ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ  ଶିବିର ଅନୁଷ୍ଠିତ

ଥୁଆମୂଳ ରାମପୁର :୦୬/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପ୍ରାଙ୍ଗଣରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର କୁ ବ୍ଳକ ଆୟୋଜନ କରିଥିବା ବେଳେ ବିଏସଏସଓ ଶ୍ରୀ ଦୀପକ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷ ଶ୍ରୀ ଦୟାନିଧି ମାଝୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ବେହେରା, ଓଡିଶା ବିକଳାଙ୍ଗ ମଞ୍ଚ ଓ ଜିଲ୍ଲା ଭିନ୍ନକ୍ଷମ ସମିତି ସେକ୍ରେଟାରୀ ଶ୍ରୀ ଡୋଲାମଣୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ, ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ, କାଣିଗୁମା ସରପଞ୍ଚ ଶ୍ରୀ ଧ୍ରୃବଚରଣ ମାଝୀ, ଥୁଆମୂଳ ସରପଞ୍ଚ ଶ୍ରୀ ବଳଭଦ୍ର ଜାନୀ, ଗୋପାଳପୁର ସରପଞ୍ଚ ଶ୍ରୀ ବେଣୀ ମାଝୀ ପ୍ରମୁଖ ଯୋଗଦେଇ ଅଂଶଗ୍ରହଣ କରିଥିବା ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ପଞ୍ଜିକରଣ କରିଥିବା ବିଭିନ୍ନ ଭିନ୍ନକ୍ଷମ ମାନଙ୍କର ସର୍ବୋମୋଟ ୧୭୫ ଜଣ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ବସ ପାସ ୧୩, ପେନସନ ୨୦ ଜଣ, ଭିନ୍ନକ୍ଷମ ଉପକଣ ୪ ଜଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୧୪ ଜଣ, ଡିଆରଆଇ ୩ ଜଣ, ସାର୍ଟିଫିକେଟ ୭୩ ଜଣଙ୍କୁ ପ୍ରଦାନ କରାଯାଇଛି। ଶିବିରରେ ସର୍ଜରୀ ସ୍ପେଶାଲିଟ୍ ଡାକ୍ତର ପିତିମ୍ବର ଦାସ, ଅସ୍ଥି ଶଲ୍ଯ ବିଶେଷଜ୍ଞ ଡାକ୍ତର ପୁଷ୍ପାରାଣୀ ହେମ୍ବ୍ରମ କ୍ଲିନିକାଲ ସ୍ପେଶାଲିଟ୍, (ମାନସିକ ବିଶେଷଜ୍ଞ) ଡାକ୍ତର ପ୍ରଦ୍ଯୁମ୍ନ କିଶୋର ପଣ୍ତା, କର୍ଣ୍ଣ, ଗଳା ନାଶା, ବିଶେଷଜ୍ଞ ସମେତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର କଳାହାଣ୍ଡି ର ଶ୍ରୀ ଶୁଭଶିସ ମହାନ୍ତି, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, ଶ୍ରୀ ବାଦଲ କୁମାର ପଟ୍ଟନାୟକ ଙ୍କ ବରିଷ୍ଠ ଶ୍ରବଣବିତ୍, ଶ୍ରୀ ନିବାସ ଚନ୍ଦ୍ର ସାହୁ ଚଳନ ପ୍ରଶିକ୍ଷକ ଯୋଗଦେଇ ପରୀକ୍ଷା ଦାୟିତ୍ୱ ନେଇଥିଲେ। ନିମନ୍ତ୍ରିତ ଅତିଥି ମାନେ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ସେ ବିଷୟ ଉପରେ ଭିନ୍ନକ୍ଷମ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ। ଶିବିର କୁ ବ୍ଳକ କର୍ମଚାରୀ ସହଯୋଗ କରିଥିଲେ। ଭିନ୍ନକ୍ଷମ ମାନଙ୍କୁ ସ୍ବତନ୍ତ୍ର ଭାବରେ ଶ୍ରୀ ଡୋଲାମଣୀ ପ୍ରଧାନ ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ‘୫-ଟି’ ରେ ଯୋଡ଼ି ହେଲା ଆଉ ଏକ ‘ ଟି’..

Sunil Chandra Nayak

ମୁଖ୍ୟମନ୍ତ୍ରୀ’ଙ୍କ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ରାଜ୍ୟ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର

Leave a Comment

error: Content is protected !!