ମେନେଜର ସୁବନ୍ଧୁ ଚକ୍ରବର୍ତ୍ତୀ,ବିଭୁପ୍ରସାଦ ପାଲଟସିଂ,ଦିପ୍ତୀରଂଜନ ବିଶ୍ବାଳ, ଯୁବ ବ୍ୟବସାୟୀ ଆଲିକୁଲ ରହେମାନ ପ୍ରମୁଖ ଉପସ୍ଥିତ ରହି ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ଟ୍ରକ,କାର,ବାଇକ୍, ଅଟୋଟ୍ରାକ୍ଟର,ମୋଟର ପାର୍ଟସ ଦୋକାନୀମାନେ ଉପସ୍ଥିତ ରହିଥିଲେ ।ଏହି ସୋ ରୁମରେ ସବୁ ପରିବହନର ଟାୟାର ,ମୋଟର ପାର୍ଟସ ଉପଲବ୍ଧ ହେବାସହ ଗାଡି ମରାମତି ପାଇଁ ଗେରେଜର ବ୍ୟବସ୍ଥା ଅଛି ବୋଲି ରାଞ୍ଚି କାର ସେଣ୍ଟର ମାଲିକ ସୂଚନା ଦେଇଥିଲେ ।

ମୟୂରଭଂଜରରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରର ବିଭିନ୍ନ ସମସ୍ୟା ନେଇ ସୂଚନା ଓ  ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସହ ଆଲେଚନା 

Sunil Chandra Nayak

ବଜ୍ରପାତରେ ଵୃଦ୍ଧା ଗୁରୁତର

Sunil Chandra Nayak

ଦୟନୀୟ ଅବସ୍ଥାରେ ଦୁଇ ବିକଳାଙ୍ଗ ଭାଇ

Sunil Chandra Nayak

Leave a Comment

error: Content is protected !!