ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାଇବା ତେଲ ପରେ ଏବେ ମିଳିବ ଶସ୍ତା ଚିନି

ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି….

 ବର୍ଦ୍ଧିତ ଦରରୁ ଲୋକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଲଗାତାର ପ୍ରୟାସ କରୁଛନ୍ତି । ପେଟ୍ରୋଲ-ଡିଜେଲ, ଖାଇବା ତେଲ ଓ ଗହମ ପରେ ଏବେ କେନ୍ଦ୍ର ସରକାର ଚିନିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ସରକାର ଜୁନ୍ ୧ରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ଯୋଗୁଁ ଘରୋଇ ବଜାରରେ ଚିନିର ଉପଲବ୍ଧିତା ବଢ଼ିବ ଓ ମୂଲ୍ୟ ବୃଦ୍ଧି ଉପରେ ରୋକ୍ ଲାଗିବ ।

ଚିନି ରପ୍ତାନି ଉପରେ ନିଷେଧାଦେଶ ସମ୍ପର୍କରେ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ସରକାରଙ୍କ ଦ୍ୱାରା ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଆମଦାନୀ ଉପରେ କଷ୍ଟମ୍ ଡ୍ୟୁଟି ହଟାଯାଇଥିଲା । ଏହାର ପ୍ରଭାବ ସିଧାସଳଖ ଖାଇବା ତେଲର ମୂଲ୍ୟ ଉପରେ ପଡିବ । ଡିଜିଏଫଟି ଏକ ବିଜ୍ଞପ୍ତିରେ କହିଛି ଯେ, ଚିନି ରପ୍ତାନିକୁ ଜୁନ୍ ୧, ୨୦୨୨ ଠାରୁ ପ୍ରତିବନ୍ଧିତ ବର୍ଗରେ ରଖାଯାଇଛି ।

ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ସିଏକ୍ସଏଲ ଓ ଟିଆରକ୍ଲୁ ଅଧୀନରେ ୟୁରୋପୀୟ ୟୁନିଅନ୍ ଏବଂ ଆମେରିକାରେ ରପ୍ତାନି ହେଉଥିବା ଚିନି ଉପରେ ଏହି ପ୍ରତିବନ୍ଧକ ଲାଗୁ ହେବ ନାହିଁ । ସିଏକ୍ସଏଲ ଓ ଟିଆରକ୍ଲୁ ଅଧୀନରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଚିନି ଏହି ଅଞ୍ଚଳଗୁଡିକୁ ରପ୍ତାନି କରାଯାଏ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବବି ଜୈନ୍ ଙ୍କ କବିତା ମୁଁ କବି

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବଡ଼୍‌ ଖିଜ୍‌ନି

Sunil Chandra Nayak

ମୃତ ଡ୍ରାଇଭର ସାଥିଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ କୋକସରା ଡ୍ରାଇଭର ମହାସଂଘର କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!