ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

ଶୁଦ୍ରମୁନି ଶାରଳା

ସାହିତ୍ୟ ସମାଜର ହିତ ସାଧନ କରି ଜନସାଧାରଣଙ୍କୁ ସମ୍ବେଦନଶୀଳ ତଥା ସଚେତନ କରିବାରେ ପ୍ରମୁଖ ସହାୟକ । ଓଡ଼ିଆ ସାହିତ୍ୟ ଓଡ଼ିଶାବାସୀଙ୍କ ଉନ୍ନତିରେ କର୍ମରତ । ଏହା ଆମ ରାଜ୍ୟର ବିକାଶ ଓ ସଂସ୍କୃତିର ପରିଚୟ ଦେଇଥାଏ । 

ସୁଦୂର ଅତୀତରେ ଲିପିର ଅଭାବ ହେତୁ ମୁଖସ୍ଥ କରିବା ଥିଲା ସାହିତ୍ୟକୁ ବଞ୍ଚାଇ ରଖିବାର ଏକ ମାତ୍ର ଉପାୟ । ତେଣୁ ମନେ ରଖିବାର ସୁବିଧା ନିମନ୍ତେ ସବୁ କଥାକୁ ପଦ୍ୟର ରୂପ ଦେବା ଦରକାର ଥିଲା । ଗଣିତ ବିଦ୍ୟା, ଆକାଶ ବିଦ୍ୟା, ଏପରିକି ମାଛ ମାରିବା, ପାଗ ଜାଣିବା ଆଦିକୁ ନେଇ ପଦ୍ୟ ସବୁ ରଚନା କରାଯାଇଥିଲା । ଓଡ଼ିଆରେ ଅନେକ ପୁରାତନ ରଚନା ଯେମିତିକି ଲୀଳାବତୀ ସୂତ୍ର, ଡାକଋଷି ବଚନ, ଖନା ବଚନ ଓ ଗଣିତର ବିଭିନ୍ନ ସୂତ୍ର ଲୋକଗୀତରେ ଅଛି । ଓଡ଼ିଆ ସାହିତ୍ୟର ଇତିହାସ ଚର୍ଯା ଗୀତିରୁ ଆରମ୍ଭ ବୋଲି ପ୍ରମାଣ ମିଳିଅଛି । ଏହା ବୁଦ୍ଧଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା । ସେହି କାଳରୁ ବୁଦ୍ଧଙ୍କର ଜନ୍ମଜାତକ , ବାଣୀ ତ୍ରିପିଟକ ଭାବରେ ଓ ବୌଦ୍ଧ ସାଧୁ ସନ୍ଥମାନଙ୍କ ଲେଖା ଚର୍ଯ୍ୟଗୀତିକା ଓଡ଼ିଆ ସାହିତ୍ୟର ଆରମ୍ଭ । ଏହା ପରବର୍ତ୍ତୀ କାଳରେ ଭକ୍ତିଯୁଗ ସମୟରେ ଏହା ଖୁବ ଉନ୍ନତ ହୋଇଥିଲା । ପରେ ରୀତିଯୁଗ ଓ ଆଧୁନିକ ଓଡ଼ିଆ ସାହିତ୍ୟର ଆରମ୍ଭ ହୋଇଥିଲା । 

ଶୁଦ୍ରମୁନି ସାରଳା ଦାସ

ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ ଓଡ଼ିଆ ଭାଷାରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ରଚନା କରିଥିଲେ । ସେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର “ତେନ୍ତୁଳିପଦା”ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାମ ଥିଲା “ସିଦ୍ଧେଶ୍ୱର ପରିଡ଼ା”, ପରେ ଝଙ୍କଡ ବାସିନୀ ଦେବୀ ମା ଶାରଳାଙ୍କଠାରୁ ବର ପାଇ କବି ହୋଇଥିବାରୁ ସେ ନିଜେ ଆପଣାକୁ ମାଆଙ୍କ ଦାସ ଅର୍ଥାତ ‘ସାରଳା ଦାସ’ ନାମରେ ନାମିତ କରିଥିଲେ।

ପଞ୍ଚଦଶ ଶତାବ୍ଦୀର କଥା, ବର୍ତମାନର ଜଗତ୍ସିଂହପୁର ଜିଲ୍ଲାର କନକପୁରଠାରୁ ଅଳ୍ପ ଦୁରରେ ଥିବା ବଡ ସାରୋଳଗାଁର “କଳିନାଗ” ଠାରେ ଏକ ଶୁଦ୍ର ପରିବାରରେ ଜନ୍ମଲାଭ କରିଥିଲେ ସିଦ୍ଧେଶ୍ଵର । କେଉଁ ତିଥିରେ କବି ଜନ୍ମଲାଭ କରିଥିଲେ, ତାହା ତାଙ୍କ ରଚନାରୁ କିଛି ମିଳେ ନାହିଁ. ହୁଏତ ମହାଭାରତୀୟ ପରମ୍ପରାରେ ଅନୁପ୍ରାଣିତ ହୋଇ ସେ ମହାକବି କାଳିଦାସ, ଭବଭୁତି,ସେକ୍ସ୍ପିୟର ଏବଂ ଅଶ୍ଵଘୋଷଙ୍କ  ପରି ନିଜ ବଂଶ ପରିଚୟ ଦେବାକୁ ଇଛା ପ୍ରକାଶ କରିନାହାନ୍ତି କୌଣସି ଲେଖାରେ । ତେବେ ସେ ତାଙ୍କ ଗ୍ରନ୍ଥମାନଙ୍କରେ ଝଙ୍କଡ ପ୍ରଗଣାର କନକବତୀ ପାଟଣା ଅନ୍ତର୍ଗତ ସାରୋଳ ଗ୍ରାମରେ ଜନ୍ମ ହୋଇଥିବାର ଲେଖିଛନ୍ତି। ଏବେ ମଧ୍ୟ ସେଠାରେ “ଶାରଳା ଦାସଙ୍କ ଡିହ” ଅଛି ।  ଲୋକ କଥାରୁ କବିଙ୍କ ସମ୍ଭନ୍ଧରେ ଅନେକ କଥା ଜଣା ଯାଏ।କବିଙ୍କ ଘର ଚନ୍ଦ୍ରଭାଗାନଦୀ ତଟରେ ଓ ଅଳ୍ପ ଦୂରରେ “ବୃଦ୍ଧା ନଦୀ” ବହି ଯାଉଥିଲା। ସେମାନେ ଚାରି ଭାଇ ଥିଲେ ଆଉ ତାଙ୍କ ପରିବାରଟି ସେ ଗ୍ରାମର ମୁଖିଆ ପରିବାର ଥିଲା। ସେମାନଙ୍କର  ଇଷ୍ଟଦେବୀ ଥିଲେ ମହାମାୟୀ ମା ଝଙ୍କଡ଼ବାସିନୀ “ଶାରଳା”, ତେଣୁ ତାଙ୍କ ପରିବାରର ଲୋକେ ମା ଶାରଳାଙ୍କୁ ସେବାପୁଜା କରୁଥିଲେ।ମା’ଙ୍କ ଆଶୀର୍ବାଦରୁ କବିଙ୍କ ପରିବାର ଅନ୍ନବସ୍ତ୍ରରେ ପରିପୂର୍ଣ୍ଣ। ପରିବାରର ଲୋକେ ଅଭାବ ଅନାଟନ କଣ ଜାଣିନଥିଲେ ।

ସେତେବେଳେ କେବଳ ଓଡିଶାରେ ନୁହେଁ ପ୍ରାୟ ଭାରତ ବର୍ଷରେ ସଂସ୍କୃତ ଭାଷା ପ୍ରଧାନ ଥିଲା ବ୍ରାହ୍ମଣମାନେ ସଂସ୍କୃତରେ ଲେଖାପଢା ଓ କଥାବାର୍ତ୍ତା କରୁଥିଲେ। ଅନ୍ୟ ଜାତିର ଲୋକଙ୍କର ଏ ସବୁରେ ଅଧିକାର ନ ଥିଲା ।ଓଡିଆ ଭାଷାରେ ଲୋକମାନେ କଥାବାର୍ତ୍ତା କରୁଥିଲେ। ଆଜିକାଲିକା ପରି ବହିପତ୍ର ନଥିଲା। ଓଡିଆ ଭାଷା ଓ ସାହିତ୍ୟର ଲିଖିତ ରୁପ ନଥିଲା ।କିଏ ଜାଣିଥିଲା ଏଇ ଚାଷୀପୁଅ ଦେବଦୁତ ପରି ଓଡିଆସାହିତ୍ୟର ମୁଳଦୁଆ ପକାଇବେ? ଏତେ ବଡ କୋଠା ଠିଆ କରିବେ ବୋଲି? ସିଦ୍ଧେଶ୍ଵରଙ୍କ ଠାରୁ ଓଡିଆ ଭାଷାର ଅଗ୍ରଗତି ଆରମ୍ଭ ହେଲା।

ସରଳ ଓଡିଆ ଭାଷାରେ ଗାଉଁଲୀ ଚାଷୀମୁହଁରେ ଦାଣ୍ଡୀ ବୃତ୍ତର ଗୀତ ଛୁଟିଲା ।ଓଡିଆ ଘରର ସବୁକଥା ସେଥିରେ ପ୍ରକାଶ ପାଇଲା। ଲୋକେ ନିଜକୁ ସେହି ଆଦର୍ଶରେ ଗଢି, ଭାରତରେ ନିଜ ସଂସ୍କୃତି ପାଇଁ ସୁନାମ ପାଇଲେ ।୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ ଓଡ଼ିଆ ଯିଏ ଓଡ଼ିଆରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇ ପାରି ନାହିଁ ।

ସାରଳା ଦାସ ପ୍ରଥମେ ମୂର୍ଖ ଥିଲେ । ପରେ ସାରଳା ଠାକୁରାଣୀଙ୍କଠାରେ ଅଧିଆ ପଡ଼ି ଠାକୁରାଣୀଙ୍କ ଠାରୁ ବର ପାଇଥିଲେ । ମା ଶାରଳା ଠାକୁରାଣୀଙ୍କ ମନ୍ଦିରରେ ପ୍ରତି ଦିନ ପଢ଼ା ଯାଉଥିବା ସଂସ୍କୃତ ମହାଭାରତ ପୁରାଣ ଶୁଣି ଓଡ଼ିଆରେ ମହାଭାରତ ରଚନା କରିଥିଲେ । କିନ୍ତୁ ମୂଳ ସଂସ୍କୃତ ମହାଭାରତ ସଙ୍ଗେ ଉକ୍ତ ମହାଭାରତ ଅବିକଳ ମେଳ ହୁଏ ନାହିଁ । ଏ ମହାଭାରତରେ କବି ଅନେକ ମୌଳିକ କଥା ଛାଡ଼ି ଯାଇଛନ୍ତି ଓ କେତେକ କାଳ୍ପନିକ ଆଖ୍ୟାନ ମଧ୍ୟ ଯୋଗ କରିଅଛନ୍ତି । ସାରଳା ଦାସ ମୂଳ ମହାଭାରତର ଭାବ ସମାନ ରଖିଥିଲେ ହେଁ ନିଜ ଜାଣତରୁ ଏଥିରେ ଅନେକ ପୌରାଣିକ ଘଟଣା ଓ କାହାଣୀ ମିଶାଇ ଏହାକୁ ଅତି ସମୃଦ୍ଧ ଓ ମୌଳିକ କରି ଲେଖିଥିଲେ ।

ଓଡ଼ିଆ ପଦ୍ୟ ରଚନାରେ ସାରଳାଙ୍କ ଲେଖା ପ୍ରାଚୀନ ବୋଧ ହେଉଥିବାରୁ ଏହାଙ୍କୁ ଆଦିକବି ବୋଲି ଲୋକେ କହନ୍ତି । ପଞ୍ଚଦଶ ଶତାବ୍ଦୀର ଲୋକ ପୁରୀ ଜଗନ୍ନାଥଙ୍କ ଦେଉଳ ବେଢା ମଧ୍ୟସ୍ଥ କଳ୍ପବଟ ମୂଳେ ବସି ତାଙ୍କ ମହାଭାରତ ରଚନା କରିଥିଲେ । ପୁରୀ ମୁକ୍ତିମଣ୍ଡପର ପଣ୍ଡିତମାନେ ସନ୍ତୁଷ୍ଟ ହୋଇ ତାଙ୍କୁ ‘ଶୂଦ୍ରମୁନି’ ଉପାଧି ଦେଇଥିଲେ ।

ସେ ସମୟରେ ଓଡ଼ିଶାରେ କପିଳେନ୍ଦ୍ର ଦେବ ରାଜା ଥିଲେ । ରାଜା ତାଙ୍କ କବିତ୍ୱରେ ସନ୍ତୁଷ୍ଟ ହୋଇ ତାଙ୍କୁ ‘ପରିଡ଼ା’ ଉପାଧି ଦେଇଥିଲେ । ତାଙ୍କ ବଂଶଧରମାନେ ସେହି ‘ପରିଡ଼ା’ ଉପାଧିକୁ ‘ପରିଜା’ ବୋଲି ଏବେ ବ୍ୟବହାର କରୁଅଛନ୍ତି । ତାଙ୍କ ନାମ ଅନୁସାରେ ଝଙ୍କଡ଼ର ଉତ୍ତର-ପଶ୍ଚିମରେ ‘ସାରଳା’ ନାମରେ ଗୋଟିଏ଼ ଗ୍ରାମ ବସିଥିଲା । ସେ ଗ୍ରାମକୁ ବର୍ତ୍ତମାନ ‘ବଡ଼ ସାରୋଳ’ ବୋଲାଯାଏ ।

କବି ନିରକ୍ଷର ଥାଇ ଜୀବନର ପ୍ରଥମ ଅବସ୍ଥାରେ ଚାଷବାସ ଓ ମୂଲିଆ କାମ କରୁଥିଲେ । ମହାଭାରତ ଲେଖି ସାରି ସେ ବୁଢ଼ାନଦୀ କୂଳରେ ଗୋଟିଏ ମଠ ସ୍ଥାପନ କରି ସେହିଠାରେ ଶେଷ ଜୀବନ କଟାଇଲେ । ତାଙ୍କୁ ଲୋକେ ‘ମୁନିଗୋସାଇଁ’ ବୋଲି ଡାକୁଥିଲେ ଓ ଏବେ ମଧ୍ୟ ସେହି ଆଶ୍ରମକୁ ସ୍ଥାନୀୟ ଲୋକେ ମୁନି ଗୋସାଈଁ ମଠ କହନ୍ତି। ମାଘ ଶୁକ୍ଳ ସପ୍ତମୀ ଦିନ ସେ ପରଲୋକ ଗମନ କରିଥିଲେ ।

ସେ ପ୍ରଥମେ ବିଲଙ୍କା ରାମାୟଣ , ଦ୍ବିତୀୟରେ ମହାଭାରତ ଓ ତୃତୀୟରେ ଚଣ୍ଡୀପୁରାଣ ବା ଶିରୀ ଭାଗବତ ରଚନା କରିଛନ୍ତି । କବିଙ୍କ ଭାଷାରେ :-

“ପ୍ରଥମେ ଶ୍ରୀ ରାମାୟଣ ଦ୍ବିତୀୟେ ଭାରତ

ତୃତୀୟେ ଲିଖନ କଲି ଶିରୀ ଭାଗବତ” ।

ଏଠାରେ ରାମାୟଣ ଅର୍ଥ ‘ବିଲଙ୍କା ରାମାୟଣ’ , ଭାରତ ଅର୍ଥ ‘ମହାଭାରତ’ ଏବଂ ଶିରୀ ଭାଗବତ ଅର୍ଥ ‘ଦେବୀ ଭାଗବତ’ ବା ‘ଚଣ୍ଡୀପୁରାଣ’ । କେହି କେହି ଗବେଷକ ଶ୍ରୀ ରାମାୟଣ ଅର୍ଥ ବିଚିତ୍ର ରାମାୟଣ ବୋଲି ମତପୋଷଣ କରନ୍ତି । କିନ୍ତୁ ଏହା ଏପର୍ଯ୍ୟନ୍ତ ଏକ ବିବଦମାନ ବିଷୟ ହୋଇରହିଛି ।

ଶାରଳା ଦାସ ଅବଶ୍ୟ ମା ଶାରଳାଙ୍କର ଅନୁଗ୍ରହ ଲାଭ କରିଥିଲେ, କିନ୍ତୁ ତାଙ୍କର ବହୁ ଶାସ୍ତ୍ର ପୁରାଣରେ ପ୍ରବେଶ ଥିଲା । ଅନେକ ଗ୍ରନ୍ଥ ଅଧ୍ୟୟନ କରିଥିବାରୁ ତାଙ୍କର ଅସୀମ ଜ୍ଞାନ ଥିଲା । ସେ କପିଳେନ୍ଦ୍ରଦେବଙ୍କର ସୈନ୍ୟବାହିନୀରେ ଯୋଗଦେଇ ଅନେକବର୍ଷ ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ, ଏଣୁ ତାଙ୍କର ଭୌଗଳିକ ଜ୍ଞାନ ମଧ୍ୟ ବହୁତ ଥିଲା । ବିଭିନ୍ନ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିବାଦ୍ୱାରା ସେ ଲୋକଚରିତ୍ର କଣ ଅନୁଭବ କରିପାରିଥିଲେ । ଏତେ ସବୁ ସତ୍ତ୍ୱେ ସେ ସେତେବେଳର ସମାଜକୁ ଭୟ କରୁଥିଲେ, ତେଣୁ ସାଧାରଣ ଲୋକମାନେ ବୁଝିବା ଭଳି ଭାବ ଭାଷାରେ ସେ ଓଡ଼ିଆରେ ଲେଖୁଥିଲେ । ତତ୍କାଳୀନ ବ୍ରାହ୍ମଣପ୍ରଧାନ ସମାଜ ଓ ସସ୍କୃତପ୍ରେମୀ ଜନତା କାଳେ ତାଙ୍କ ସାହିତ୍ୟକୁ ଅନାଦର କରିବେ, ଏଇ ଭୟରେ ସେ ଚତୁରତାର ସହ ପ୍ରଚାର କଲେ ଯେ ସେ କିଛି ଲେଖିନାହାନ୍ତି । ଯାହା ମା ଶାରଳା କୁହନ୍ତି, ତାକୁ ସେ ଲେଖନ୍ତି । ମା ଶାରଳାଙ୍କ ନାମକୁ ନେଇ କବି ତାଙ୍କ ରଚନାକୁ ସମାଜରେ ପ୍ରତିଷ୍ଠିତ କରି ପାରିଥିଲେ । ଓଡ଼ିଆ ଭାଷା ସାହିତ୍ୟର ସେ ଜଣେ ବିରଳ ପ୍ରତିଭା । ତାଙ୍କର ପ୍ରମୁଖ ଗ୍ରନ୍ଥଗୁଡିକ ମଧ୍ୟରେ “ବିଲଙ୍କା ରାମାୟଣ”, “ମହାଭାରତ”, “ଚଣ୍ଡି ପୁରାଣ” ଏବଂ “ଲକ୍ଷ୍ମୀନାରାୟଣ ବଚନିକା ନାମକ ଏକ କ୍ଷୁଦ୍ର ଗ୍ରନ୍ଥ ରଚନା ଅନ୍ତର୍ଭୁକ୍ତ । ଆହୁରି ଅନେକ ଗ୍ରନ୍ଥ ଶାରଳାଙ୍କଦ୍ୱାରା ରଚିତ ବୋଲି ଲେଖାଥିଲେ ମଧ୍ୟ ତାହା ପ୍ରକୃତରେ ଆଦିକବିଙ୍କଦ୍ୱାରା ଲେଖା ଯାଇଛି କି ନାହିଁ ପ୍ରମାଣ ହୋଇପାରି ନାହିଁ ।

ମହାଭାରତରେ ସେ ୧୮ଟି ପର୍ବର ବର୍ଣ୍ଣନା କରିଛନ୍ତି ।

ସଂସ୍କୃତ ମହାଭାରତର ପର୍ବଗୁଡିକ ହେଲା :-

ଆଦିପର୍ବ, ସଭାପର୍ବ ,ବନପର୍ବ, ବିରାଟ ପର୍ବ,

ଉଦଯୋଗ ପର୍ବ, ଭୀଷ୍ମ ପର୍ବ, ଦ୍ରୋଣ ପର୍ବ,

କର୍ଣ୍ଣ ପର୍ବ,ଶଲ୍ୟ ପର୍ବ,ସୌପ୍ତିକ ପର୍ବ ,

ସ୍ତ୍ରୀ ପର୍ବ ,ଶାନ୍ତି ପର୍ବ,ଅନୁଶାସନିକ ପର୍ବ,

ଅଶ୍ବମେଧ ପର୍ବ,ଆଶ୍ରମବାସିକା ପର୍ବ,

ମୌଷଳ ପର୍ବ,ମହାପ୍ରସ୍ଥାନିକ ପର୍ବ,

ସ୍ୱର୍ଗାରୋହଣ ପର୍ବ,ମାନଗୋବିନ୍ଦଙ୍କ ମହାନତା

ସାରଳା ମହାଭାରତର ପର୍ବଗୁଡିକ ହେଲା :-

ଆଦିପର୍ବ,ମଧ୍ୟ ପର୍ବ,ସଭାପର୍ବ,ବନପର୍ବ,ବିରାଟ ପର୍ବ,

ଉଦଯୋଗ ପର୍ବ,ଭୀଷ୍ମ ପର୍ବ, ଦ୍ରୋଣ ପର୍ବ,କର୍ଣ୍ଣ ପର୍ବ,

ଶଲ୍ୟ ପର୍ବ,ଗଦା ପର୍ବ, ଐଷିକ ବା କାଇଁଶିକା ପର୍ବ

ନାରୀ ପର୍ବ,ଶାନ୍ତି ପର୍ବ,ଆଶ୍ରମିକ ପର୍ବ,

ଅଶ୍ବମେଧ ପର୍ବ,ମୂଷଳି ପର୍ବ,ସ୍ବର୍ଗାରୋହଣ ପର୍ବ।

ଆଦିକବି ଓଡିଆ ଭାଷାରେ ପ୍ରଥମ କବି. ତେଣୁ ସେ କେତେଗୁଡିଏ ଗ୍ରନ୍ଥ ରଚନ କଲା ପରେ ମହାପ୍ରଭୁଙ୍କ ଚରଣାରବିନ୍ଦରେ ଲୀନ ହୋଇ ଗଲେ ପବିତ୍ର ମାଘ ସପ୍ତମୀ ରେ ।

ସେଥିପାଇଁ ତାଙ୍କ ଅମ୍ଲାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହିମାଘ ସପ୍ତମୀ ତିଥୀ ତାଙ୍କର ତିରୋଧାନ ଦିବସ ଭାବରେ ପାଳିତ ହୁଏ ।ଆଦିକବି ଶାରଳା ଦାସଙ୍କ ମହାପ୍ରୟାଣ ପରେ ଲୋକମାନେ ତାଙ୍କ ମଠରେ ତାଙ୍କୁ ସମାଧି ଦେଇଥିଲେ । ଏହା ଥିଲା କବି ଶାରଳା ଦାସଙ୍କର ଅନ୍ତିମ ଇଛା। ତାଙ୍କର ସାହିତ୍ୟ କ୍ରୁତି ଯୋଗୁଁ ଆଦିକବି ଓଡିଶାର  ପଲ୍ଲୀରେ ସର୍ବତ୍ର ଚିର ଅମର ।

ଆଜିର ପବିତ୍ର ଦିବସରେ ତାଙ୍କର ଅମର ସ୍ମୃତି ଚାରଣ କରି ନିଜକୁ ଧନ୍ୟ ମନେ କରୁଛି ।

ପ୍ରଣତି ମହାପାତ୍ର

ବାଲେଶ୍ବର

Related posts

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ମସୀହା ରେ ଖବର ପ୍ରସାରଣ  ଏବଂ ବିଏଚ୍ ଆର୍ ସି ର ଟ୍ୟୁଇଟ ଅବଗତ ପରେ ପ୍ରଶାସନ ତତ୍ପର 

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort