ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ୨ଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିଷ୍ପତ୍ତିକୁ ହାଇକୋର୍ଟ ବାର୍ ଆସୋସିଏସନ୍ ର ବିରୋଧ

 ରାଜ୍ୟରେ ୨ ଟି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କୁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ବିରୋଧ କରିଛି। ଏ ନେଇ ଗତକାଲି ବାର୍ ଆସୋସିଏସନ୍ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା, ଯେଉଁଥିରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କୁ ବିରୋଧ କରାଯିବ ବୋଲି ନିଷ୍ପ ନିଆଯାଇଥିଲା। ବାର୍ ଆସୋସିଏସନ୍ ପକ୍ଷରୁ ହାଇକୋର୍ଟ ର ମୂଖ୍ୟ ବିଚାରପତିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଏଥିରେ ମୁଖ୍ୟ ବିଚାରପତି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କୁ ସମ୍ମତ୍ତି ନ ଦେବାପାଇଁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବହୁ ଦିନରୁ ଦାବି ହୋଇଆସୁଛି। ଏପରିକି ପଶ୍ଚିମ ଓଡ଼ିଶାରେ ବହୁଦିନ ଧରି ଆଇନଜୀବୀଙ୍କ ପାଖରୁ ପ୍ରତିବାଦ ଏବଂ ଅନଶନ ମଧ୍ୟ ଚାଲିଥିଲା । ଗତ ସେପ୍ଟେମ୍ବର,୨୦୧୮ମସିହାରେ ଏହି ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିଥିଲେ।ଏହା ପୂର୍ବରୁ ରାଜ୍ୟରେ ସ୍ଥାୟୀ ବେଞ୍ଚ ର ଆବଶ୍ୟକତା ଅଛି ନା ନାହିଁ ସେଥିପାଇଁ ରାଜ୍ୟ ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ଵାରା ଏକ କମିଶନ ମଧ୍ୟ ବସାଇଥିଲେ। ଜଷ୍ଟିସ ପାଲ କମିଶନ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିସାରିଛନ୍ତି।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ….

Related posts

ଚୋରା ଚାଲାଣ ବେଳେ ପୁଣି ଜବତ ହେଲା  ବିପୁଳ ପରିମାଣର ଗଞ୍ଜେଇ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବିଜାତଳାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!