ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟସ୍ତରୀୟ ବାଳଶ୍ରମିକ ଉଚ୍ଛେଦ୍ଦ ପରାମର୍ଶ କର୍ମଶାଳା

ମ.ରାମପୁର:୦୧/୫( ମସୀହl ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବୁରାଟସ୍ଥିତ ସେବାଜଗତ ତାଲିମ କେନ୍ଦ୍ରଠାରେ ଓଡ଼ିଶା ବାଳଶ୍ରମିକ ଉଚ୍ଛେଦ ଅଭିଯାନର ବାଳଶ୍ରମିକ ଉଚ୍ଛେଦ ପାଇଁ ସାରା ଓଡ଼ିଶାରେ କିପରି କାର୍ଯ୍ୟକଳାପ ହେଇପାରିବ,ସେ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେଇଯାଇଛି । ସେବାଜଗତ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ ଓ ଦାପ୍ତାର ସଂପାଦକ ରାଜୁ ଶର୍ମା ପରିଚାନଳା କରିଥିବାବେଳେ ଅଭିଯାନର ରାଜ୍ୟ ଆବାହକ ଗୋପାଳକୃଷ୍ଣ କର ଅନେକ ଉପାଦେୟ ବିଷୟ ଆଲୋଚନା କରିଥିଲେ । ମ.ରାମପୁର ତହସିଲଦାର ସୁଚରିତା ମୁଗ୍ରୀ,ସିଡ଼ିପିଓ କୁସୁମ ପ୍ରହରାଜ, ବାଳଶ୍ରମିକ ଉଚ୍ଛେଦ ଅଭିଯାନର ସହ- ଆବାହାକ ହୃଷିକେଶ ପଣ୍ଡା,ସୁଶ୍ରୀ ସ୍ୱରୂପା ପ୍ରମୁଖ ଉପସ୍ଥିତ ରହି ବାଳଶ୍ରମିକ ପ୍ରକୃତ କାରଣ,ନିରାକରଣ,ସରକାରୀ ଓ ବେସରକାରୀ ଉଦ୍ୟମ ,ଗୋଷ୍ଠୀର ସହଭାଗୀତା ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଜଗତର ସୁନୀତା ତାଣ୍ଡି,ଯାଜ୍ଞସେନୀ ଭୋଇ,ଶଙ୍କର ସୁନା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମ.ରାମପୁରରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ୍ l

Related posts

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

ସାପ କାମୁଡାରେ ଯୁବକର ମୃତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!