କଟକ : ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି ।ଗଣେଶ ଚତୁର୍ଥୀ ପାଳନ କରିଥିବା ଅନୁଷ୍ଠାନର ଆଧ୍ୟାତ୍ମିକ କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇଥିଲା । ଆଧ୍ୟାତ୍ମିକ ଚେତନାକୁ ଉଜାଗର କରିବାକୁ ଆଞ୍ଚଳିକ ଶାନ୍ତି ଶୃଙ୍ଖଳା ଭିତରେ ଗଣପତି ଙ୍କ ଚତୁର୍ଥୀ କୁ ମହା ଆଡ଼ମ୍ବରରେ ଅନୁଷ୍ଠାନ ପାଳନ କରିଥିଲେ । ବିଦ୍ୟାର ଆଦ୍ୟ ଦେବତାଙ୍କ ପୂଜାର୍ଚ୍ଚନା ମାଧ୍ୟମରେ ଭାଇଚାରାର ପରମ୍ପରାରେ ସମସ୍ତ ସଦସ୍ୟବୃନ୍ଦ ବାନ୍ଧି ହୋଇଛନ୍ତି । ସାମାଜିକ ଚିନ୍ତା ଏବଂ ଚେତନାକୁ ପରିବର୍ତ୍ତନ କରିବା ପାଇଁ ଅନୁଷ୍ଠାନର ଆଧ୍ୟାତ୍ମିକ ସେବା କାର୍ଯ୍ୟ ପ୍ରଣିଧାନଯୋଗ୍ୟ ଥିଲା । ସହନଶୀଳତା ଏବଂ ଭାତୃତ୍ୱର ମୂଲ୍ୟବୋଧ ଭିତରେ ଏହି ଅନୁଷ୍ଠାନ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି । ଏହି ଅବସରରେ ଛଅ ଗୋଟି କ୍ଳବ୍ କୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ କରାଯାଇଛି ।ଅରୁଣଦୋୟ କ୍ଲବ, ମଣିସାହୁ ଛକ, ଗଡଗଡିଆ ଖଟି , ପ୍ରଥମ ଚାନ୍ଦି ମେଢ଼, ବାପୁଜୀ କ୍ଳବ୍ କଟକହିନ୍ଦୁ ସେନା ଗଣେଶ କମିଟି, ଜୟଦୂର୍ଗା କ୍ଲବ, ଗୌରୀ ଶଙ୍କର ପାର୍କ, ରେଡ୍ ଇଗଲ କ୍ଳବ୍, ମାଛୁଆ ବଜାର । ଗଣେଶ କମିଟିର ସଭାପତି ଏବଂ ସମ୍ପାଦକଙ୍କୁ ମାନପତ୍ର, ଟ୍ରଫି, ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ହଜାର ହଜାର ଭକ୍ତ, ସାହିବାସିନ୍ଦା, ବୁଦ୍ଧିଜିବୀ ଏବଂ କ୍ଲବ ସଦସ୍ୟଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରତିଷ୍ଠାତା ଏବଂ ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ମୁଖ୍ୟ ଅତିଥି ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବରେଣ୍ୟ ଅତିଥି ପଣ୍ଡିତ ନୀଳକଣ୍ଠ ରାଉତ, ସମ୍ମାନିତ ଅତିଥି ବିରେନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ଭରତ ମିଶ୍ର ଯୋଗ ଦେଇଥିଲେ । ବୁଦ୍ଧିଜିବୀ ଏହି ଲମ୍ବୋଦର ସେବା ସମ୍ମାନ ଅନୁଷ୍ଠାନର ମନୋବଳ ବୃଦ୍ଧି କରିବ ବୋଲି ମତବ୍ୟକ୍ତ କରିଥିଲେ ।
previous post