ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଲଫାପା ଭିତରେ ଚିଠି 

ଲଫାପା ଭିତରେ ଚିଠି 

ଉପେନ୍ଦ୍ର କୁମାର ବସ୍ତିଆ 

 କହିଥିଲ ମୋତେ ଅନୁରୋଧ କରି  
     କବିତା ଲେଖିବା ପାଇଁ 
କମ୍ପି ଉଠେ ମୋର ଲେଖନୀର ମୁନ
     ଭାଷା ଖୋଜି ପାଉନାହିଁ 
      କି, ଲେଖିବି ଆଜ କୁହ ?
  ଲେଖନୀ ମୁନରେ ଝରେ ଅବିରତ 
     ଶତ କଙ୍କାଳର ଲୁହ 
      ଶତ କଙ୍କାଳର ଲୁହ ll
ଲାସ୍ୟ ମୟୀ ତୁମ ପ୍ରତି ଛବି କେବେ 
      ମୋ ମାନସେ ଆସୁନାହିଁ 
କୋଟି ରୂପବତୀ କେତେ ସୀତାସତୀ
      ପଥ ଧାରେ ପଡ଼ିଛଇଁ 
     ସେଠି ମୋର ଦୃଷ୍ଟି ବଧ   
ଗଣ ଅଗଣିତ ଯଉବନ ସେଠି 
     ଗୋଟିଏ ଚିନ୍ତାରେ ମୁଁ ସ୍ତବ୍ଧ 
     ଗୋଟିଏ ଚିନ୍ତାରେ ମୁଁ ସ୍ତବ୍ଧ ll
ତୁମେ ସିନା ସାଥି ବ୍ୟଥିତ ନୁହଁ ଗୋ 
      ଅନ୍ନ ମୁଠାଏ ପାଇଁ 
ଭାବିଦେଖ ଥରେ ପୁର ପଲ୍ଲୀରେ  
      ମନ ଖୋଲା ହସ ନାହିଁ 
      ଶତ ଶତ ନିରିମାଖି 
ମନ ଖୋଲି ଥରେ ଚାହିଁଲେ ସେଠାକୁ 
     ଫେରିବନି ତୁମ ଆଖି 
     ଫେରିବନି ତୁମ ଆଖି ll
ତୁମେ କି ଜାଣନା ଧନ ଦଉଲତ 
      ଶାନ୍ତି ମମତା ନୁଁହ 
ଏହା ବୋଲି ମୁଁ ଯେ କହୁନି ତୁମକୁ
      ପଥ ଭିକାରୁଣୀ ହୁଅ 
     ମନ ଖୋଲି ଥରେ କୁହ 
ଏହି ମୋର ସତ୍ୟ ଆରେକ ଛଳନା 
     ଏହି ମୋ କବିତା ନିଅ 
       ଆଞ୍ଜୁଳା ଭରି ପିଅ 
       ଆଞ୍ଜୁଳା ଭରି ପିଅ ll

      ରାଉରକେଲା 

Related posts

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ପେଟ୍ରୋଲିଂ ପାଇଁ ଦାବିପତ୍ର

Sunil Chandra Nayak

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

Sunil Chandra Nayak

ଢଙ୍କସରରେ ଗୋଷ୍ଟାଷ୍ଟମୀ ପୂଜା ଉତଯାପିତ

Sunil Chandra Nayak

Leave a Comment

error: Content is protected !!