ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ରକ୍ଷକ-୨ ସଚେତନତା କାର୍ଯ୍ୟକ୍ରମ

ମୟୂରଭଂଜ–୧୯/୫/୨୨-(ମସିହା) ଦିନକୁ ଦିନ ଭାରତ ଦୃତ ବିକାଶ ପଥରେ ଆଗେଇ ଚାଲିଛି । ଖଣି,ଶିଳ୍ପ ଓ କୃଷି କ୍ଷେତ୍ରରେ ଦୃତ ପ୍ରଗତି ବୃଦ୍ଧି ପାଉଛି । ପରିବହନ କ୍ଷେତ୍ରରେ ମଧ୍ୟ ପ୍ରଗତି ବୃଦ୍ଧି ପାଉଛି । ଏହାକୁ ନେଇ ସରକାର ରାସ୍ତାଘାଟ ,ସଡ଼କ ପଥରେ ମଧ୍ୟ ବିକାଶ ଘଟାଉଛନ୍ତି। ଯେତେ ପ୍ରଗତି ହେଲେ ମଧ୍ଯ ସେହି ମାତ୍ରାରେ ରାସ୍ତା ଦୁର୍ଘଟଣା, କଳକାରଖାନାରେ ଦୁର୍ଘଟଣା ବୃଦ୍ଧି ପାଉଛି । ଅକାଳରେ ଅମୁଲ୍ୟ ଜୀବନ ନଷ୍ଟ ହେଉଛି ।ଦୁର୍ଘଟଣାକୁ ନେଇ ସରକାର ଚିନ୍ତିତ । ସମସ୍ତଙ୍କ ଜୀବନ ଅମୂଲ୍ୟ । ଗୋଟିଏ ଜୀବନ ତା’ପାଇଁ,ତା’ପରିବାର ପାଇଁ ଏବଂ ସମାଜ ପାଇଁ ଅମୂଲ୍ୟ ଅଟେ । ଦୁର୍ଘଟଣାଗ୍ରସ୍ତଙ୍କୁ ସୁରକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସମସ୍ତେ ତତ୍ପର ହେବା ଉଚିତ । ଏହାକୁ ନେଇ ସରକାର ଓଡ଼ିଶାର ୩୦ ଟି ଜିଲ୍ଲାରେ ରକ୍ଷକ ତାଲିମ କେନ୍ଦ୍ର ଖୋଲିଛନ୍ତି ।ଆଜି ରାଇରଙ୍ଗପୁର ଆଂଚଳିକ ପରିବହନ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ରକ୍ଷକ ୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଆରଟିଓ କେ ଭେଙ୍କଟେସ, ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ‌,ଏମସିଆଇ ଆଶୁତୋଷ ନାଏକ, ଜିଲ୍ଲା ଯୁନିଅର‌ର ରେଡ଼କ୍ରସ ଅଧିକାରୀ ସ୍ମୃତି ରଂଜନ ପାଣି ,ମାଷ୍ଟର ଟ୍ରେନର ରାଇରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟାପକ ହଳଧର ବାରିକ, ମାଷ୍ଟର ଟ୍ରେନର ପଞପିଢ ମହିଳା ବିଦ୍ୟାଳୟ ଅଧ୍ୟାପକ ମାନସ ରଂଜନ ବେହେରା,ମାଷ୍ଟର ଟ୍ରେନର ଶିକ୍ଷୟତ୍ରୀ ମିତା ହାଁସଦା ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କହିଥିଲେ ଭାରତରେ ପ୍ରତ୍ୟେକ ବର୍ଷ ୬୦୦୦ ରୁ ଉର୍ଦ୍ଧ୍ବ ଲୋକେ ରାସ୍ତା ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଥିବାବେଳେ ପ୍ରତି ୨ ମିନିଟରେ ଜଣେ ଲେଖାଏଁ ମୃୃତ କରୁଛନ୍ତି । ତେଣୁ ମୃତ୍ୟୁ ହାରକୁ ଶତକଡା ୨୫ ଭାଗ କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟତଃ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତଦକ୍ଷଣାତ୍ ଆଶୁ ଚିକିତ୍ସା(ସୁବର୍ଣ୍ଣ ମୂହୁର୍ତ୍ତ) ଯୋଗାଇଲେ ରୋଗୀଟି ଆପାତତଃ ବଂଚିବା ସମ୍ଭାବନା ହୋଇପାରିବ ! ଏଥିପାଇଁ ପ୍ରାଥମିକ ସେବାକାରୀ ବ୍ୟକ୍ତି ତାଲିମ ପ୍ରାପ୍ତ ହେବା ଉଚିତ । ଏହାକୁ ନେଇ ରାଜ୍ୟରେ ୩୦୦ ମାଷ୍ଟର ଟ୍ରେନର ନିଯୁକ୍ତି ହୋଇଛନ୍ତି । ସେମାନେ ୩୦,୦୦୦ ପ୍ରାଥମିକ ସେବାକାରୀଙ୍କୁ ତାଲିମ ପ୍ରଦାନ କରିବେ ।ଆରଟିଓମାନେ ଦୁର୍ଘଟଣା ପ୍ରବଣ ଅଂଚଳ ଚିହ୍ନଟ କରି ସ୍ଥାନୀୟ ଯୁବକ/ଯୁବତୀଙ୍କୁ ମାଷ୍ଟର ଟ୍ରେନର ଙ୍କ ଦ୍ବାରା ରକ୍ଷକ ତାଲିମ ପ୍ରଦାନ କରିବେ । ଯେଉଁମାନେ ଖବର ପାଇ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ଆଶୁ ଚିକିତ୍ସା କରାଇ ନିକଟସ୍ଥ ଡ଼ାକ୍ତରଖାନାରେ ପହଞ୍ଚାଇବା ବ୍ୟବସ୍ଥା କରିବେ ।ସେହି ପ୍ରାଥମିକ ସେବାକାରୀଙ୍କୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ମାନେ ବିଭିନ୍ନ ପ୍ରକାରର ତାଲିମ କୌଶଳ‌ ଶିକ୍ଷା ପ୍ରଦର୍ଶନ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ବୁଦ୍ଧିଜୀବୀ, ଯୁବ ବର୍ଗ, ସ୍ବେଛାସେବୀ, ବିଭିନ୍ନ ଗାଡି‌ମାଲିକ,ଡ୍ରାଇଭର,ଖଲାସୀ ସମ୍ୟକ ରକ୍ଷକ ତାଲିମ ସଚେତନତା ଉପରେ ଅବଗତ ହୋଇଥିଲେ । ସମସ୍ତେ ତାଲିମ ନେବା ସହ ପଡ଼ୋଶୀ ମାନଙ୍କୁ ମଧ୍ୟ ସଚେତନ କରାଇବା ପାଇଁ ଏଆରଟିଓ କେ ଭେଙ୍କଟେଶ୍ ବକ୍ତବ୍ୟ ରଖିଥିଲେ ।ସେହିଭଳି ଆଇଆଇସି ଅଭୟ ସୁଦର୍ଶନ ବାଗେ‌ କହିଥିଲେ ମଦ ପିଇ ଗାଡି ନ ଚଲାଇବା,ମୋବାଇଲ କାନରେ ରଖି ଗାଡି ନ ଚଲାଇବା,କମ ବୟସର ଯୁବକ/ଯୁବତୀ ଗାଡି ଚଲାଇବା,ଟ୍ରାଫିକ ନିୟମ ମାନିବା,ଦୃତ ଗତିରେ ଅନ୍ୟ ଗାଡ଼ିକୁ ଅତିକ୍ରମ ନ କରିବା,ହେଲମେଟ ନ ପିନ୍ଧିବା,କାରରେ ବେଲଟ ନ ଲଗାଇ ବସିବା, ସରକାର ଙ୍କ ନିୟମକୁ ପାଳନ କରିବା ଇତ୍ୟାଦି ଉପରେ ଗୁରୁତ୍ବ ‌ଦେଇଥିଲେ । କାର୍ଯ୍ୟକ୍ରମରେ ଲିପୁ,ଟୁଲୁ ,ନନା ଏବଂ ଅନ୍ୟାନ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଂଜରୁ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

Sunil Chandra Nayak

କବିତା – ଉତ୍କଳ ସନ୍ତାନ

Sunil Chandra Nayak

ନାରାଣପୁର ଉଚ୍ଚବିଦ୍ୟାଳୟରେ ଶିଶୁ ମହୋତ୍ସବ’ ସୁରଭି କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!