ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୨/୨୩ ରେ ହେମ୍ବ୍ରମ ଫୁଟବଲ କ୍ଲବ ବଡବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

ମୟୂରଭଞ୍ଜ -୨୯/୮/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମରେ ୨୦୨୨/୨୩ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ ୨୦୨୨/୨୩ ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୮/୨୯ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଧାରଣ ଯୁବଵର୍ଗରେ ୧୬ ଟି ଟିମ୍ ଅଂଶ ଗ୍ରହଣ କରିଥିଲେ ।ବିଜାତଳା ବ୍ଲକର ହେମ୍ବ୍ରମ ଫୁଟବଲ କ୍ଲବ ଟାଇ ବ୍ରେକରରେ ରାଇରଙ୍ଗପୁର ବ୍ଳକର ବଡବାଇକଳା ଟିମକୁ ହରାଇ ଚମ୍ପିୟାନ ହୋଇଛି । ସେହିଭଳି ୪୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା ।ଏଥିରେ ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ । ଗୋରୁମହିଷାଣୀ ଟିମ୍ ଯାମସେଦପୁରର ଟେଲକୋ ଟିମକୁ ଟାଇବ୍ରେକରରେ ହରାଇ ଚମ୍ପିୟାନ ହୋଇଛନ୍ତି । ଏଥିରେ ଓଡ଼ିଶା ଫୁଟବଲ ଆଶୋସିଏସନ ସ୍ଵିକୃତି ପ୍ରାପ୍ତ ୪ ଜଣ ରେଫେରୀ ଖେଳ ପରିଚାଳନା କରିଥିଲେ ।ଖ୍ୟାତନାମା ଉଦଘୋଷକ ମନମୋହନ ପ୍ରମାଣିକ ଖେଳ ଧାରା ବିବରଣୀ ପାଠ କରିଥିଲେ ।ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ଅନ୍ଯତମ ଅତିଥି ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳି ମାନଙ୍କର ଉତ୍ତୋରତର କାମନା କରିଥିଲେ । କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ହେଲା ଖେଳ ହୋଇ ପାରି ନଥିଲା । ଚଳିତ ବର୍ଷ କରୋନା କୋହଳ ନୀତି ଯୋଗୁଁ ପଡିଆରେ ୫୦୦୦ ରୁ ଉର୍ଦ୍ଧ୍ବ ଦର୍ଶକ ଖେଳର ମଜା ନେବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଅତିଥିଗଣ ଯୁବ ବର୍ଗର ଚମ୍ପିୟାନ ଦଳକୁ ଦଶ ହଜାର ଟଙ୍କା ଏବଂ ରନର୍ସ ଅଟକୁ ୫୦୦୦ ଟଙ୍କା ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ । ସେହିଭଳି ବୟସ୍କ ଚମ୍ପିୟାନ ଦଳକୁ ୮୦୦୦ ଟଙ୍କା ଏବଂ ରନର୍ସ ଅପ୍ ଦଳକୁ ୩୦୦୦ ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ ।ଶେଷରେ କ୍ରୀଡା ଜଗତର ଆଜୀବନ ସାଧନା ପାଇଁ ଅତିଥିଗଣ ବସନ୍ତ ପଟନାୟକ, ଉଦୟନାଥ ମୁର୍ମୁ,ମଙ୍ଗଲ ମାଝୀ ,ଚିତ୍ତରଞ୍ଜନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଖେଳକୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ, ବ୍ୟାଙ୍କ ମେନେଜର ଅଁଇଠୁ ମାଝୀ,ଫୁଟବଲ କ୍ରୀଡା ସଂଗଠକ କିଶୋର ମହାନ୍ତ (ବୁଲୁ), ଶିକ୍ଷାବିତ ଦିଲିପ ମହାନ୍ତି,ଲମ୍ବୋଦର ସୋରେନ,ଅଜିତ ବାସ୍କେ ,ଦିଲିପ ମାଝୀ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।ଖେଳ ଶାନ୍ତି ଶୃଙ୍ଖଳାର ସଂପନ୍ନ ସୋଇଥିବାରୁ ଖେଳାଳି ଏବଂ ଦର୍ଶକଙ୍କୁ କମିଟି ତରଫରୁ ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ ଧନ୍ୟବାଦ ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧା ଠାରେ ରଜ ମହୋତ୍ସବ ପାଳନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଓଡ଼ିଆ କବି, ଗାରିମା ଛବି 

ଚୁଡାନ୍ତ ତାଲିକା ପ୍ରକାଶ ପାଇଲା ପରେ ପ୍ରାର୍ଥୀଙ୍କ ପ୍ରଚାର ଜୋର୍ ଧରିଲା

Sunil Chandra Nayak

Leave a Comment

error: Content is protected !!