ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ରାଷ୍ଟ୍ରପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସଂଘ

ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲା ସଦର ମହକୁମା ସେନାପତି ସାହି ରେ ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ଜିଲ୍ଲା ସଭାପତି ଙ୍କ ଦ୍ଵାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ଆଦିବାସୀ ମହିଳା ତଥା ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପତି ମୁର୍ମୁ ରାଷ୍ଟ୍ରପତି ହେବା ପରେ ଦେଶର ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଥିବା ବେଳେ, ନବରଙ୍ଗପୁର ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସୋଲିଡ଼ା ରିଟ ଫୋରୁମ ତରଫରୁ ମଧ୍ୟ ଆଜି ୧୫ତମ ନୂତନ ରାଷ୍ଟ୍ରପତି ଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛି ଜିଲ୍ଲା ସଂଘ୍ ।ପ୍ରଥମେ ନୂତନ ରାଷ୍ଟ୍ରପତିଙ୍କ ପାଇଁ ସଂଘ୍ ପ୍ରାର୍ଥନା କରି ଶୁଭାରମ୍ଭ କରିଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସୋଲିଡା ରୀଟ ଫୋରୁମର ଉପ ସଭାପତି ରେଭ୍ ଉଲ୍ଲାସ କର ଯୋଗ ଦେଇ, ଓଡ଼ିଶା ରାଜ୍ୟ ରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଓଡ଼ିଶା ଇତିହାସ ରେ ସବୁଦିନ ପାଇଁ ରାଜ୍ୟ ପାଇଁ ଏକ ଇତିହାସ ହୋଇ ରହିବ।ଆମ ରାଜ୍ୟ ଆଜି ରାଷ୍ଟ୍ରପତି ପାଇଁ ପାରିଛି ଏହା ସମସ୍ତ ଙ୍କ ଭାଗ୍ୟରେ ମିଳି ନ ଥାଏ ବୋଲି କହିଛନ୍ତି। ଏହି ବୈଠକ ରେ ସଂଘର ଜିଲ୍ଲା ସଭାପତି ରେଭ୍ ଆନନ୍ଦ କର, ସାଧାରଣ ସମ୍ପାଦକ ଯୁଲେସ କର, କୋଷାଧ୍ୟକ୍ଷ ପାଳକ ଅରୁଣ ସୁନା ସମେତ ସଂଘ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ।

Related posts

ଜଙ୍ଗଲୀ ବାରିଆ ଛୁଆ ଧରି ବନ ବିଭାଗ କୁ ହସ୍ତାନ୍ତର କଲେ ଗ୍ରାମ ବାସୀ

Sunil Chandra Nayak

ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ

Sunil Chandra Nayak

ଏ ଆଇ ସି ସି ସଭ୍ୟ ତରୁଣ ମାଝୀ ହେଲେ ବିହାର ମୁଙ୍ଗେର  ଡି ସି ସି ର ରିଟରନୀଙ୍ଗ ଅଫିସର

Sunil Chandra Nayak

Leave a Comment

error: Content is protected !!