ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁପ୍ତ ଧନ ପାଇବା ଆଶାରେ ବାପାଙ୍କୁ ବଳୀ ଦେବା ଉଦ୍ୟମ – ଶେଷରେ ଜେଲ ଗଲା ପୁଅ

କଲମପୁର – ଥୁଆମୂଳ ରାମପୁର: ୩୦/୪- ମ.ନି.ସ:- ଗୁପ୍ତ ଧନ ପ୍ରାପ୍ତ କରିବା ଆଶାରେ ବାପାଙ୍କୁ ବଳୀଦେବା ଘଟଣାକୁ ନେଇ କଲମପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ଅପରାଧୀ ପୁଅକୁ ଗିରଫ୍ କରି ଜେଲକୁ ପଠେଇ ଦେଇଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା କଲମପୁର ବେଲପଡା ଠାରେ ଏହି ଘଟଣା ଘଟିଥିଲା ଲିଙ୍ଗରାଜ ମାଝୀ ନାମକ ଜଣେ ଯୁବକ ତାଙ୍କ ବାପା ବଳଦେବ ମାଝୀଙ୍କୁ ଗୁପ୍ତ ଧନ ପାଇବା ଆଶାରେ ରାଜପୁର ଗ୍ରାମର ଚିତ୍ରସେନ ରଣାଙ୍କ ସହଯୋଗରେ ବାପାଙ୍କୁ ବଳୀଦେବା ପାଇଁ ସଜବାଜ କରିସାରିଥିଲେ। କଲମପୁର ଫାଣ୍ଡିରୁ ପୁଲିସ ଦଳ ଘଟଣା ସମ୍ପର୍କରେ ଖବର ପାଇ ଅଭିଯୁକ୍ତଙ୍କୁ କାବୁ କରି ଧରିବାରେ ସକ୍ଷମ ହୋଇଥିଲେ। ପରେ ଅଭିଯୁକ୍ତଙ୍କୁ ଜୟପାଟଣା ଥାନାରେ ଅଟକ ରଖି ଆଜି କୋର୍ଟ ଚାଲାଣ କରିଥିବାବେଳେ ବେଲ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠେଇ ଦିଆଯାଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଖଜୁରପଡା ରେ ଦିନ ଦ୍ବିପହରରେ ଡକାୟତି , ପୋଲିସ କୁ ଚାଲେଞ୍ଜ

Sunil Chandra Nayak

ମଧୁବାବୁ ଓଡିଆ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ

Sunil Chandra Nayak

ସାଧନାପଣ୍ଡା ଙ୍କ କବିତା ଦଗ୍ଧ ବୈଶାଖ

Sunil Chandra Nayak

Leave a Comment

error: Content is protected !!