ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସୀ ଗାଁ ରେ ଲେ ଲେ ବଉଳ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସୀ ଗାଁ ଗ୍ରାମର ୟଙ୍ଗ ବଏଜ ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଲେ ଲେ ବଉଳ ଡ୍ୟାନ୍ସ ଧମ।କା ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ପ୍ରକାଶ ପ୍ରହରାଜ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ଯୋଗଦାନ କରିଥିଲେ ।ସମନ୍ୱିତ ଅତିଥି ରୂପେ ପ୍ରମୋଦ ନାଗ ,ଅରବିନ୍ଦ ପଣ୍ଡା ,ଡବଲ କିଶୋର ନିଆଲ ,ଗଜାନନ ଲହଜଳ ,ଭୁବନ ପ୍ରହରାଜ ,ମନୋଜ ବାଗ ,ଅଶ୍ଵିନ ଭଏସାଲ ,ଅଭିମନ୍ୟୁ ଭଏସାଲ ,ତୋଫାନ ସୁନାନୀ ,ଅକ୍ଷୟ ନ।ଏକ ,ପ୍ରଶାନ୍ତ ବାଗ ,ନୀଳ କଣ୍ଠ ନ।ଏକ ଯୋଗଦାନ କରି ଥିଲେ । ଏହି ଡ୍ୟାନ୍ସ ପ୍ରତିଯୋଗୀତା ରେ ୨୧ ଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି ଧନ ସିଂ ମାଝି ,ଉପ ସଭାପତି ଧନୁର୍ଯ୍ୟ ମାଝି, ସମ୍ପାଦକ ଚିତ୍ର ହଂସ ,ସହ ସମ୍ପାଦକ କପି ଳେନ୍ଦ୍ର ନ।ଏକ ,କୋଷ।ଧକ୍ଷ ରଞ୍ଜନ ପାତ୍ର ଏବଂ ଉପଦେଷ୍ଟା ଭୁବନ ମୋହନ ପ୍ରହରାଜ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ବିଚାରକ ଭାବରେ ପ୍ରମୋଦ ନାଗ ,ଡବଲ କିଶୋର ନିଆଲ ,ଅଭିମନ୍ୟୁ ଭଏସାଲ ଏବଂ ଧନୁର୍ଯ୍ୟ ମାଝି ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ବିକେ ଟାଇଗର ବଡ଼ କୂଟରୁ ପ୍ରଥମ ,ୟୁ ଭି ଏ ମ ଡ୍ୟାନ୍ସ ଗ୍ରୁପ କଲମପୁର ଦୂତୀୟ ,ମିସ ନିରୂପମା ଭୁର୍ସିଗୁଡା ତୃତୀୟ ,ବୁଡେନ ମ।ଉଳି ଡ୍ୟାନ୍ସ ଗ୍ରୁପ କୋଟ ପାଡ଼ ଚତୁର୍ଥ ଏବଂ ମିସ କଳ୍ପନା ଧର୍ମଗଡ଼ ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ ରେ ନୀଳକଣ୍ଠ ନ।ଏକ ଏବଂ ସୁନାସିର ବେମାଲ ମଞ୍ଚ ପରିଚାଳନା କରିଥିବାବେଳେ ଅନୁଷ୍ଠାନର ଧନୁର୍ଯ୍ୟ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ମା ମଙ୍ଗଳା ଙ୍କ ପୀଠ ରେ ନିଶା ମଙ୍ଗଳବାର ଓଷା ପାଳିତ

Sunil Chandra Nayak

ଚିଲଗୁଡ଼ାରେ କଳସ ଶୋଭା ଯାତ୍ରା

Sunil Chandra Nayak

ଧର୍ମଗଡ ପୌରପରିଷ ଅଧ୍ଯକ୍ଷ ପଦରେ ଅଶୋକ କୁମାର ମହାନ୍ତି ବିଜୟୀ

Sunil Chandra Nayak

Leave a Comment

error: Content is protected !!