ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା, ବାଇକ ଛଡ଼ାଇ ଫେରାର

ନର୍ଲା(ମନିସ) ଗତକାଲି ରାତିରେ କେତେକ ଦୁର୍ବୃତ୍ତ ନର୍ଲା ମଦଭାଟି ମଧ୍ୟରେ ପଶି ଟଙ୍କା, ମୋବାଇଲ ଓ ଏକ ବାଇକ ଛଡ଼ାଇ ନେଇଥିବା ଅଭିଯୋଗ ନର୍ଲା ଥାନାରେ ହୋଇଛି। ଖବର ନେବାରୁ ଜଣାଯାଏ ଗତକାଲି ରାତି ପ୍ରାୟ ୯ ଟା ସମୟରେ ନର୍ଲା ମଦଭାଟି ମଧ୍ୟକୁ ୫ ଜଣ ଲୁଟେରା ପଶି ଜୋର ଜବରଦସ୍ତ ଟଙ୍କା ପଇସା ଛଡ଼ାଇ ନେଇଥିବା ଭାଟି ମ୍ୟାନେଜର ଚନ୍ଦ୍ର ମୋହନ ପ୍ରସାଦ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ କହିବା ମୁତାବକ ପ୍ରଥମେ ଦୁର୍ବୃତ୍ତ ମାନେ ରାତ୍ରୀ ଜଗୁଆଳୀ ତ୍ରିବେଣୀ ପୁଝାରୀଙ୍କ ମୁଣ୍ଡରେ ପିସ୍ତଲ ରଖି ଏକ କୋଠରୀ ଭିତରେ ବନ୍ଦି କରିଥିଲେ। ପରେ ମଦ କାଉଣ୍ଟର ମଧ୍ୟକୁ ପ୍ରବେଶ କରି କର୍ମଚାରୀ ବିନୋଦ କୁମାର ସହ ମ୍ୟାନେଜରଙ୍କ ମୁଣ୍ଡରେ ପିସ୍ତଲ ଓ କଟୁରୀ ଦେଖାଇ ୪୯୦୦୦ ହଜାର ଟଙ୍କା, ୪ ଗୋଟି ମୋବାଇଲ ଏକ ମୋଟର ସାଇକେଲ(ଓଆର ୦୮-୪୩୫୦) ଓ କିଛି ମଦ ପାଉଚ ଲୁଟି ନେଇଥିବା ପ୍ରକାଶ କରିଛନ୍ତି। ଲୁଟେରାମାନଙ୍କ ବୟସ କମ୍ ରହୁଥିବା ଜଣାପଡ଼ୁଥିବା ବେଳେ ମୁହଁ ଉପରେ ମାକ୍ସ, କପଡା ସହ ସୈନିକ ପୋଷାକ ପରିଧାନ କରି ମଦଭାଟି ଭିତରେ ପଶି ଥିବା ଅଭିଯୋଗ ହୋଇଛି। ନର୍ଲା ପୋଲିସ ଡିଏସପି ସମ୍ବିତ ମାଝୀ ଖବର ପାଇଁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ନର୍ଲା ଅଞ୍ଚଳରେ ଏପରି ଘଟଣା ଆଗରୁ ଘଟି ନଥିବା ଓ ଏହି ଘଟଣା ପରେ ଏବେ ସାଧାରଣ ଲୋକଙ୍କ ମନରେ ମଧ୍ୟ ଭୟର ବାତାବରଣ ଖେଳିଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ମଧୁବାବୁ ପେନସନ ଯୋଜନାରେ ୮୬୬ ଜଣ ହିତାଧିକାରୀଙ୍କୁ ଭତ୍ତା ଓ କାର୍ଡ ପ୍ରଦାନ

Sunil Chandra Nayak

ରିଷିଡାରେ ସମ୍ବାଦ-ଆମଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ପାଳନ

Sunil Chandra Nayak

ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ     

Sunil Chandra Nayak

Leave a Comment

error: Content is protected !!