ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଣ୍ଡରା ଗୁଡା ସ୍କୁଲରେ ଗୁରୁ ଦିବସ ପାଳିତ

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯାଇଛି ।ଏହି ଅବସରରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନ।ଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ସରପଞ୍ଚ ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷାବିତ ବସନ୍ତ ନ।ଏକ ଯୋଗଦାନ କରିଥିଲେ । ସମନ୍ୱିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସ୍କୁଲ ଶିକ୍ଷା କମିଟିର ସଭାପତି ସଞ୍ଜୟ କୁମାର ସୁନାନୀ ,ଜୟ ସେନ ନ।ଏକ ଏବଂ ସ୍କୁଲ କମିଟିର ସଭ୍ୟ ଓ ସଭ୍ୟ। ମାନେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ରବି ନାରାୟଣ କୁମାର ,ଜୟ ପ୍ରକାଶ ମେହେର ଏବଂ ଶିକ୍ଷୟତ୍ରୀ ପୂଜା ସେଠି ସହଯୋଗ କରି ଥିବା ବେଳେ ଶିକ୍ଷକ ପ୍ରବୀଣ କୁମାର ପଣ୍ଡା ସଂଯୋଜନା କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ପୂଜା ସେଠି ।ସେହିପରି ରାଜପୁର ସରକାରୀ ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଗୁରୁ ଦିବସ ପାଳନ କରାଯାଇଛି ।ଏଥିରେ ପ୍ରଧାନ ଶିକ୍ଷକ ଅଜିତ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜପୁର ସରପଞ୍ଚ ଗଜିନ୍ଦ୍ର ମାଝି ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ । ସମନ୍ୱିତ ଅତିଥି ଭାବରେ ସାମ୍ବାଦିକ ବ୍ୟମକେଶ ପୁରୋହିତ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ କନ୍ଦରପ ନ।ଏକ ,ସୁବାଷ ଚନ୍ଦ୍ର ନ।ଏକ ,ରାଜକିଶୋର ସାହୁ ,ଲବକାନ୍ତ ଶବର ,ସୌମ୍ୟ ରଞ୍ଜନ ରାଉତ ,ହିମାଂଶୁ ଶେଖର ପାତ୍ର ,ଗୋବିନ୍ଦ ନ।ଏକ ଏବଂ ବଲବନ୍ତ ନ।ଏକ ଯୋଗଦାନ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଭୁର୍ଟିଗଡ଼ରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ଓଡିଶା ଡ୍ରାଇଭର ମହାସଂଘର ବୈଠକ

Sunil Chandra Nayak

ଆମ୍ ଆଦମୀ ପାର୍ଟି ର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!