ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ବଡ଼ଦାଣ୍ଡ ଆଜି ଉଛୁଳେ ।।

।। ବଡ଼ଦାଣ୍ଡ ଆଜି ଉଛୁଳେ ।।

 

                   କୈଳାସ ଚ଼ନ୍ଦ୍ର ପାଢ଼ୀ 

ବଡ଼ଦାଣ୍ଡ ଆଜି ଉଛୁଳେ

ସ୍ବଜାତି ଅଜାତି ବିଜାତି ମେଳେ

ବଡ଼ଦାଣ୍ଡ ଆଜି……………।୦।

 

ବେଳକୁବେଳ ମାଡ଼ିଆସନ୍ତି ଲୋକ

ଦରଶନ କରିବାକୁ କଳାଶ୍ରୀମୁଖ

ସୋରିଷ ଫିଙ୍ଗିଲେ ଆଉ

              ନପଡ଼େ ତଳେ ,

ବଡ଼ଦାଣ୍ଡ……………….। ୧।

 

ନାହିଁଜାତି ଭେଦଭାବ ନାହିଁ ଉଚ୍ଚନୀଚ୍ଚ

ବଡ଼ଦାଣ୍ଡରେଣୁ ସ୍ପର୍ଶେସରବେ ଶଉଚ଼

ଚ଼ଣ୍ଡାଳହସ୍ତୁ ବ୍ରାହ୍ମଣ ଖାଉଛି ହେଳେ

ବଡ଼ଦାଣ୍ଡ…………………।୨।

 

ଧନୀ-ମାନୀ-ଦାନୀଜ୍ଞାନୀଅବା ମୁରୁଖ

ବ୍ରାହ୍ମଣ ଚ଼ଣ୍ଡାଳ ଶୂଦ୍ର ସରବେ ଏକ

ସର୍ବହୃଦେ ପୂଣ୍ୟପ୍ରେମ ରସକଲ୍ଲୋଳେ

ବଡ଼ଦାଣ୍ଡ………………..।୩।

 

ତ୍ରିପୁରଜନକ ଜଗନ୍ନାଥ ଠାକୁର

ମନ୍ଦିରୁ ବାହାରି ବିଜେ ବଡ଼ଦାଣ୍ଡର

କି ତୋରା ଦିଶନ୍ତି ଆହା କୁସୁମମାଳେ 

ବଡ଼ଦାଣ୍ଡ…………………।୪।

 

ବଡ଼ଦାଣ୍ଡେ ବଡ଼ପ୍ରଭୁ ବିଜୟଦେଖି

ଅମ୍ବରେ ଅମରଗଣହୋଇଲେ ସୁଖୀ

ନେତ୍ରୁନୀର ଢାଳନ୍ତିକି ବରଷା ଛଳେ

ବଡ଼ଦାଣ୍ଡ………………..।୫।

 

ଦେଖି ସାଧୁଜନ ମାନେ ଏମନ୍ତ ଦୃଶ୍ୟ

ମନମଧ୍ୟେ ଭାଳୁଛନ୍ତି ହୋଇଣତୋଷ

ଦେବସଭା ଲାଗିଛିକି ମର୍ତ୍ତ୍ୟମଣ୍ଡଳେ

ବଡ଼ଦାଣ୍ଡ…………………।୬।

କୁମାର ପୁର , ଅନନ୍ତପୁର

ବାସୁଦେବପୁର , ଭଦ୍ରକ

Related posts

କୋକସରା ତହସିଲ ସମ୍ମୁଖରେ ସ୍ପିଡ୍ ବ୍ରେକର ନିର୍ମାଣ ପାଇଁ ଦାବୀ

Sunil Chandra Nayak

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!